Leopard Found Dead ଶିକାରୀ ଫlସରେ ପଡ଼ି କଲରା ପତରିଆ ବାଘ ମୃତ, ଗଛ ଉପରୁ ମୃତଦେହ ଉଦ୍ଧାର
"ବ୍ରହ୍ମପୁର/କବିସୂର୍ଯ୍ୟନଗର: ବାଘର ଅନ୍ୟ ପ୍ରଜାତି ମଧ୍ୟରେ କଲରାପତରିଆ ବାଘ ଏକ କୁଶଳ ଗଛଚଢ଼ାଳି ଅଟେ।
ଏଭଳି ସ୍ଥିତିରେ ଆଜି ଚକିତ କରିବା ଭଳି ଘଟଣା ଦେଖିବାକୁ ମିଳିଛି।
ଏକ କଲରାପତରିଆ ବାଘର ମୃତଦେହକୁ ଗଛ ଉପରୁ ଉଦ୍ଧାର କରାଯାଇଛି।
Advertisment ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରେଞ୍ଜ୍ ଅଧୀନ କବିସୂର୍ଯ୍ୟନଗର ବ୍ଲକ ଜରଡ଼ ଛକ କ୍ରସର ନିକଟ ଏକ ନିମ୍ବଗଛ ଉପରୁ ଏକ କଲରାପତରିଆ ବାଘର ମୃତ ଦେହ ଉଦ୍ଧାର କରାଯାଇଛି।
ବାଘ ଦେହରେ ଦଉଡ଼ି ସହ ପଥରଟି ବନ୍ଧା ହୋଇ ରହିଛି।
ଏଥିରୁ ଶିକାରୀ ଫାସରେ ପଡ଼ିବା ପରେ କୌଣସି ପ୍ରକାରେ ଖସିଆସିବା ପରେ ବାଘଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।
Dead Leopard Found: ଗଛରେ ମୃତ କଲରାପତରିଆ ବାଘ, ଝୁଲନ୍ତା ଅବସ୍ଥାରେ ଠାବ ଆଜି ପୂର୍ବାହ୍ଣରେ କ୍ରସର ନିକଟରେ ରହୁଥିବା ବୁଲାକୁକୁରମାନେ ଗଛକୁ ଦେଖି ଭୁକିଥିଲେ।
ଏହାପରେ ସ୍ଥାନୀୟ ଲୋକ ଗଛ ଉପରେ ବାଘ ରହିଥିବା ଦେଖିବାକୁ ପାଇ ବନ ବିଭାଗକୁ ସୂଚିତ କରିଥିଲେ।
ଖବର ପ୍ରସାରିତ ହେବା ପରେ ବାଘଟିକୁ ଦେଖିବାକୁ ଆଖପାଖର ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା।
ଖବରପାଇ ବହୁ ବିଳମ୍ବରେ ଖଲ୍ଲିକୋଟ ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଶେଷରେ ଅଗ୍ନିଶମ ବାହିନୀ ଦ୍ୱାରା ଗଛରୁ ବାହାର କରାଯାଇଥିଲା।
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ ବାଘର ମୃତଦେହଟିକୁ ବ୍ୟବଛେଦ ନିମନ୍ତେ ପଠାଯାଇଛି।
ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। leopard skin seizure ଉମରକୋଟରୁ କଲରାପତରିଆ ବାଘ ଛାଲ ଜବତ ଓ ୨ ଗିରଫ ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି, ବନ୍ୟଜନ୍ତୁ ଶିକାର କରିବାକୁ ଶିକାରୀ ଫାସ ପକାଇଥିଲେ।
ଏଥିରେ ଗାଡ଼ିର ଶକ୍ତ କ୍ଲଚ୍ ତାର ସହ ପଥର ସଂଯୋଗ କରାଯାଇଥିଲା।
ତେବେ ବାଘଟି କୌଣସି ପ୍ରକାରେ ଉକ୍ତ ଫାସରୁ ଖସିଯିବା ପରେ ଜୀବନ ବିକଳରେ ଗଛଉପରକୁ ଚଢ଼ିଯାଇଥିଲା।
ସେଠାରେ ଆଘାତଜନିତ ଚାପରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।
Leopard Died: ଶିକାରୀଙ୍କ ଫାଶରେ ଝୁଲି କଲରାପତରିଆ ବାଘର ମୃତ୍ୟୁତେବେ ଅଞ୍ଚଳରେ ବାଘ ଚଳପ୍ରଚଳ କରୁଥିବା ପୂର୍ବେ ନଜିର ନଥିବା ବେଳେ ସମ୍ପ୍ରତି ବାଘର ମୃତଦେହକୁ ଦେଖି ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
ଜରଡ଼ ପଞ୍ଚାୟତ ସମିତିସଭ୍ୟ କହିଛନ୍ତି, ବନବିଭାଗ ଏହାରି ଉପରେ କେବେ ସଚେତନତା କାର୍ଯ୍ୟକ୍ରମ କରୁନାହିଁ କିମ୍ବା ବନ ବିଭାଗର କୌଣସି ଗତିବିଧି ଦେଖାଯାଉନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।