Letter to CM: ବେଆଇନ ପାର୍କିଂ ଯୋଗୁଁ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା; ରୋକିବା ପାଇଁ ପଦକ୍ଷେପ ନିଆଯାଉ: ସାଂସଦ
"ଭୁବନେଶ୍ବର: ଜାତୀୟ ରାଜପଥ ଓ ରାଜ୍ୟ ରାଜପଥଗୁଡ଼ିକରେ ବେଆଇନ ପାର୍କିଂ ରୋକିବାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି।
ସୋସିଆଲ ମିଡିଆ "ଏକ୍ସ"ରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ପ୍ରମୁଖ ଖଣି ଓ ଶିଳ୍ପାଞ୍ଚଳର ଜାତୀୟ ତଥା ରାଜ୍ୟ ରାଜପଥଗୁଡ଼ିକରେ ବାଣିଜ୍ୟିକ ଓ ବଡ଼ବଡ଼ ଯାନଗୁଡ଼ିକର ବେଆଇନ ପାର୍କିଂ ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉ।
Advertisment ଶ୍ରୀ ପ୍ରଧାନ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଏବଂ 'ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଆଇନ, ୨୦୨୫' ଅନୁଯାୟୀ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଆଇନଗତ କ୍ଷମତା ରହିଛି।
ଶିଳ୍ପ ଓ ଖଣି କମ୍ପାନି, ପରିବହନକାରୀ ଓ ଡ୍ରାଇଭରଙ୍କ ବିରୁଦ୍ଧରେ ଜରିମାନା ଏବଂ କାରାଦଣ୍ଡ ବ୍ୟବସ୍ଥା କଡ଼ାକଡ଼ି କରିବା, ଲଜିଷ୍ଟିକ୍ସ ଅବ୍ୟବସ୍ଥା ପାଇଁ କର୍ପୋରେଟ୍ ଲାୟାବିଲିଟି ଲାଗୁ କରିବା ସହ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସ ଜରିଆରେ ନିୟମିତ ସମୀକ୍ଷା କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସୁପାରିସ କରିଛି।
Dharmendra Pradhan: ଭୁବନେଶ୍ୱରରେ ସମ୍ବଲପୁର ଲୋକସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ, ବିମାନବନ୍ଦରରେ ଭବ୍ୟ ସ୍ବାଗତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।