LIC HFL Management Trainee Recruitment 2026: ଏଲ୍ଆଇସି ହାଉସିଂ ଫାଇନାନ୍ସରେ ଖାଲିଥିବା ୫୦ଟି ପଦବି ହେବ ପୂରଣ
"ନୂଆଦିଲ୍ଲୀ:ସରକାରୀ ଚାକିରି ଖୋଜୁଥିବା ନୂଆ ଯୁବକଯୁବତୀଙ୍କ ପାଇଁ ଖୁସି ଖବର।
ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ହାଉସିଂ ଫାଇନାନ୍ସ ଲିମିଟେଡ୍ରେ ମ୍ୟାନେଜମେଣ୍ଟ ଟ୍ରେନି (ମାର୍କେଟିଂ ଓ ସେଲ୍ସ) ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ୨୦୨୬ ଅକ୍ଟୋବର ୨୫ ମଧ୍ୟରେ ଆବେଦନ କରିପାରିବେ।Advertisment ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ମାନଦଣ୍ଡ • ଆବେଦନକାରୀ ଏମ୍ବିଏ ଡିଗ୍ରି ହାସଲ କରିଥିବା ଆବଶ୍ୟକ।• ସେଲ୍ସ କ୍ଷେତ୍ରରେ ଏକ ବର୍ଷ ପର୍ଯ୍ୟନ୍ତ କାମ କରିଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।• ସମ୍ପୃକ୍ତ ଅଞ୍ଚଳର ସ୍ଥାନୀୟ ଭାଷା ଉପରେ ଭଲ ଜ୍ଞାନ ଥିବା ଆବଶ୍ୟକ।
ପ୍ରାର୍ଥୀମାନେ କେବଳ ନିର୍ଦ୍ଧାରିତ ସହର ଓ ଅଞ୍ଚଳ ପାଇଁ ଆବେଦନ କରିପାରିବେ।
ସେଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼, ଡେରାଡୁନ, ଦିଲ୍ଲୀ, ଗାଜିଆବାଦ, ଗୁରୁଗ୍ରାମ, କାନପୁର, ସୋନିପତ, କୋଏମ୍ବାଟୁର, ଇନ୍ଦୋର, ମହୀଶୂର, ପାଟନା, ରାଞ୍ଚି, ଭୋପାଳ, ପିମ୍ପ୍ରି-ଚିଞ୍ଚୱାଡ଼, କୋଲକାତା, ଭୁବନେଶ୍ୱର, ଚେନ୍ନାଇ, କଟକ, ଗୁଆହାଟୀ, ଯୋଧପୁର, ଲୁଧିଆନା, ମଦୁରାଇ, ପୁଣେ, ହାଇଦ୍ରାବାଦ, ଥାଣେ, ମୁମ୍ବାଇ, ଏର୍ଣ୍ଣାକୁଲମ, ଜୟପୁର, ବିଜୟୱାଡ଼ା, ରାୟପୁର, ନାଗପୁର, ନାସିକ, ବେଙ୍ଗାଲୁରୁ, ଗ୍ୱାଲିୟର ପଶ୍ଚିମ ଓ ତ୍ରିପୁରା ରହିଛି।
କେଉଁଠି ଓ କିପରି କରିବେ ଆବେଦନ?
ପ୍ରାର୍ଥୀମାନେ ଏଲ୍ଆଇସି ହାଉସିଂ ଫାଇନାନ୍ସର ଅଫିସିଆଲ୍ ୱେବ୍ସାଇଟ୍ ଓ ଇଣ୍ଟର୍ନଶାଲା ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ।
ଆବେଦନ ପ୍ରକ୍ରିୟା:୧.
ଏଲ୍ଆଇସି ହାଉସିଂ ଫାଇନାନ୍ସର ଅଫିସିଆଲ୍ ୱେବ୍ସାଇଟ୍ lichousing.com/careersକୁ ଯାଆନ୍ତୁ।୨.
ହୋମ୍ପେଜ୍ରେ ଥିବା "Job Opportunities" ବିଭାଗରେ ନିଯୁକ୍ତି ସମ୍ପର୍କିତ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।୩.
ନୂଆ ପୃଷ୍ଠାରେ "Apply Now" ଉପରେ କ୍ଲିକ୍ କରନ୍ତୁ।୪.
ଆବଶ୍ୟକ ସମସ୍ତ ତଥ୍ୟ ପୂରଣ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।୫.
ଶେଷରେ ଆବେଦନ ଫର୍ମର ପ୍ରିଣ୍ଟ୍ଆଉଟ୍ କାଢ଼ି ରଖନ୍ତୁ।ଅନଲାଇନ୍ ଆବେଦନ ଲିଙ୍କ୍: ଏଲ୍ଆଇସି ଏଚ୍ଏଫ୍ଏଲ୍ ନିଯୁକ୍ତି ୨୦୨୬ ନିଯୁକ୍ତି ବିବରଣୀ ଓ ଦରମା ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୫୦ଟି ମ୍ୟାନେଜମେଣ୍ଟ ଟ୍ରେନି ପଦ ପୂରଣ କରାଯିବ।• ପ୍ରଥମ ଦୁଇ ବର୍ଷର ଷ୍ଟାଇପେଣ୍ଡ: ମାସିକ ୪୦,୦୦୦ରୁ ୫୦,୦୦୦ ଟଙ୍କା।• ସର୍ଭିସ୍ ବଣ୍ଡ୍: ଦୁଇ ବର୍ଷ ପାଇଁ ବଣ୍ଡ୍ ପୂରଣ କରିବାକୁ ପଡ଼ିବ।• ଦୁଇ ବର୍ଷ ପରେ ପ୍ୟାକେଜ୍: ବାର୍ଷିକ ୧୪ ଲକ୍ଷ ଟଙ୍କା କିମ୍ବା ତା"ଠାରୁ ଅଧିକ।ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ବିଜ୍ଞପ୍ତିରେ ଯୋଗ୍ୟତା, ନିଯୁକ୍ତି ସର୍ତ୍ତାବଳୀ ଓ ଅନ୍ୟାନ୍ୟ ନିୟମ ଯାଞ୍ଚ କରିନେବା ଉଚିତ।
ସୁନ୍ଦରଗଡ଼ରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ: ୫୫ ବର୍ଷ ବୟସରେ ଛଟେଇ ନିଷ୍ପତ୍ତି ବନ୍ଦ କରିବାକୁ ଦାବି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।