Rain Shortage ନିଅଣ୍ଟିଆ ବର୍ଷାରେ ଝାରସୁଗୁଡ଼ାର ୧୧ ପଞ୍ଚାୟତରେ ଧାନ ଫସଲ ନଷ୍ଟ ଆଶଙ୍କା, ଜଳସେଚନ ଅଭାବରେ ଚାଷୀ ହନ୍ତସନ୍ତ

Oct 12, 2026 - 19:50
Rain Shortage ନିଅଣ୍ଟିଆ ବର୍ଷାରେ ଝାରସୁଗୁଡ଼ାର ୧୧ ପଞ୍ଚାୟତରେ ଧାନ ଫସଲ ନଷ୍ଟ ଆଶଙ୍କା, ଜଳସେଚନ ଅଭାବରେ ଚାଷୀ ହନ୍ତସନ୍ତ

"ଲଇକେରା (ଭରତ ପାତ୍ର):  ନିଅଣ୍ଟିଆ ବର୍ଷା ଯୋଗୁଁ ଝାରସୁଗୁଡ଼ାର ଲଇକେରା ବ୍ଲକର ୧୧ଟି ପଞ୍ଚାୟତରେ ଚାଷଜମି ଶୁଖିଲା ପଡ଼ିଛି।

ବର୍ଷା ଅଭାବରୁ ଧାନଫସଲ ଉଜୁଡ଼ିବାକୁ ବସିଛି।

ଅପରପକ୍ଷରେ, ନିକଟରେ କେନାଲ୍‌ ଥିଲେ ମଧ୍ୟ ଜଳସେଚନର ସୁବିଧା ନଥିବାରୁ ନିଅଣ୍ଟିଆ ବର୍ଷା ଚାଷୀଙ୍କ ନିମନ୍ତେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି।

Advertisment ଭାରତର କୃଷି ଅଞ୍ଚଳରେ ବନ୍ୟା ଓ ନିଅଣ୍ଟିଆ ବର୍ଷା ବିପଦ ବଢ଼ାଇଛିକୃଷି ବିଭାଗର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁନ୍‌ ମାସରେ ୭୯ ମିଲିମିଟର, ଜୁଲାଇରେ ୬୩୬ ମିଲିମିଟର, ଅଗଷ୍ଟରେ ୩୯୬ ମିଲିମିଟର ଓ ସେପ୍ଟେମ୍ବରରେ ୧୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଯାହା ସ୍ବାଭାବିକ ଠାରୁ କମ୍ ବର୍ଷା ଅଟେ।

ବର୍ଷା ଭରସାରେ ଫସଲ ହେଉଥିବା ଚାଷଜମି ସମ୍ପ୍ରତି ଶୁଖିଲା ପଡ଼ିଛି।

କୃଷି ଅଧିକାରୀ ଦୀପ୍ତି ଭୋଏ କହିଛନ୍ତି,  ଧାନ ଫସଲର ଥୋଡ଼ ବାହାରିବା ସମୟ ହୋଇଥିବାରୁ ଏହି ସମୟରେ ପାଣିର ଅଭାବ ହେଲେ ଧାନରେ ଅଗାଡ଼ି ବଢ଼ିବା ସହ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ରହିଛି।

Monsoon: ପୁଣି ଦୁର୍ବଳ ହେଲା ମୌସୁମୀ: ନିଅଣ୍ଟିଆ ବର୍ଷା ୪୫ ପ୍ରତିଶତକୁ ବୃଦ୍ଧି, ଚିନ୍ତା ବଢ଼ାଇଲା ମେଘହୀନ ଆକାଶଚାଷୀ ଦିଲୀପ ବେହେରା, ସମୀର ପଟେଲ ଓ ଦେବପ୍ରକାଶ ନାଏକଙ୍କ ଅଭିଯୋଗ ଅନୁସାରେ, ଲଇକେରା ବ୍ଲକର ଏକହାତିଆ ନଳା ଡ୍ୟାମ୍‌ରୁ ଖରିଫ ଋତୁରେ ପ୍ରାୟ ୨୨ ହଜାର ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ରହିଛି ।

ହେଲେ କେନାଲ ଥାଇ ମଧ୍ୟ ଡ୍ୟାମ୍‌ର ପାଣି ତଳମୁଣ୍ଡର ଚାଷଜମିରେ ପହଞ୍ଚୁନାହିଁ ।

ଡ୍ୟାମ୍‌ ନିକଟରୁ ସାରଙ୍ଗଲୋଇ ଗ୍ରାମ ପର୍ଯ୍ୟନ୍ତ ଆଉଟ୍‌ଲେଟ୍‌ ଦେଇ ପାଣି ବାହାରକୁ ବୋହିଯାଉଥିବା ବେଳେ ତଳମୁଣ୍ଡର ଚାଷୀ ପାଣି ପାଇଁ ଡହଳବିକଳ ହେଉଛନ୍ତି ।

ମା" ଅନ୍ଧାରୀ କୃଷକ ସଂଗଠନର ସଭାପତି ହେମନ୍ତ ସାଗର କୁମୁରାଙ୍କ କହିବା ଅନୁଯାୟୀ, ବ୍ଲକର ୧୧ଟି ପଞ୍ଚାୟତରେ ସମାନ ସ୍ଥିତି ଦେଖାଦେଇଛି ।

କେଉଁଠି କେନାଲ ପାଣି ପହଞ୍ଚୁନାହିଁ, ତ ଆଉ କେଉଁଠି ଉଠା ଜଳସେଚନ ପ୍ରକଳ୍ପ ଅଚଳ ଥିବାରୁ ଧାନ ଫସଲ ଶୁଖିବାକୁ ବସିଛି ।

ଗତବର୍ଷ ବନ୍ୟାରେ ଅନେକ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡ଼ିଥିଲା ।

ଏନେଇ ପାଣି ପଞ୍ଚାୟତ ମାଧ୍ୟମରେ ନିର୍ଦ୍ଦିଷ୍ଟ ଆପ୍‌ରେ ଅଭିଯୋଗ ପଞ୍ଜୀକରଣ ହୋଇଥିଲେ ମଧ୍ୟ ଦେଢ଼ ବର୍ଷ ବିତିଯାଇଥିବା ସତ୍ତ୍ୱେ ପ୍ରକଳ୍ପଗୁଡ଼ିକର ମରାମତି ହୋଇନଥିବା ସେ ଅଭିଯୋଗ କରିଛନ୍ତି ।

Geographical: ଓଡ଼ିଶାର ଭୌଗୋଳିକ ସ୍ଥିତି ଯୋଗୁଁ ଚଳିତବର୍ଷ ଅଧିକ ମୌସୁମୀ ବର୍ଷା ହେଲା: ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଏ ସମ୍ପର୍କରେ ଏମ୍‌ଆଇ ବିଭାଗର ଯନ୍ତ୍ରୀ କିମ୍ବା ଏସ୍‌ଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।