Life mantra: ଜୀବନ-ମନ୍ତ୍ର: ଶ୍ରାବଣରେ ସେ ଶ୍ରୀଧର

Aug 07, 2026 - 08:21
Life mantra: ଜୀବନ-ମନ୍ତ୍ର: ଶ୍ରାବଣରେ ସେ ଶ୍ରୀଧର

"ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କର ଆଷାଢ଼ ମାସର ନାଆଁ ଯେପରି "ବାମନ", ସେହିପରି ତାଙ୍କର ଶ୍ରାବଣ ମାସର ନାଆଁ "ଶ୍ରୀଧର"।

ଏହି ନାମଟି "ବିଷ୍ଣୁସହସ୍ରନାମ"ର ୬୫ ସଂଖ୍ୟକ ଶ୍ଳୋକରେ ରହିଛି।

ଶ୍ଳୋକଟି ହେଉଛି–Advertisment "ଶ୍ରୀଦଃ ଶ୍ରୀଶଃ ଶ୍ରୀନିବାସଃ ଶ୍ରୀନିଧିଃ ଶ୍ରୀବିଭାବନଃ।ଶ୍ରୀଧରଃ ଶ୍ରୀକରଃ ଶ୍ରେୟଃ ଶ୍ରୀମାଁଲ୍ଲୋକତ୍ରୟାଶ୍ରୟଃ।।"" ଏହି ଶ୍ଳୋକରେ ବିଷ୍ଣୁଙ୍କର ଦଶଟି ନାଆଁ ଅଛି।

ସେଗୁଡ଼ିକ ହେଉଛି–ଶ୍ରୀଦ, ଶ୍ରୀଶ, ଶ୍ରୀନିବାସ, ଶ୍ରୀନିଧି, ଶ୍ରୀବିଭାବନ, ଶ୍ରୀଧର, ଶ୍ରୀକର, ଶ୍ରେୟ, ଶ୍ରୀମାନ୍‌ ଓ ଲୋକତ୍ରୟାଶ୍ରୟ।

ଏହି ଦଶଟି ନାମ ମଧ୍ୟରୁ "ଶ୍ରୀ" ସଂଯୁକ୍ତ ଥିବା ନାଆଁ ଆଠଟି।

ଏହି ଆଠଟି ନାମର ବିଶେଷତ୍ବ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।

ସ୍ବାମୀ ଚିନ୍ମୟା‌ନନ୍ଦ ଏହାର ସୁନ୍ଦର ବ୍ୟାଖ୍ୟା କରିଛନ୍ତି। "ଶ୍ରୀଦ"ର ଅର୍ଥ ଶ୍ରୀପ୍ରଦାନକାରୀ।

ଭଗବାନ ବିଷ୍ଣୁ ତାଙ୍କର ଭକ୍ତମାନଙ୍କୁ "ଶ୍ରୀ" ପ୍ରଦାନ କରିଥାଆନ୍ତି। "ଶ୍ରୀ"ର ଅର୍ଥ–ଐଶ୍ବର୍ଯ୍ୟ ଓ ସୌନ୍ଦର୍ଯ୍ୟ।

ଶ୍ରୀନାରାୟଣ ତାଙ୍କର ଶରଣାଗତ ଭକ୍ତଙ୍କ ପ୍ରତି ସଦୟ ହେବା ସହିତ ସେହି ‌ସଦୟଚିତ୍ତରେ ସମସ୍ତ ଐଶ୍ବର୍ଯ୍ୟ ପ୍ରଦାନ କରିଥାଆନ୍ତି।

ସେହିପରି ସେ ତାଙ୍କର ଭକ୍ତମାନଙ୍କୁ ସମସ୍ତ "ଶ୍ରୀ" ବା ସୌନ୍ଦର୍ଯ୍ୟ ପ୍ରଦାନ କରି ଥାଆନ୍ତି।

ସେହିପରି, ଭଗବାନ ବିଷ୍ଣୁଙ୍କର ଆଉ ଗୋଟିଏ ନାଆଁ "ଶ୍ରୀଶ"।

ସେ ଶ୍ରୀ‑ଈଶ। "ଶ୍ରୀ" ବୁଝାଏ ଲକ୍ଷ୍ମୀଙ୍କୁ ଏବଂ "ଈଶ" ବୁଝାଏ ପତିଙ୍କୁ।

ସେ ଲକ୍ଷ୍ମୀପତି; ତେଣୁ ସେ ଶ୍ରୀଶ।

Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା ଏହି ଶ୍ଳୋକର ଆଉ ଗୋଟିଏ "ଶ୍ରୀ"ଯୁକ୍ତ ନାମ ହେଉଛି–"ଶ୍ରୀନିବାସ"।

ଯିଏ ସର୍ବଦା ସାଧୁଲୋକଙ୍କ ହୃଦ‌ୟରେ ବାସ କରନ୍ତି ଏବଂ ତାଙ୍କୁ ସଂଚାଳିତ କରନ୍ତି, ସେ "ଶ୍ରୀନିବାସ"।

ଯାହାଙ୍କ ଭିତରେ ସର୍ବଦା ଶ୍ରୀ ବା ଲକ୍ଷ୍ମୀ ବିରାଜମାନ ଥାଆନ୍ତି; ଯାହାଙ୍କର ହୃଦୟ ସର୍ବଦା ନିର୍ମଳ ଓ ପବିତ୍ର; ତାଙ୍କର ହୃଦୟରେ ଆନନ୍ଦ, ପ୍ରଶାନ୍ତି ଓ ଉତ୍ତମ ଭାବନାର ପରିପ୍ରକାଶ ଘଟେ।

ସେପରି ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମା ସ୍ବ-ପ୍ରକାଶିତ ହୋଇ ରହିଥାଆନ୍ତି।

ତେଣୁ ଶ୍ରୀନାରାୟଣଙ୍କର ନାମ ଶ୍ରୀନିବାସ। "ଶ୍ରୀନିଧି" ମଧ୍ୟ ଏହି ପର୍ଯ୍ୟାୟର ଆଉ ଏକ ନାମ।

ଯିଏ "ଶ୍ରୀ"ଙ୍କର ନିଧି ଅଟନ୍ତି, ସେ "ଶ୍ରୀନିଧି"।

ନାରାୟଣ ସର୍ବଦା ପରିପୂର୍ଣ୍ଣ ଅଟନ୍ତି।

ସମସ୍ତ ମହିମା ତାଙ୍କଠାରେ ଠୁଳହୋଇ ରହିଥାଏ। "ଶ୍ରୀ" ମାୟା ଭାବେ ଈଶ୍ବରଙ୍କଠାରେ ପରିପ୍ରକାଶ ହୋଇ ବିଭିନ୍ନ ଲୀଳା ରଚନା କରିଥାନ୍ତି।

ସେ ପରମାତ୍ମାଙ୍କର ଶକ୍ତି।

ତେଣୁ ବିଷ୍ଣୁଙ୍କର ନାମ ଶ୍ରୀନିଧି।

ତାଙ୍କର "ଶ୍ରୀବିଭାବନ" ନାମଟି ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ।

ଯିଏ "ଶ୍ରୀ" ବିତରଣ କରିଥାନ୍ତି ସେ ଶ୍ରୀବିଭାବନ।

ଶ୍ରୀ ନାରାୟଣ ହିଁ ସକଳ କର୍ମର ନିୟନ୍ତ୍ରକ ଓ କର୍ମଫଳ ପ୍ରଦାୟକ। "ଶ୍ରୀ"ଙ୍କୁ କର୍ମ ଅନୁସାରେ ବିଭାବନ କରୁଥିବାରୁ, ସେ ଶ୍ରୀବିଭାବନ।

ତାଙ୍କର ଆଉ ଏକ ନାମ "ଶ୍ରୀକର"।

ଈଶ୍ବର ସର୍ବଦା ଶ୍ରିୟଂ ବା ଶ୍ରେୟ କରୁଥିବାରୁ ସେ "ଶ୍ରୀକର"।

ପ୍ରଭୁ ଭକ୍ତଙ୍କୁ ଶ୍ରୀ ପ୍ରଦାନ କରି ଥାଆନ୍ତି, ତେଣୁ ସେ "ଶ୍ରୀକର"।

ସେହିପରି ସେ "ଶ୍ରୀ" ସଂପନ୍ନ।

ତେଣୁ ତାଙ୍କର ନାମ ଶ୍ରୀମାନ।

Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍‌ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ ଏବେ ଆସିବା ତାଙ୍କର ଶ୍ରାବଣ  ମାସର ନାମ "ଶ୍ରୀଧର"କୁ।

ନାରାୟଣ ସର୍ବଦା "ଶ୍ରୀ" ବା ଲକ୍ଷ୍ମୀଙ୍କୁ ତାଙ୍କର ହୃଦୟରେ ଧାରଣ କରିଥାଆନ୍ତି।

ଆତ୍ମସ୍ବରୂପ ପରମାତ୍ମା ତାଙ୍କର ଶକ୍ତିମତ୍ତା ଓ ସଂପୂର୍ଣ୍ଣତାରୁ ଭିନ୍ନ ହୁଅନ୍ତି ନାହିଁ।

ତେଣୁ "ଶ୍ରୀ"ଙ୍କୁ ସର୍ବଦା ଧାରଣ କରିଥିବାରୁ ସେ ଶ୍ରୀଧର। "ପଦ୍ମପୁରାଣ"ରେ ଏ ସଂପର୍କରେ କୁହାଯାଇଛି–ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ଭଗବାନ ଶ୍ରୀଧରଙ୍କୁ ପୂଜା କରନ୍ତି, ତାଙ୍କର ସେହି ପୂଜା ଫଳରେ ଦେବ, ଗନ୍ଧର୍ବ, ଉରଗ ଓ ପନ୍ନଗଙ୍କର ମଧ୍ୟ ପୂଜା ହୋଇଥାଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।