Road Accident: ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ: କାର ଦୁର୍ଘଟଣାରେ ୭ଜଣ ଗୁରୁତର
"ଯାଜପୁର: ଆଜି ରାତି ପ୍ରାୟ ୯ଟା ସମୟରେ କୁଆଖିଆ ବଜାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଯାଜପୁର ଟାଉନ୍ରୁ କୁଆଖିଆ ଆଡ଼କୁ ଆସୁଥିବା ଏକ କାର ପ୍ରଥମେ ସାରଙ୍ଗପୁରଠାରେ ଏକ ବାଇକ୍କୁ ଧକ୍କା ଦେଇଥିଲା ।
ସେଠାରୁ ଦ୍ରୁତ ଗତିରେ କୁଆଖିଆ ବଜାରକୁ ଆସି ବଜାର ମଧ୍ୟରେ ଏକ ବାଇକ୍ ଓ ଗୋଟିଏ ସ୍କୁଟିକୁ ଧକ୍କା ଦେଇଥିଲା ।
Advertisment Air India Flight: ଆହତ ବିମାନ ଯାତ୍ରୀ ବଖାଣିଲେ ଦୁର୍ଘଟଣା ସମୟର ଘଟଣା ଏହି ଦୁର୍ଘଟଣାରେ ବାଇକ୍ଚାଳକମାନଙ୍କ ସହିତ ପାଖରେ ଥିବା ମୋଟ ୭ ଜଣ ଗୁରୁତର ଆହତ ହୋଇଥିଲେ।
ଖବରପାଇ କୁଆଖିଆ ପୁଲିସ ଘଟଣାସ୍ଥଳରେ ପହଁଚି ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ମଧୁବନ ସିଏଚ୍ସିକୁ ପଠାଇଥିଲା।
ସେଠାରୁ ୩ ଜଣଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାଯାଇଛି।
ପୁଲିସ ଦୁର୍ଘଟଣା ଘଟାଇଥିବା କାର୍କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।
ସେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।