Venkatachari Matha: ଭେଙ୍କେଟାଚାରୀ ମଠରୁ ଦ୍ବିଭାଷୀ ଶିଳାଲେଖ ଠାବ
ପୁରୀ: ବାଲିସାହିସ୍ଥିତ ଭେଙ୍କେଟାଚାରୀ ମଠରୁ ଦ୍ବିଭାଷୀ ଶିଳାଲେଖ ଠାବ ହୋଇଛି। ଏହାର ପାଠୋଦ୍ଧାର ପରେ ଦାକ୍ଷିଣାତ୍ୟ ସହ ମଠର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ବିଶାଖାପାଟଣା ଜିଲ୍ଲା ବିଜୟନଗରମ୍ର ରାମତୀର୍ଥ ଅଞ୍ଚଳରୁ ଆସିଥିବା ଶ୍ରୀସମ୍ପ୍ରଦାୟର ଗୁରୁ ଏହି ମଠ ପ୍ରାୟ ୩ଶହ ବର୍ଷ ପୂର୍ବେ ସ୍ଥାପନ କରିଥିବା ଅନୁମାନ କରାଯାଉଛି। ଉଭୟ ତେଲୁଗୁ ଓ ଓଡ଼ିଆ ଭାଷାରେ ଶିଳାଲେଖ ରହିଥିଲେ ହେଁ କେବଳ ତେଲୁଗୁ ଲିପି ପଢ଼ିବା ସମ୍ଭବ ହେଉଛି। ସ୍ଥାନୀୟ ଐତିହ୍ୟ ପ୍ରେମୀ ଓମ୍ପ୍ରକାଶ ସାହୁ ଏହି ଶିଳାଲେଖ ଠାବ କରିବା ପରେ ପାରଳାଖେମୁଣ୍ଡିର ଲିପିତତ୍ତ୍ବ ଗବେଷକ ବିଷ୍ଣୁମୋହନ ଅଧିକାରୀ ଏହାର ପାଠୋଦ୍ଧାର କରିଛନ୍ତି। ସେଥିରେ ଉଲ୍ଲେଖ ପ୍ରକାରେ, ଅଧିକାରୀ (ମହନ୍ତ) କାଲାବପୁଡ଼ି ଶରଣାଚାର୍ଯ୍ୟୁଲୁ ଶ୍ରାବଣ ମାସରେ ମଠ ଦୁଆର ନିର୍ମାଣ ଓ ଚୂନ କାମ ସମ୍ପନ୍ନ କରିଥିବା କଥା ଉଲ୍ଲେଖ ରହିଛି। ଏହି ଶିଳାଲେଖ ୧୮୯୭ ମସିହାର ବୋଲି ଶ୍ରୀ ଅଧିକାରୀ ଅନୁମାନ କରିଛନ୍ତି। ଶିଳାଲେଖରେ ଉଭୟ ତେଲୁଗୁ ଓ ଓଡ଼ିଆ ଭାଷାରେ ସମାନ କଥା ଉଲ୍ଲେଖ ଥିଲେ ହେଁ ଓଡ଼ିଆ ଭାଷା ଅସ୍ପଷ୍ଟ ହୋଇଯାଇଛି। ତେଲୁଗୁ ଲିପିରୁ ପାଠୋଦ୍ଧାର ପରେ ଏହି ମଠର ପ୍ରାଚୀନତା ସମ୍ବନ୍ଧରେ ଗବେଷଣା କରିଥିଲେ। ଶ୍ରୀ ଅଧିକାରୀ ଇତିହାସର ଅବତାରଣା କରି କହିଛନ୍ତି, ପ୍ରାୟ ୩ଶହ ବର୍ଷ ପୂର୍ବେ ପୁରୀର ଭୋଇ ରାଜବଂଶ ଉକ୍ତ ମହନ୍ତଙ୍କ ପୂର୍ବଜଙ୍କୁ ପୁରୀରେ ମଠ ସ୍ଥାପନା କରାଇଥିଲେ।
Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍ରେ ଛାଡ଼ିବା ନେଇ ସୁପ୍ରିମ୍କୋର୍ଟଙ୍କ ଭର୍ତ୍ସନା
ପାେଠ୍ୟାଦ୍ଧାର କଲେ ଗବେଷକ
ରହିଛି ମଠ ମରାମତି ତଥ୍ୟ
ଆନ୍ଧ୍ରର ପୁସପାଟି ରାଜବଂଶର ରାଜଗୁରୁ ଥିବା ମହନ୍ତଙ୍କ ପୂର୍ବଜମାନଙ୍କୁ ମରାଠା ଶାସନ କାଳ ସମୟରେ ଇଚ୍ଛାପୁର, ଡଭାର ଓ ଶିଶୁ ଅଞ୍ଚଳରେ ଜାଗିରି ପ୍ରାପ୍ତ ହୋଇଥିଲା। ଶ୍ରୀମନ୍ଦିର ସ୍ବତ୍ବଲିପି ୧୧୯ ଓ କ୍ରମିକ ନମ୍ବର ୭୨ରେ ଏହି ମଠର ଶ୍ରୀମନ୍ଦିରରେ ସେବା ସମ୍ପର୍କରେ ଉଲ୍ଲେଖ ରହିଛି। ମହାପ୍ରଭୁଙ୍କ ଆଲଟ ଓ ଚାମର ସେବା ରହିଥିବା କଥା ରେକର୍ଡ ରହିଛି। ଶ୍ରୀଅଧିକାରୀ କହିଛନ୍ତି ସଦ୍ୟ ଆବିଷ୍କୃତ ଶିଳାଲେଖରୁ ମଠର ପରମ୍ପରା ତଥା ପୁରୀ ମଠ ସଂସ୍କୃତି ଇତିହାସରେ ନୂଆ ତଥ୍ୟ ଯୋଡ଼ି ହୋଇଛି। ମହନ୍ତ କାଲାବପୁଡ଼ି ଶରଣାଚାର୍ଯ୍ୟୁଲୁ ଏହି ମଠର କେତେ ନମ୍ବର ମହନ୍ତ ଭାବେ ଦାୟିତ୍ବ ନେଇଥିଲେ ତାହା ଗବେଷଣା ସାପେକ୍ଷ। ତେବେ ପୁରୀରେ ଏହିଭଳି ଅନେକ ମଠରେ ବିଭିନ୍ନ ଭାଷାର ଶିଳାଲେଖ ମହଜୁଦ ରହିଛି। ଏହାର ପାଠୋଦ୍ଧାର ଦ୍ବାରା ମଠ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇପାରିବ ବୋଲି ସେ କହିଛନ୍ତି।
Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।