Lightning Strike ବାଙ୍ଗିରିପୋଷିରେ ବଜ୍ରପାତ: ଚାଷୀ ମୃତ, ମହିଳା ଗୁରୁତର

Sep 07, 2026 - 18:10
Lightning Strike ବାଙ୍ଗିରିପୋଷିରେ ବଜ୍ରପାତ: ଚାଷୀ ମୃତ, ମହିଳା ଗୁରୁତର

"ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଆଜି (ସୋମବାର) ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

Advertisment Lightning: ବଜ୍ରାଘାତରେ ଜଣେ ମୃତ ୪ ଗୁରୁତର ସୂଚନାନୁସାରେ, ନାଫ୍ରି ପଞ୍ଚାୟତ ଆନ୍ଦୋଳା ଗ୍ରାମର ସୁରେନ୍ଦ୍ର ପାତ୍ର(୬୫)ନିଜର ପତ୍ନୀ ଓ ଝିଆରୀ ପଦ୍ମାବତୀ ପାତ୍ର ( ୫୫) ଘାସ ବାଛିବା ପାଇଁ ବିଲକୁ ଯାଇଥିଲେ।

ଖାଦ୍ୟ ଆଣିବା ପାଇଁ ସୁରେନ୍ଦ୍ରଙ୍‌କ ପତ୍ନୀ ଘରକୁ ଆସିଥିଲେ।

ଅପରାହ୍‌ଣ ପ୍ରାୟ ୩ ଟା ସମୟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା।

ଏହି ସମୟରେ ବଜ୍ରାଘାତରେ ସୁରେନ୍ଦ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ପଦ୍ମାବତୀ ମଧ୍ୟ ଆହତ ହୋଇ ଅଚେତ ହୋଇଯାଇଥିଲେ।

Lightning Strike ଫୁଟବଲ ଖେଳ ଦେଖୁଥିବା ବେଳେ ବଜ୍ରପାତ: ନାବାଳକ ମୃତ,୨ ଗୁରୁତର ଝିଆରୀର ଚେତାଫେରିବା ପରେ ସେ ଅନ୍ୟ ଲୋକଙ୍କୁ ସୂଚିତ କରିଥିଲେ।

ଗାଁ ଲୋକଙ୍କ ସୁଅ ଛୁଟିଥିଲା।

ଖବର ପାଇ ପୁଲିସ , ତହସିଲ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ନିୟମାନୁସାରେ, ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଅନୁରୋଧ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।