Lionel Messi Scores Impossible Free-Kick: ମେସିଙ୍କ ଗୋଲ୍ ଦେଖି ସମସ୍ତେ କାବା, ଏମିତି ଗୋଲ୍ କେମିତି ସମ୍ଭବ

Sep 28, 2026 - 15:07
Lionel Messi Scores Impossible Free-Kick: ମେସିଙ୍କ ଗୋଲ୍ ଦେଖି ସମସ୍ତେ କାବା, ଏମିତି ଗୋଲ୍ କେମିତି ସମ୍ଭବ

ମେସିଙ୍କ ମ୍ୟାଜିକାଲ ଫ୍ରିକିକ୍‌ରେ ଚମକିଲା ପୂରା ଫୁଟବଲ୍ ଦୁନିଆ। ମେଜର ଲିଗ୍ ସକରରେ କଲମ୍ବସ୍ କ୍ରୁ ବିପକ୍ଷରେ ଇଣ୍ଟର ମିଆମି ୨-୧ରେ ହାରିଥିଲେ ମଧ୍ୟ, ଲିଓନେଲ ମେସିଙ୍କ ଫ୍ରିକିକ୍ ଏବେ ଚର୍ଚ୍ଚାରେ। ୨୮ତମ ମିନିଟରେ ପେନାଲ୍ଟିରୁ କଲମ୍ବସ୍ ଆଗୁଆ ହୋଇଥିଲା।

ଏହାର ମାତ୍ର ୫ ମିନିଟ୍ ପରେ ମେସି ଏମିତି ଏକ ଫ୍ରିକିକ୍ ମାରିଥିଲେ, ଯାହା ଗୋଲକିପରଙ୍କୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କରିଦେଇଥିଲା। ଡାହାଣ ପଟରୁ ଅତ୍ୟନ୍ତ କମ୍ କୋଣରୁ ମେସିଙ୍କ ସିଧାସଳଖ ଶଟ୍ ଗୋଲ୍ ପୋଷ୍ଟ ଭିତରକୁ ପଶିଥିଲା।

ଏହି ଗୋଲ୍ ସହ ମେସିଙ୍କ ଚଳିତ ସିଜନର ଗୋଲ୍ ସଂଖ୍ୟା ୨୧ରେ ପହଞ୍ଚିଛି। ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଫ୍ରିକିକ୍‌କୁ ‘ଇମ୍ପସିବଲ୍’ ବୋଲି କହୁଛନ୍ତି। ତେବେ ଶେଷ ମୁହୂର୍ତ୍ତରେ କଲମ୍ବସ୍ ଗୋଲ୍ କରି ୨-୧ରେ ମ୍ୟାଚ୍ ଜିତିନେଇଥିଲା। ଏହି ପରାଜୟ ପରେ ଇଣ୍ଟର ମିଆମି ଲିଗ୍ ଟେବୁଲ୍‌ରେ ଶୀର୍ଷରୁ ୧୪ ପଏଣ୍ଟ ପଛରେ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।