Literature: କବିତା ଅପହଞ୍ଚ: କବି ଶୁଭସ୍ମିତା ତ୍ରିପାଠୀଙ୍କ କଲମରୁ ନିଃସୃତ....

Sep 22, 2026 - 17:19
Literature: କବିତା ଅପହଞ୍ଚ: କବି ଶୁଭସ୍ମିତା ତ୍ରିପାଠୀଙ୍କ କଲମରୁ ନିଃସୃତ....

"ଅପହଞ୍ଚ ଶୁଭସ୍ମିତା ତ୍ରିପାଠୀ ସହଜ ନଥିଲା ଜମା,କଣ୍ଟାବାଡ଼ରେ ମନ ମଧୁମାଳତୀକୁ ଆଉଜେଇ ଦେବାକେବେ ନଥିବାର ଇନ୍ଦ୍ରଧନୁଟେ ପାଇଁସାତରଙ୍ଗର ସ୍ୱପ୍ନରେ ମସଗୁଲ ହେବାAdvertisment ଠିକ୍ ପାଣିଗାର ପରି ଜୀବନ,ଦିକଦିକ ଛାତିତଳ ଅସ୍ପଷ୍ଟତାରେଜମା ସହଜ ନଥିଲା ଦୀପଟିଏ ଜାଳିବା!

ଆହୁରି ପଢ଼ନ୍ତୁ- Deep Depression: ଗଭୀର ଅବପାତ:  ବାତ୍ୟା ଆଶ୍ରୟ ସ୍ଥଳି ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ ବାଉଁଶ ବଣରୁ ଫୁଲ ଛିଣ୍ଡେଇବଇଁଶୀ ତିଆରିବାର କଳା ଶିଖିଥିଲା ବୋଲି ପବନଗାଢ଼ ଦିଶିଲା ପୂନେଇଁର ରାତିକେଉଁ ଆଖି ହଳକରେ ଜମାରୁ ସହଜ ନଥିଲାକଜଳ ସଜେଇ ଝରକା ଖୋଲିବା!

ପାଦଶବ୍ଦରେ ମାପି ହେଉନଥିବା ବେଳେଗୟସ ଫୁଲର ଆୟୁଷବୁନ୍ଦେ ଅଲୋଡ଼ା ଅଭିମାନ ବୁଝି ପାରିଲାନି ରାତି,ସେତେବେଳେ କିଏଜଣେ ଧାର ନେଲା ରଂଗଣୀ ଫୁଲର ହସସବୁ ଦରଜକୁ ପାଦଚିହ୍ନ କରି ଥାପିଦେଲା ନଈ କୂଳେ କୂଳେ,ଲୁହ ବୁନ୍ଦାଙ୍କୁ ତାରା କରି ଫୁଟେଇଲା ଆକାଶରେଦୁଇ ପାପୁଲିରେ ବାଢ଼ିଲାକେବେ ଛୁଇଁ ନଥିବା ବଂଶୀର ଅବସୋସନିଜେ ସୁର ହେଇ ଲେଖି ହେବାକୁ ନଈର ସୁଅରେଗାଲ ଭଉଁରିରୁ ମୁକୁଳେଇ ଦେଲା ଅପହଞ୍ଚତାମାନଙ୍କର ରଙ୍ଗ ସହଜ ନଥିଲା, ନିଆଁରୁ ପାହାଡ଼ପାହାଡ଼ରୁ ନଈ,ଆଉ ନଈରୁ ଧାରେ ପାଣି ହେଇସମୁଦ୍ର ଖୋଜିବା !

ଆହୁରି ପଢ଼ନ୍ତୁ- World Ozone Day 2026 ଏସ୍‌ପିସିବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ୨୦୨୬ ପାଳିତ ଶେଷରେ, ନାଁଟିଏ ଦେଇ ହେଲାନିସେ ଖୋଜିଲାପଣର ଚିତ୍ରପଟକୁ,ସବୁ ଛନ୍ଦହରା ଗୀତଙ୍କୁ ସାଇତିଯୋଡ଼ି ହେଲାନି ମାଳଟିଏ,ଅସ୍ପଷ୍ଟ ଅନ୍ଧାର ଭିତରେ ଦେଖି ହେଲାନି ବିଆଖିକୁ ଚାହିଁ ପାରୁନଥିବା ମୁହଁଟିଏ ମୋ ଆକାଶୀ ରଙ୍ଗର ଅପହଞ୍ଚତାରେବାଲି ଉପରର ସଜଫୁଟା କାଗଜଫୁଲ ବିଫର୍ଦ୍ଦେ ରଙ୍ଗିନ ପାଖୁଡ଼ା ଥୋଇଋତୁ ଗୋଟାକୁ ଜାବୁଡ଼ି ଧରିବା କୋଉ ସହଜ ଥିଲା!

ମୋ: ୮୪୮୦୮୬୭୧୯୦ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।