Literature: କବିତା ‘ଭଡ଼ାଟିଆ’: କବୀ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସଙ୍କ କଲମରୁ ନିଃସୃତ....

Sep 11, 2026 - 16:45
Literature: କବିତା ‘ଭଡ଼ାଟିଆ’: କବୀ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସଙ୍କ କଲମରୁ ନିଃସୃତ....

"ଭଡ଼ାଟିଆ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ ପୁରୁଣା ହେଲେ ବଦଳେଇ ଦେବାକୁ ହୁଏ ଡ୍ରଇଂରୁମ୍‌ର ଚିତ୍ର ବେଡ୍‌ରୁମ୍‌ର ରଙ୍ଗ ଏମିତିକି ଏକଦମ ଏକ ଅଜଣା ସହରରେ ବର୍ଷ ବର୍ଷ ଧରି ଖରା, କାକରକୁ ଆଶ୍ୱାସନାର ଛାତଟେ ଯାଚିଦେଇଥିବା ଘରଟାକୁ ବି!Advertisment ମଧ୍ୟବିତ୍ତର କାହାଣୀ ଖଟିଖିଆର ଦଇନିବାପାଙ୍କ ପ୍ରିୟ ଭଙ୍ଗା କାଠଚୌକି ବୋଉର ହାତବାରିସି ଦାଢୁଆ ପନିକି ମୋର କେତେ ଉଷୁମ ଲୁହରେଭିଜିଥିବା ରାତି ଆହୁରି ପଢ଼ନ୍ତୁ- Wedding: କୋଟି କୋଟି ଟଙ୍କାର ସୁନା, ନଗଦରେ ବିବାହ: ଭାଇରାଲ୍‌ ଭିଡିଓ ପରେ ବର ଗିରଫ ଆଉ ଚତୁର୍ଦ୍ଦଶୀ ଜହ୍ନକୁ ଭୋର ପ୍ରାର୍ଥନାରେ ମାଗିଥିବା ମୋ ସୁଖଦୁଃଖର ସାଥୀ!ସମସ୍ତଙ୍କୁ ଦିନେ ଟ୍ରକରେ ଲଦିହେଇ ଯିବାକୁ ହେବ,ନୂଆ ରଙ୍ଗ ସହ ନୂଆ ଆଶା ନେଇ ନୂଆ ଫୁଲରୁ ବାସ୍ନା ଟିକକ ସାଉଁଟିଲା ବେଳେ ଭୁଲିବାକୁ ହେବ ବାସିଦିନର ମହକ!

ସେତେବେଳେ ହୁଏତ ଉତ୍ତରାକାଶରେ ନଥିବେ ଧ୍ରୁବତାରା,ମନ୍ଦିରରେ ଶୁଭୁନଥିବ ଘଣ୍ଟ କି ହୁଳହୁଳି ନା ଆହାଃ ପଦଟେ କେହି ଯାଚିଦେବ ସମ୍ପର୍କର ଦ୍ୱାହି ଦେଇ,ସାରୁପତ୍ରରେ ଢଳଢଳ ସ୍ବପ୍ନ ଏଇ ଅଛି ପୁଣି ଏଇ ନାହିଁ!

କଥା ଦଉଛୁ ପୁଣିଥରେ ରକ୍ତକୁ ପାଣି କରି ଆମେ ଖଞ୍ଜିବୁ ପଥରରେ ପ୍ରାଣ,ଘରକରଣାରେ ଭରିବୁ ପ୍ରେମ ବିଶ୍ୱାସରେ ବୁଣିବୁ କାଠିକୁଟାର ବସା ଝଡ଼ ପାଇଁ ପତେଇଥିବୁ ପିଠି କିଛି ନିଜର ନୁହେଁ ଏଠି,ଜାଣିବି!

ଆହୁରି ପଢ଼ନ୍ତୁ- Hospital: ଛତ୍ରପୁର ହସ୍ପିଟାଲର ଡାକ୍ତର ସଙ୍କଟ ନେଇ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ଏସବୁ ପରେ ବି ବଦଳିବନି କିଛି,ଜାଣିଛି ସମୟ ସୁଅରେ ହୁଏତ ପୁଣିଥରେ ଶଙ୍ଖୋଳିବାକୁ ହେବଲୁହର ଅତିଥି ଯେମିତି ଠିକଣାହୀନ ଆକାଶରେ ଦଳେ ପକ୍ଷୀ ସେମିତି ଭଡ଼ାଟିଆଟେ ଠିଆ ମୁଁ ଜୀବନ ଦାଣ୍ଡରେ, ନିଜର ବୋଲି ନାହିଁ ମୋର କିଛି!

ସହଦେବଖୁଣ୍ଟା, ବାଲେଶ୍ୱର ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।