Literature: କବିତା ଲୋହିତ ମୁହୂର୍ତ୍ତ: କବି ନିରଞ୍ଜନ ନାୟକଙ୍କ କଲମରୁ ନିଃସୃତ...
"ଲୋହିତ ମୁହୂର୍ତ୍ତ ନିରଞ୍ଜନ ନାୟକ ଯୁଦ୍ଧ ଚାଲିଛି କେବେ ବଞ୍ଚିବା ପାଇଁ ତ କେବେ ବିନାଶ ପାଇଁୟୁକ୍ରେନରୁ ଇରାନଗାଜାରୁ ୟେମେନକଙ୍ଗୋରୁ ବେଲୁଚିସ୍ଥାନ ଲହଡ଼ି ଭାଙ୍ଗୁଛି ଲୋହିତ ସାଗରପାପୁଲିରେ ଏଆଇ ରକେଟ୍ଗୋଟିଏ ସ୍ପର୍ଶରେ ଜେନ-ଜିଙ୍କ ହୁଙ୍କାର, ଆଲ୍ଫାଙ୍କ ମୁଣ୍ଡରେ କିଏ ଭରୁଛି ଗରଳ।
Advertisment ଚାଷ ଜମିରେ ମାଗଣା କ୍ଷେପଣାସ୍ତ୍ରଶସ୍ୟଗାରରେ ମହଜୁଦ ଶସ୍ତ୍ର କିଛି ଚାହୁଛନ୍ତି ପାଠ ନୁହେଁ ପଢ଼ାହେବ ସନ୍ତ୍ରାସଶାସ୍ତ୍ରବ୍ରିକ୍ସ ହେଉ କି ଜି ସେଭେନସବୁ ବୈଠକରେ ବାରୁଦର ଗନ୍ଧଆର୍ଥିକ ହେଉ କି ସାମରିକଯୁଦ୍ଧ କ"ଣ ଏକମାତ୍ର ନିଷ୍କର୍ଷ!
ଆହୁରି ପଢ଼ନ୍ତୁ- Youth Congress: ପାଲାୟମ୍ ହିଂସା: ୧୬୦ ଯୁବ କଂଗ୍ରେସ ଓ ଏସ୍ଏଫ୍ଆଇ କର୍ମୀ ବିରୋଧରେ ମାମଲା ଛଦ୍ମବେଶୀ କରେ ସଂହତିର ସ୍ତୁତି ଶାନ୍ତି ପାଇଁ ଚାଲିଛି ସମର ଅଭ୍ୟାସସରଳ ମଣିଷ ଭିତରେ ଗରଳ କେବେ ପାଗନ୍କେବେ କାଫିର ତ କେବେ ଇନ୍ଫିେଡଲ୍ ଅହଙ୍କାରର ଗୋଟି ଚାଲେ ଚାଲେ ଯୁଦ୍ଧ ମଣିଷ ମଣିଷ ମଧ୍ୟରେ।
ସେ ଦଶାନନ ହେଉ କି ଦୁର୍ଯ୍ୟୋଧନହୁଅନ୍ତୁ ଜାର୍ ଅବା ହେନେରୀ ଅଷ୍ଟମଏବର ଅନେକ ହସ୍ତୀ ଯାହା ପାଇଁ ସନ୍ତ୍ରସ୍ତ ପୃଥିବୀଯୁଦ୍ଧ ଚାଲିଛି ଓ ଚାଲିଥିବ କିଏ ଜାଣେ ଶେଷ ତା" କେଉଁଠି!
ମୋ: ୬୩୭୧୮୪୦୧୨୨ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।