Literature: ଗଳ୍ପ ଗାର: ଗାଳ୍ପିକ ଶରତ କୁମାର ଦାସଙ୍କ କଲମରୁ ନିଃସୃତ...
"ଗାର ଶରତ କୁମାର ଦାସ ପୁପୁଆ ଶୂନ୍ୟରେ ଗାର ଟାଣୁଥିଲା।
ନିକଟରେ ଥାଇ ସହଦେବ ଲକ୍ଷ୍ୟ କରୁଥିଲା।
କିଛି ସମୟ ଉତ୍ତାରୁ ପଚାରିଲା, କ"ଣ କରୁଛୁ କିରେ ପୁପୁଆ?
କ"ଣ ଆଉ କରନ୍ତି ଭାଇ?
ଦେଖୁଚତ ଶୂନ୍ୟରେ ଗାର ଟାଣୁଛି।
ଶୂନ୍ୟରେ କ"ଣ ଗାର ଟାଣି ହୁଏ?
କାହିଁ, ମୁଁ ତ ଜାଣିନି।
ସହଦେବ ପ୍ରଶ୍ନ କଲା?
ହଁ ଭାଇ, ଶୂନ୍ୟରେ ଯେଉଁ ଗାର ଟାଣି ହୁଏ ସେମିତି ଗାର ଖାତାରେ ବି ଟାଣି ହୁଏନି।
ପୁପୁଆ ବୟାନ ଦେଲା।
ତମେ ବୁଝି ପାରିବନି ସେ ଗାର ଟଣାର କୌଶଳ?
ଯାହା ଭିତରେ ଚମତ୍କାର ରହସ୍ୟଟିଏ ରହିଛି।
ତେବେ ଟିକିଏ ବୁଦ୍ଧି ଖଟେଇଲେ ନିଶ୍ଚୟ ଜାଣିପାରିବ।
ତମେତ ଦର୍ଶନ ଶାସ୍ତ୍ର ପଢିଛ।
ପୁଣି ଦର୍ଶନରେ ସରକାରୀ କଲେଜରେ ଅଧ୍ୟାପକ ଅଛ।
ତମେ ବୁଝିପାରିବ ନାହିଁ ତ କିଏ ବୁଝିବ?
ଟିକିଏ ଗଭୀର ଭାବେ ଚିନ୍ତାକର।
ନିଶ୍ଚୟ ବୁଝିପାରିବ।
ମୁଁ ଯେଉଁ ଗାର ଟାଣୁଛି ତା"ର ରହସ୍ୟ ଏକ ବିରାଟ ଦର୍ଶନତତ୍ତ୍ୱ ନୁହେଁ।
ସାମାନ୍ୟ ଭେଜା ଖଟେଇଲେ ଜଣେ ସହଜରେ ଜାଣିପାରିବ।
ସହଦେବ ପୁପୁଆଠୁ ପ୍ରାୟ ପାଞ୍ଚ ବର୍ଷ ବଡ଼।
କଲେଜ ଛୁଟି ଥିବାରୁ ଖରା ଛୁଟିରେ ଗାଁକୁ ଆସିଛି।
ସେ ପୁପୁଆକୁ ଅନେକ ଆଗରୁ ଜାଣେ।
ପାଖାପାଖି ପଚାଶ ଛୁଇଁଲାଣି।
ବାହାସାହା ହୋଇନାହିଁ।
ଗାଁରୁ କଟକ ଯାଉଥିବା ଗରୁଡ଼ ବସ୍ରେ କଣ୍ଡକ୍ଟର୍ ଅଛି।
ଦରମା ଛଡ଼ା ଉପୁରି ଦି"ପଇସା ମଧ୍ୟ କମାଏ।Advertisment ହେଲେ କ"ଣ ହବ?
ଅଧା ପଇସା ପିଆପିଇରେ ସାରିଦିଏ।
ଯେଉଁଦିନ ଡିଉଟି ନ ଥାଏ ଅଣ୍ଟା ତଳକୁ ଖସି ପଡୁଥିବା ହାପ୍ ପ୍ୟାଣ୍ଟଟିଏ ପିନ୍ଧି ଖାଲି ଦେହରେ ପାଗଳ ପରି ଗାଁ ସାରା ବୁଲେ।
ପ୍ରବଳ ଗୁଟଖା ଚୋବାଏ।
ସାଙ୍ଗସାଥି ମେଳରେ ଭୋଜିଭାତ ସହ ପିଆପିଇ କରେ ମଧ୍ୟ।
ହେଲେ ଭାରି ଭଦ୍ର, ମାର୍ଜିତ ଓ ସ୍ୱାଭିମାନୀ।
ମାଛିକୁ ମ" କହେନି।
କେବେହେଲେ ତା ପାଟିରୁ ଅଶ୍ଳୀଳ ଭାଷା ବାହାରେନି।
ବୁଲେଇ ବଙ୍କେଇ ମଜାଦାର କଥା କହେ।
ସମସ୍ତଙ୍କୁ ଉଚିତ ସମ୍ମାନ ଦିଏ।
ବଡ଼ଭାଇ ହିସାବରେ ସହଦେବକୁ ଖୁବ୍ ଖାତିର କରେ।
ଭାଉଜ ଓ ପିଲାଛୁଆଙ୍କ କଥା ପଚାରେ।
ତେବେ, ଆଜି ସେ ତାକୁ ଏକ ଅକଳରେ ପକେଇ ଦେଇଛି।
ଶୂନ୍ୟରେ ଗାରଟଣା।
ତାକୁ ଯେମିତି ହେଲେ ଏହାର ରହସ୍ୟ ଭେଦିବାକୁ ପଡ଼ିବ।
ଆହୁରି ପଢ଼ନ୍ତୁ- India & Pakistan: ଗୁରୁବାର ଭାରତ-ପାକିସ୍ତାନ ହକି ସେମିଫାଇନାଲ୍ ପୁପୁଆଠୁ ବିଦାୟ ନେଲା ପରେ ସହଦେବର ଚିନ୍ତା ବଢ଼ିଯାଏ।
କ"ଣ ହୋଇପାରେ ସେ ଗାରଟଣାର ରହସ୍ୟ?
ତା"ମଗଜରେ କିଛି ପଶେନାହିଁ।
ତଥାପି ଗଭୀର ଭାବନାରେ ମଗ୍ନ ରହେ।
ମନେ ମନେ ହସେ।
ବାଃ, ଅଜବ ଦର୍ଶନ।
କ"ଣ ହୋଇପାରେ ଏହାର ପ୍ରକୃତ କାରଣ?
କି ଗୂଢ ରହସ୍ୟ ଥାଇପାରେ ଏମିତି ଏକ ଅଦ୍ଭୁତ ଦର୍ଶନର?
ଦିନ ପରେ ଦିନ ଗଡ଼ିଚାଲେ।
ସେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରେନି।
ପୁପୁଆର କିଛି ସାଙ୍ଗସାଥୀଙ୍କୁ ଏ ବିଷୟ ଫୋନରେ ନ ପଚାରିଛି ବୋଲି ନୁହେଁ।
ସେମାନେ କିଛି ନ କହି ସମ୍ମାନ ଦୃଷ୍ଟିରୁ ହସିଦିଅନ୍ତି।
ତମେ ପାଠୁଆ ହୋଇ ଯଦି ଜାଣିପାରୁନା, ଆମେ ଅପାଠୁଆ ହୋଇ କେମିତି ବୁଝିବୁ?
ଏତକ କହି ଫୋନ୍ କାଟନ୍ତି।
ସହଦେବର ଟେନ୍ସନ ଆହୁରି ବଢ଼େ।
ସବୁବେଳେ ଉଦାସ ରହେ।
ମଝିରେ ମଝିରେ ପତ୍ନୀ ଓ ପିଲାମାନଙ୍କ ଉପରେ ଅଯଥାରେ ଚିଡ଼ିମିଡ଼ି ହୁଏ।
ଖରାଛୁଟି ଶେଷ ହବାରୁ ସହଦେବକୁ କର୍ମସ୍ଥଳୀକୁ ଯିବାକୁ ପଡ଼େ।
ତଥାପି ତା ମଗଜ ଏ ଅଜବ ଦର୍ଶନର ପ୍ରଭାବରୁ ମୁକ୍ତିପାଇ ନ ଥାଏ।
ଇତିମଧ୍ୟରେ ପୁପୁଆର ଜୀବନ ଇତିହାସକୁ ନେଇ ସେ ତର୍ଜମା ନ କରିଛି ବୋଲି ନୁହେଁ।
ଛୋଟବେଳେ ପୁପୁଆର ଇତିହାସ କ"ଣ ଥିଲା?
କେତେ ପାଠ ପଢ଼ିଥିଲା?
ଭଲ ପାଠ ପଢୁଥିଲେ ବି କେମିତି ପ୍ରେମରେ ଅସଫଳ ହୋଇ ଅଧାରୁ ପାଠ ଛାଡ଼ି ଜୀବନ ବରବାଦ କଲା।
ପ୍ରେମିକାଠୁ ଧୋକା ଖାଇ ପାଗଳ ପରି ଏଣେ ତେଣେ ବୁଲିଲା।
ଶେଷରେ ସେ ପ୍ରେମିକା ଅନ୍ୟ କେଉଁ ପ୍ରେମିକଠୁ ଧୋକା ଖାଇ ଗଛରେ ଝୁଲିପଡ଼ିଲା।
ଶୁଣାଯାଏ ଅନେକ ସଚ୍ଚା ପ୍ରେମିକ ଏକତରଫା ପ୍ରେମ କରି ବିକାରଗ୍ରସ୍ତ ହୋଇଯାଇ ଥାଆନ୍ତି।
ସେ ବିକାରଗ୍ରସ୍ତର କାରଣ ସାଧାରଣ ଲୋକେ ଠଉରେଇ ପାରିନଥାନ୍ତି।
କାରଣ ମଣିଷ ଜୀବନର ଗଭୀରତମ ପ୍ରଦେଶକୁ ଭେଦିବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ।
ସେମିତି କିଛି ଘଟିନାହିଁ ତ ପୁପୁଆର?
ନ ହେଲେ ଏ ପ୍ରକାର ବିକାର କାହିଁକି ଦେଖାନ୍ତା?
ଏହାଛଡ଼ା ମଦ ଯେ ତା" ମାନସିକ ଅବସ୍ଥାକୁ ଦୁର୍ବଳ କରି ଦେଇଛି, ଏ ଦିଗକୁ ମଧ୍ୟ ଏଡ଼େଇ ଦିଆଯାଇ ନ ପାରେ?
କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ନ ପାରି ସହଦେବ ଭାବୁଥିଲା ଏଥର ଗାଁକୁ ଗଲେ ନିଶ୍ଚୟ ସେ ପୁପୁଆଠୁ କଥା ଆଦାୟ କରିବ।
ଘଟଣାର ସତ୍ୟାସତ୍ୟ ଜାଣିବ।
କିନ୍ତୁ ତା"ର ବିବେକ ତାକୁ ବାଧା ଦଉଥିଲା।ଦର୍ଶନଶାସ୍ତ୍ରରେ ସେ ଜଣେ ନାମଜାଦା ଜଣାଶୁଣା ଅଧ୍ୟାପକ।
ଅନେକ ଛାତ୍ରଛାତ୍ରୀଙ୍କୁ ଦର୍ଶନ ଶାସ୍ତ୍ରର ଗୂଢ଼ ରହସ୍ୟ ସୂଚାରୁ ରୂପେ ବୁଝେଇଛି।
ପୁପୁଆର ଏ ସାମାନ୍ୟ ଆଚରଣକୁ ଯାହା ସେ ବୁଝିପାରୁନି?
ଧ୍ୟାତ୍!
ଆହୁରି ପଢ଼ନ୍ତୁ- Odisha Farmers Protest ଫସଲ କ୍ଷତିପୂରଣ ଦାବିରେ ଓଡିଶା କୃଷକ ସଭାର ବିକ୍ଷୋଭ ଧୀରେ ଧୀରେ ସମୟର ଅବଧି ବଢ଼ିଚାଲିଥିଲା।
ସମୟ ସହ ସହଦେବର ଚିନ୍ତନ ମଧ୍ୟ ବଢୁଥିଲା।
ଅନେକ ଅବାନ୍ତର କଥା ତା" ମଗଜରେ ଦାନା ବାନ୍ଧି ପୁଣି ମିଳେଇଯାଉଥିଲା।
ଏ ବିଷୟ ନେଇ ସେ ପତ୍ନୀଙ୍କ ସହ ଅନେକବାର ଆଲୋଚନା କରିଛି।
ପତ୍ନୀ କହନ୍ତି ଏ ବେକାର ଚିନ୍ତନରେ କାହିଁକି ମାତିଛ?
ଦେହ ଖରାପ ହବ।
କିଏ ଶୂନ୍ୟରେ ଗାର ଟାଣିଲା ନ ଟାଣିଲା ସେଥିରେ ମୁଣ୍ଡ ଖେଳେଇବାରେ ତମର କ"ଣ ଅଛି?
କିନ୍ତୁ ପତ୍ନୀଙ୍କ କଥା ଏଡ଼େଇ ଦେଇ ସହଦେବ ଭାବେ ଏ ଗାରଟଣାର ରହସ୍ୟ ଭେଦିବା ଜଣେ ଦର୍ଶନ ବିଭାଗର ଅଧ୍ୟାପକ ପାଇଁ ଏକ ସମ୍ମାନର ପ୍ରଶ୍ନ।
ଇତିମଧ୍ୟରେ ଜମିବାଡ଼ି ଭାଗବଣ୍ଟା ନେଇ ସେ ଥରେ ଗାଁକୁ ଆସିଥିଲା।
ସେ ସମୟ ଶୀତ ଦିନ ଥିବାରୁ ଓଡ଼ିଶା ଅପେରା ଖେଳୁଥାଏ।
ପିଲାଟି ଦିନରୁ ସହଦେବ ଅପେରା ପ୍ରିୟ ଥିଲା।
ଦିନେ ଅପେରା ଦେଖି ଭୋଅରୁ ଫେରୁ ଫେରୁ ଦେଖିବାକୁ ପାଇଲା ପୁପୁଆ ତାଙ୍କ ହାଇସ୍କୁଲ ପାଖ ଶିଆଳି ଲଟା ମୂଳେ ଟଳି ପଡିଛି।
ପାଟିରୁ ବାହାରୁଥାଏ ଉତ୍କଟ ମଦଗନ୍ଧ।
ସେ ଅବସ୍ଥାରେ ବି ସେ ବିଳିବିଳି ହୋଇ ଶୂନ୍ୟରେ ଗାର ଟାଣି ଟାଣି ଚାଲିଥାଏ।
ସୌଜନ୍ୟ ଦୃଷ୍ଟିରୁ ସେଠାରୁ ପୁପୁଆକୁ ଉଦ୍ଧାର କରି ସେ ତା"ଘରେ ପହଞ୍ଚେଇଥିଲା।
ସେ ଘଟଣା ପରଠାରୁ ପୁପୁଆ ସହ ତା"ର ଆଉ ପ୍ରାୟ ଦେଖା ସାକ୍ଷାତ ହୋଇ ନ ଥିଲା।
ବହୁ ଗବେଷଣା ପରେ ଶେଷରେ ସେ ନିଶ୍ଚିତ ହେଲା ଯେ ଏ ଶୂନ୍ୟରେ ଗାରଟଣା ସୁଉଦୁ ମିଛ।
ଫାଲତୁ କଥା।
ଏହାର କିଛି ନିର୍ଦିଷ୍ଟ କାରଣ ନାହିଁ।
ପ୍ରମାଣ ନାହିଁ, ଗୂଢ଼ ରହସ୍ୟ ମଧ୍ୟ ନାହିଁ।
ଏହା ପୁପୁଆର ପାଗଳାମି, ବାଚାଳାମି କି ପିଲାଳିଆମି ହୋଇପାରେ।
କିମ୍ବା ଏ ପ୍ରକାର ବଦଭ୍ୟାସ ଧୀରେ ଧୀରେ ତା"ର ଅଭ୍ୟାସଗତ ହୋଇଯାଇଥାଇ ପାରେ।
ଆହୁରି ପଢ଼ନ୍ତୁ- Jammu & Kashmir Assembly: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହାରକୁ ନେଇ ଜାମ୍ମୁ-କାଶ୍ମୀର ବିଧାନସଭାରେ ହଙ୍ଗାମା, ବିଜେପି-ଏନସି ମୁହାଁମୁହିଁ ଇତିମଧ୍ୟରେ ସମୟର ଗତି ବଢ଼ିଚାଲିଥିଲା।
କାର୍ଯ୍ୟବ୍ୟସ୍ତତା ଯୋଗୁଁ ବହୁଦିନ ଧରି ସହଦେବ ଗାଁକୁ ଯାଇପାରି ନ ଥିଲା।
ଧୀରେ ଧୀରେ ପୁପୁଆ ଗାରଟଣାର ରହସ୍ୟ ମଧ୍ୟ ତା"ମନରୁ ଅପସରି ଯାଇଥିଲା।
ଦିନେ ହଠାତ୍ ଏକ ବର୍ଷଣମୁଖର ରାତ୍ରିରେ ତା" ପତ୍ନୀର ହାର୍ଟଷ୍ଟ୍ରୋକ୍ରେ ମୃତ୍ୟୁ ଘଟିଲା।
ସେତେବେଳକୁ ତା"ର ଏକମାତ୍ର ଝିଅଟିର ବିବାହ ଅବଶ୍ୟ ହୋଇଯାଇଥିଲା।
ଅବସର ନବାକୁ ଆଉ ଛଅ ମାସ ବାକିଥିଲା।
ପତ୍ନୀଙ୍କ ବିୟୋଗ ପରେ ସହଦେବ ମାନସିକ ସ୍ତରରେ ଖୁବ୍ ଭାଙ୍ଗିପଡ଼ିଥିଲା।
ଧୀରେ ଧୀରେ ତା"ର ଶରୀର ଦୁର୍ବଳ ହୋଇଯାଉଥିଲା ଓ ସେ ବୟସ୍କ ଦିଶୁଥିଲା।
ଅସମୟରେ ପତ୍ନୀ ଚାଲିଗଲା ପରେ ବାକିତକ ଜୀବନ କେମିତି କଟେଇବ ଏ ଚିନ୍ତାରେ ସେ ଅଧୀର ହୋଇ ପଡୁଥିଲା।
ତାକୁ ଲାଗୁଥିଲା, ସେ ଯେମିତି ନିଜ ଅଲକ୍ଷ୍ୟରେ ଶୂନ୍ୟରେ ଗାର ଟାଣି ଟାଣି ଚାଲିଛି।
ଶୂନ୍ୟରୁ ସେ ଗାରଗୁଡ଼ିକ ଉତୁରି ଆସି ତା"ଅନ୍ତର ଭିତରେ ଟାଣିହୋଇ ଯାଉଛନ୍ତି।
କେତେବେଳେ ସମାନ୍ତରାଳ ଭାବରେ ତ କେତେବେଳେ ବକ୍ର ଭାବରେ।
ସମୟ ଯେତେ ବଢୁଛି ସେ ଗାରମାନେ ତାକୁ ସେତେ ଆକ୍ତାମାକ୍ତା କରୁଛନ୍ତି।
ମନରୁ ସେ ଗାରଗୁଡ଼ିକ ଯେତେ ପୋଛିଦବାକୁ ଚାହୁଚି ସେଗୁଡ଼ିକ ଆହୁରି ଉଜ୍ଜ୍ବଳ ରୂପେ ଆଙ୍କି ହୋଇଯାଉଛନ୍ତି।
ସମୟେ ସମୟେ ମହୁମାଛି ପରି ତା" ଛାତି ଭିତରଟାକୁ ବିନ୍ଧି ଦଉଛନ୍ତି।
ଏଥର ପୁପୁଆ ଦେଖାହେଲେ ସେ ନିଶ୍ଚୟ ତା"ଗାରର ସରଳ ତତ୍ତ୍ୱ ବୁଝେଇଦବ।
କହିବ, ଭାଉଜ ଚାଲିଗଲା ପରେ ସେ ଠିକ୍ ବୁଝିପାରିଛି ତା" ଗାର ଟଣାର ରହସ୍ୟ।
ତେବେ ପୁପୁଆ ମାନିବ ତ!
ନାଁ କହିବ ଭାଇ, ଏ ଯାଏ ବି ତମେ ବୁଝିପାରିଲନି, ଛାଡ଼!
ମୋ: ୯୮୬୧୪୦୨୪୭୩ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।