Coca-Cola IPO: ଭାରତରେ ବଟଲିଂ ବ୍ୟବସାୟର ଆଇପିଓ ଆଣିବ କୋକାକୋଲା, ୧୦ ବିଲିୟନ ଡଲାର ମୂଲ୍ୟାୟନ ଲକ୍ଷ୍ୟ...

Sep 30, 2026 - 18:24
Coca-Cola IPO: ଭାରତରେ ବଟଲିଂ ବ୍ୟବସାୟର ଆଇପିଓ ଆଣିବ କୋକାକୋଲା, ୧୦ ବିଲିୟନ ଡଲାର ମୂଲ୍ୟାୟନ ଲକ୍ଷ୍ୟ...

"ନୂଆଦିଲ୍ଲୀ: ଭାରତରେ ନିଜ ବଟଲିଂ ବ୍ୟବସାୟର ପ୍ରାରମ୍ଭିକ ସାର୍ବଜନୀନ ଅଫର ବା ଆଇପିଓ ଆଣିବାକୁ ପ୍ରସ୍ତୁତି କରୁଛି କୋକାକୋଲା।

କମ୍ପାନିର ଭାରତୀୟ ବଟଲିଂ ୟୁନିଟ୍‌ ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍‌ (ଏଚ୍‌ସିସିବି)ର ଆଇପିଓ ଆସିପାରେ।

ରିପୋର୍ଟ ଅନୁସାରେ, ଡିସେମ୍ବରରେ ଆଇପିଓ ପାଇଁ ଡ୍ରାଫ୍ଟ ପ୍ରସ୍ପେକ୍ଟସ୍‌ ଦାଖଲ କରିବା ନେଇ କମ୍ପାନି ବିଚାର କରୁଛି।Advertisment ଆହୁରି ପଢ଼ନ୍ତୁ- POCSO case Verdict ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲା, ୨ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ ଆଇପିଓ ପାଇଁ ଅନେକ ବ୍ୟାଙ୍କ ନିଯୁକ୍ତ ରିପୋର୍ଟ ଅନୁସାରେ, ଆଇପିଓ ପ୍ରସ୍ତୁତିରେ କୋକାକୋଲା ଆକ୍ସିସ୍‌ କ୍ୟାପିଟାଲ ଓ ଆଇଆଇଏଫ୍‌ଏଲ୍‌ କ୍ୟାପିଟାଲ ସର୍ଭିସେସ୍‌କୁ ମଧ୍ୟ ସାମିଲ କରିଛି।

ଏହା ପୂର୍ବରୁ କୋଟକ ମହିନ୍ଦ୍ରା କ୍ୟାପିଟାଲ, ସିଟିଗ୍ରୁପ୍‌, ଜେପି ମର୍ଗାନ ଚେଜ୍‌ ଓ ମୋର୍ଗାନ ଷ୍ଟାନଲି ଭଳି ସଂସ୍ଥା ମଧ୍ୟ ଏହି ଆଇପିଓ ପ୍ରକ୍ରିୟାରେ ଜଡ଼ିତ ଥିବା କୁହାଯାଇଛି।

୧୦ ବିଲିୟନ ଡଲାର ମୂଲ୍ୟାୟନ ଲକ୍ଷ୍ୟ ଏଚ୍‌ସିସିବିର ଆଇପିଓ ରେ ବର୍ତ୍ତମାନର ନିବେଶକମାନେ ନିଜ ଅଂଶର ଏକ ବଡ଼ ଭାଗ ବିକ୍ରି କରିପାରନ୍ତି।

କମ୍ପାନିର ମୂଲ୍ୟାୟନ ପ୍ରାୟ ୧୦ ବିଲିୟନ ଡଲାର ରଖିବାକୁ ଯୋଜନା ଥିବା ରିପୋର୍ଟରେ କୁହାଯାଇଛି।

ପୂର୍ବରୁ ଆଇପିଓ ମାଧ୍ୟମରେ ପ୍ରାୟ ୧ ବିଲିୟନ ଡଲାର ଟଙ୍କା ଉଠାଯାଇପାରେ ବୋଲି ଖବର ଆସିଥିଲା।

ତେବେ ଏନେଇ ଆଲୋଚନା ଏବେ ବି ଚାଲିଥିବାରୁ ଆଇପିଓର ସମୟ, ମୂଲ୍ୟାୟନ ଓ ଗଠନରେ ପରିବର୍ତ୍ତନ ହୋଇପାରେ।

ଆହୁରି ପଢ଼ନ୍ତୁ- Agriculture: ୨୦୨୭-୨୮ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି ଭାରତରେ ବଢ଼ୁଛି ଆଇପିଓ ବଜାର ଭାରତୀୟ ସେୟାର ବଜାରରେ ଆଇପିଓ ପ୍ରତି ନିବେଶକଙ୍କ ଆଗ୍ରହ ବଢ଼ିଛି।

ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଭାରତରେ ଆଇପିଓ  ଜରିଆରେ ପ୍ରାୟ ୧୦ ବିଲିୟନ ଡଲାର ସଂଗ୍ରହ ହୋଇଥିଲା।

ଗୋଟିଏ ତ୍ରୈମାସିକରେ ଏହା ସର୍ବାଧିକ ରାଶି ବୋଲି ରିପୋର୍ଟରେ ଦର୍ଶାଯାଇଛି।ଚଳିତ ବର୍ଷ ଏପର୍ଯ୍ୟନ୍ତ ଭାରତରେ ପ୍ରାୟ ୨୫୦ଟି ଆଇପିଓ ଜରିଆରେ ୧୩ ବିଲିୟନ ଡଲାରରୁ ଅଧିକ ଟଙ୍କା ସଂଗ୍ରହ ହୋଇଥିବା କୁହାଯାଇଛି।

କ"ଣ କରେ ଏଚ୍‌ସିସିବି?

ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍‌ (ଏଚ୍‌ସିସିବି) ଭାରତରେ କୋକାକୋଲାର ବିଭିନ୍ନ ପାନୀୟର ବୋତଲ ପ୍ରସ୍ତୁତି ଓ ବଣ୍ଟନ କାମ କରେ।

ଏହାର ଅନ୍ତର୍ଗତରେ କୋକାକୋଲା, ଥମ୍ସ ଅପ୍‌, ସ୍ପ୍ରାଇଟ୍‌, ଫାଣ୍ଟା, ଲିମ୍କା ଓ ମାଜା ଭଳି ଲୋକପ୍ରିୟ ପାନୀୟ ରହିଛି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।