Literature: ଅନୁବାଦ ଗଳ୍ପ କବାଟର ଘଣ୍ଟି; ମୂଳ ହିନ୍ଦୀ: ଉଦୟ ଚନ୍ଦ୍ର ଲୁଦ୍ରା, ଅନୁସୃଜନ କରିଛନ୍ତି: ଲଳିତ ମୋହନ ମିଶ୍ର...

Oct 06, 2026 - 18:15
Literature: ଅନୁବାଦ ଗଳ୍ପ କବାଟର ଘଣ୍ଟି; ମୂଳ ହିନ୍ଦୀ: ଉଦୟ ଚନ୍ଦ୍ର ଲୁଦ୍ରା, ଅନୁସୃଜନ କରିଛନ୍ତି: ଲଳିତ ମୋହନ ମିଶ୍ର...

"କବାଟର ଘଣ୍ଟି ହିନ୍ଦୀ: ଉଦୟ ଚନ୍ଦ୍ର ଲୁଦ୍ରାଅନୁସୃଜନ: ଲଳିତ ମୋହନ ମିଶ୍ର ଆଜି ଖବରକାଗଜ ଆଣୁଥିବା ଗାଡ଼ି ବିଳମ୍ବରେ ଆସିଥିଲା।

ମନରେ ଗୋଟିଏ ବଡ଼ ଚିନ୍ତା।

ସମସ୍ତଙ୍କ ଘରେ ଖବରକାଗଜ ଦେବାକୁ ପଡ଼ିବ।

ତତ୍‌ସଙ୍ଗେ ଶୀଘ୍ର ଗାଧୋଇ-ପାଧୋଇ ଜଳଖିଆ ଖାଇ ଦୋକାନକୁ ଯିବାକୁ ପଡ଼ିବ।

କାରଣ ଦୋକାନଟିରେ ଚାକିରି କରିଛି।

ସେଠାରେ ପହଞ୍ଚିବାରେ ଡେରି ହୋଇଗଲେ ମାଲିକଠାରୁ ଗାଳି ଶୁଣିବାକୁ ପଡ଼ିବ।

ହେଉ...

ଯାହାହେବ ଦେଖାଯିବ।

ଫଟାଫଟ୍ ମୁଁ ମୋ ଭାଗର ଖବରକାଗଜଗୁଡ଼ିକୁ ଗଣିଲି।

ସାଇକେଲରେ ରଖିଲି ଏବଂ ଲୋକମାନଙ୍କ ଘରେ ଖବରକାଗଜ ବାଣ୍ଟିବାକୁ ବାହାରିପଡ଼ିଲି।Advertisment ପ୍ରାୟ ସମସ୍ତଙ୍କ ଘରେ ଖବରକାଗଜ ଦେଇସାରିଥିଲି।

ଗୋଟିଏ ଘର ବାକିଥିଲା।

ସେହି ଘରର ମେଲ୍ ବକ୍ସ ସମ୍ପୂର୍ଣ୍ଣ ଭାବେ ଭର୍ତ୍ତି ହୋଇଯାଇଥିଲା।

ତେଣୁ ମୁଁ ସେ ଘରର କବାଟଟି ଖଟ୍‌ଖଟ୍ କଲି।

ଘରର ମାଲିକ କିଛି ସମୟ ପରେ କବାଟ ଖୋଲିଲେ।

ସେ ଜଣେ ବୃଦ୍ଧବ୍ୟକ୍ତି।

ତାଙ୍କର ନାମ ଶ୍ରୀ ବାନାର୍ଜୀ।

ଧୀରେ କବାଟ ଖୋଲି ମୋ ଆଡ଼କୁ ଚାହିଁଲେ।

ଆହୁରି ପଢ଼ନ୍ତୁ- Rejinagar Assembly: ଭୋଟ ଦେବା ପରେ ପୁଲିସ ସହ ଯୁକ୍ତିତର୍କ କରି ହୁମାୟୁନ କବୀର ଗିରଫ ମୁଁ ପଚାରିଲି, ସାର୍!

ଆପଣଙ୍କର ମେଲ୍ ବକ୍ସ ଭର୍ତ୍ତି ହୋଇଯାଇଛି କାହିଁକି?

ସେ ଉତ୍ତର ଦେଲେ, ଏହା ମୁଁ ଜାଣିଶୁଣି କରିଛି।

ତା" ପରେ ସେ ଟିକିଏ ହସିଦେଲେ।

ନିଜ କଥା ଜାରି ରଖି କହିଲେ, ମୁଁ ଚାହେ ଯେ ଆପଣ ପ୍ରତିଦିନ ମୋତେ ଆସି ଖବରକାଗଜ ଦିଅନ୍ତୁ।

ଦୟାକରି କବାଟ ଖଟ୍‌ଖଟ୍ କରନ୍ତୁ ନଚେତ୍ କଲିଂବେଲ୍ ବଜାନ୍ତୁ ଖବରକାଗଜଟି ମୋତେ ବ୍ୟକ୍ତିଗତ ଭାବରେ ଦେଇ ଯାଆନ୍ତୁ।

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ଆପଣ କହୁଛନ୍ତି ତ ମୁଁ ନିଶ୍ଚିତ କରିବି।

ଆପଣଙ୍କର କବାଟ ଖଟ୍‌ଖଟ୍ କରି ଖବରକାଗଜଟି ଦେବି, କିନ୍ତୁ ଏହା ଆମ ଦୁହିଁଙ୍କ ପାଇଁ ଅସୁବିଧା।

ଅଯଥା ସମୟ ନଷ୍ଟ...

ତା" ପରେ ଆପଣ କେଉଁ ଅବସ୍ଥାରେ ଥିବେ ମୁଁ ଆପଣଙ୍କୁ ଡାକି ହଇରାଣ କରିବି?ଶ୍ରୀ ବାନାର୍ଜୀ କହିଲେ, ଆପଣଙ୍କ କହିବା କଥା ସତ।

ତଥାପି ମୁଁ ଚାହେ ଯେ ଆପଣ ଏପରି କରନ୍ତୁ।

କେବଳ ସେତିକି ନୁହେଁ, ମୁଁ ଆପଣଙ୍କର ଏହି କାମ ପାଇଁ ପାରିଶ୍ରମିକ ଭାବରେ ପ୍ରତିମାସ ଶେଷରେ ଅତିରିକ୍ତ ପାଞ୍ଚଶହ ଟଙ୍କା ଦେବି।ନିବେଦନଭରା ଅଭିବ୍ୟକ୍ତି ସହିତ ସେ କହିଲେ, ଯଦି କେବେ ଏମିତି ଦିନ ଆସିବ।

ଆପଣ କବାଟ ଖଟ୍‌ଖଟ୍ କରୁଥିବେ ଭିତରୁ ମୋ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ଆସିବ, ସେତେବେଳେ ଦୟାକରି ପୁଲିସକୁ ଫୋନ୍ କରିଦେବାକୁ ଭୁଲିଯିବେ ନାହିଁ।

ତାଙ୍କ କଥା ଶୁଣି ମୁଁ ଚମକି ପଡ଼ିଲି ଏବଂ ପଚାରିଲି, କାହିଁକି ସାର୍?ସେ ଉତ୍ତର ଦେଲେ, ମୋ ସ୍ତ୍ରୀଙ୍କର ପରଲୋକ ହୋଇସାରିଛି।

ମୋର ପୁଅ-ବୋହୂ ବିଦେଶରେ ରହୁଛନ୍ତି।

କିଏ ଜାଣେ ମୋର ସମୟ ମୋ ସ୍ତ୍ରୀ ଭଳି କେତେବେଳେ ଆସିଯିବ?ସେହି ମୁହୂର୍ତ୍ତରେ ବୃଦ୍ଧବ୍ୟକ୍ତିଙ୍କର ଆଖି ଛଳଛଳ ହୋଇଗଲା।

ସେହି ଛଳଛଳ ଲୁହକୁ ଦେଖି ମୋ ଭିତରେ ଏକ ଆଲୋଡ଼ନ ଅନୁଭବ କଲି।ସେ ଆହୁରି କହିଲେ, ମୁଁ ଖବରକାଗଜ ଭଲ ଭାବରେ ପଢ଼ିପାରେ ନାହିଁ।

କିନ୍ତୁ ମୁଁ କବାଟ ଖଟ୍‌ଖଟ୍ ହେବା ଅଥବା କବାଟର କଲିଂବେଲ୍‌ର ଘଣ୍ଟିଟି ବାଜିବାର ଶବ୍ଦ ଶୁଣିବା ପାଇଁ ଖବରକାଗଜ ନିଏ, ମୁଁ କିଛି ଜଣାଶୁଣା ଲୋକଙ୍କୁ ଦେଖିବା ଏବଂ ତାଙ୍କ ସହିତ କିଛି ସମୟ କଥାବାର୍ତ୍ତା ହେବା ଏବଂ ଭାବ ବିନିମୟ କରିବାର ଉଦ୍ଦେଶ୍ୟରେ।

ଆହୁରି ପଢ଼ନ୍ତୁ- 28th State-Level Tamando Cup Football ନଭେମ୍ବର ପ୍ରଥମ ସପ୍ତାହରୁ ୨୮ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍‌ ଫୁଟ୍‌ବଲ୍‌, ଭାଗନେବେ ୧୬ ଦଳ ଏହି କଥା ଶୁଣି ମୁଁ ଭାବିଲି, ସତରେ ଆମ ସମାଜରେ ଏପରି ଅନେକ ଏକାକୀ ରହୁଥିବା ବୃଦ୍ଧବୃଦ୍ଧା ଅଛନ୍ତି।

କେବେକେବେ ଆପଣ ଆଶ୍ଚର୍ଯ୍ୟ ହୋଇ ଦେଖୁଥିବେ ସେମାନେ ବାର୍ଦ୍ଧକ୍ୟରେ ମଧ୍ୟ ହ୍ୱାଟ୍‌ସଆପ୍‌ରେ ମେସେଜଟିଏ ସକାଳ ପାଇଲେ କାହିଁକି ପଠାଉଛନ୍ତି?

ମନରେ ଅନେକ ପ୍ରଶ୍ନ ଆସେ, କିନ୍ତୁ ଆଜି ମୁଁ ଏଥିରୁ ଅନୁଭବ କଲି ସେମାନେ ଜଣାଇବାକୁ ଇଚ୍ଛା କରୁଛନ୍ତି ଯେ- ଏବେ ବି ସେମାନେ ସକ୍ରିୟ ଅଛନ୍ତି।

ବାସ୍ତବରେ, ସକାଳ-ସନ୍ଧ୍ୟାର ଏହି ଶୁଭେଚ୍ଛା ବାର୍ତ୍ତାର ମହତ୍ତ୍ୱ କବାଟ ଠକ୍‌ଠକ୍ କରିବା କିମ୍ବା ଘଣ୍ଟି ବଜାଇବାର ଅର୍ଥ ସହିତ ପ୍ରାୟ ସମାନ।ଏହା ବି ପରସ୍ପରର ସୁରକ୍ଷା କାମନା କରିବା ଏବଂ ଯତ୍ନ ନେବା ପାଇଁ ପ୍ରକାଶ କରିବାର ଅନ୍ୟ ଏକ ଉପାୟ।ଏହି ସମସ୍ୟା ଆଜି ଆମ ସମାଜରେ ଗମ୍ଭୀର ହେବାକୁ ଯାଉଛି।

ପିଲାମାନେ ବାହାରେ ଚାକିରିବାକିରି କରି ରହୁଛନ୍ତି ଏବଂ ବୟସ୍କ ଲୋକମାନେ ଘରେ ନିଃସଙ୍ଗ ଜୀବନ ଜିଉଁଛନ୍ତି।କୌଣସିଦିନ ଯଦି ଆପଣଙ୍କୁ ସେମାନଙ୍କ ମଧ୍ୟରୁ କାହାରି ସକାଳର ଶୁଭେଚ୍ଛା କିମ୍ବା ସନ୍ଦେଶ ନ ମିଳେ, ତେବେ ହୋଇପାରେ ଯେ ସେ ଅସୁସ୍ଥ ଥାଇପାରନ୍ତି ଏବଂ ତାଙ୍କୁ ଆପଣଙ୍କ ଭଳି କୌଣସି ସାଥୀର ଆବଶ୍ୟକତା ଥାଇପାରେ।

ବୁଢ଼ାବୁଢ଼ୀ ହିଁ ଘରର ଶୋଭା ବର୍ଦ୍ଧନ କରିଥାନ୍ତି, ଯେପରି ବଗିଚାର ଶୋଭା ବର୍ଦ୍ଧନ କରିଥାଏ ବୃକ୍ଷ।

ବଗିଚା‌େର ମାଳୀଟିଏ ବୃକ୍ଷରୋପଣ କରିବା ଓ ତା"ର ଯତ୍ନ ନେବା ପରି, ଏମାନଙ୍କର ଦାୟିତ୍ବ ଓ ଯତ୍ନ ନେବା ଆମର କର୍ତ୍ତବ୍ୟ।

ମୋ: ୯୪୩୭୯୮୫୮୬୬ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।