LK Advan: ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ଏଲ୍କେ ଆଡଭାନୀ
"ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲ୍ କୃଷ୍ଣ ଆଡଭାନୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି।
ଶ୍ବାସନଳୀ ସଂକ୍ରମଣ ଯୋଗୁ ଆଡଭାନୀଙ୍କୁ ଆଜି ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପଲ୍ମୋନାରି (ଫୁସ୍ଫୁସ୍) ବିଭାଗର ଏକ ଡାକ୍ତରୀ ଦଳ ଆଡଭାନୀଙ୍କର ଚିକିତ୍ସା କରୁଛନ୍ତି।
Advertisment ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ହସ୍ପିଟାଲ୍ ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
୯୮ ବର୍ଷୀୟ ଆଡଭାନୀଙ୍କୁ ଶେଷ ଥର ପାଇଁ ବୟସାଧିକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଗତ ମେ ମାସରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲ୍ରେ କିଛିଦିନ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ଲାଲକୃଷ୍ଣ ଆଡଭାନୀ ନେଲେ କରୋନା ଟିକାର ପ୍ରଥମ ଡୋଜ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।