24 OCTOBER 2026

Welcome!

Unlock your personalized experience.
Sign Up

Loot: ୪ମାସରେ ଶହେରୁ ଅଧିକ ସିନ୍ଧିଚୋରି: ରାତି-ଦିନ ମାନୁନାହାନ୍ତି ଲୁଟେରା

Oct 24, 2026 - 08:49
Loot: ୪ମାସରେ ଶହେରୁ ଅଧିକ ସିନ୍ଧିଚୋରି: ରାତି-ଦିନ ମାନୁନାହାନ୍ତି ଲୁଟେରା

ଭୁବନେଶ୍ବର: ରାଜଧାନୀରେ ସିନ୍ଧିଚୋରଙ୍କ ଉତ୍ପାତ ଥମିବା ନାଁ ଧରୁନାହିଁ। ଗତ ୪ମାସର ପୁଲିସ ରେକର୍ଡ ଅନୁସାରେ ଶତାଧିକ ଘରେ ସିନ୍ଧିଚୋର କଳାକନା ବୁଲାଇଛନ୍ତି। ଏମିତିକି ସିନ୍ଧିଚୋରଙ୍କ ରେକିରୁ ବାଦ୍‌ପଡ଼ୁନି ବିଚାରପତିଙ୍କ ବଙ୍ଗଳା। ରାଜଧାନୀରେ ବିଚାରପତିଙ୍କ ବଙ୍ଗଳାରେ କଳାକନା ବୁଲାଇ ରେକର୍ଡ କରିଛନ୍ତି ସିନ୍ଧିଚୋର। ସେହିଭଳି ସରକାରୀ ପ୍ରତିଷ୍ଠାନଠୁ ଆରମ୍ଭ କରି ଗହଣା ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ୍, ଦୋକାନ, ମନ୍ଦିର ସବୁଠି ସିନ୍ଧିଚୋରି ହେଉଛି। କମିସନରେଟ୍‌ ପୁଲିସର ପାଟ୍ରୋଲିଂକୁ ଚ୍ୟାଲେଞ୍ଜ୍‌ କରି ଏହି ଗ୍ୟାଙ୍ଗ୍‌ ପାଚେରି ଡେଇଁବା ସହ ଘରର ଗ୍ରିଲ୍‌ କାଟି କିମ୍ବା ଝରକା ତାଡ଼ି ଘର ଭିତରେ ପଶୁଛନ୍ତି ଏବଂ ଆଲ୍‌ମିରା, କପ୍‌ବୋର୍ଡ ଭାଙ୍ଗି ଲୁଟ୍‌ପାଟ୍‌ କରୁଛନ୍ତି। କେବଳ ରାତି ନୁହେଁ, ଦିନବେଳା ବି ସିନ୍ଧିଚୋରଙ୍କ ପ୍ରାଦୁର୍ଭାବ କିଛି କମ୍‌ ନୁହେଁ। କିଛି ଘଟଣାରେ ପୁଲିସ କୁଜି ସିନ୍ଧିଚୋରଙ୍କୁ ବାନ୍ଧିବାରେ ସକ୍ଷମ ହୋଇଛି। କିନ୍ତୁ ପୁଲିସ ବଡ଼ବଡ଼ ଯୋଜନାବଦ୍ଧ ସିନ୍ଧିଚୋରିର ପର୍ଦ୍ଦାଫାସ କରିପାରିନାହିଁ। ଏବେ ସ୍ଥିତି ଏମିତି ହୋଇଛି ଯେ କେହି ବି କିଛି ସମୟ ପାଇଁ ଘର ଛାଡ଼ି ଯିବା ପୂର୍ବରୁ ଶହେ ଥର ଭାବିବାକୁ ବାଧ୍ୟ ହେଉଛନ୍ତି। 

Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍‌ରେ ଛାଡ଼ିବା ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

କଟକ ଗୋପାଳପୁରର ଲକ୍ଷ୍ମୀନାରାୟଣ ସ୍ବାଇଁ ବାଣୀବିହାରସ୍ଥିତ ସରକାରୀ କ୍ବାର୍ଟର୍ସରେ ରୁହନ୍ତି। ଗତ ବୁଧବାର ଅପରାହ୍ଣରେ ପରିବାର ଲୋକେ ଜୟଦେବବିହାରସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। କିଛି ସମୟ ଭିତରେ ତାଙ୍କ ପଡ଼ୋଶୀ ଫୋନ୍ କରି ଜଣାଇଲେ ଯେ ତାଙ୍କ ଗେଟ୍ ତାଲା ଭଙ୍ଗାଯାଇଛି ଏବଂ କବାଟ ମୁକୁଳା ପଡ଼ିଛି। ଲକ୍ଷ୍ମୀନାରାୟଣ ଆସି ଦେଖନ୍ତି ଯେ ପ୍ରାୟ ୪ଭରି ଗହଣା, ଲାପଟପ୍ ଓ ନଗଦ ୩୫ହଜାର ଟଙ୍କା ଚୋରି ହୋଇଯାଇଛି। ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ। ଲିଙ୍ଗରାଜ ଥାନା ଅନ୍ତର୍ଗତ ରାଧାକୃଷ୍ଣନଗରରେ ରହୁଥିବା ଇଲେକ୍ଟ୍ରି ବିଭାଗରେ ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ତାଙ୍କ ପତ୍ନୀ ଦୀପ୍ତିମୟୀ ଅଫିସକୁ ଯାଇଥିବା ବେଳେ ତାଙ୍କ ଘରୁ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧୨ହଜାର ଟଙ୍କା ଚୋରି ହୋଇଥିଲା। ଏନେଇ ଗତ ଅଗଷ୍ଟ ମାସରୁ ସେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ ଏ ପର୍ଯ୍ୟନ୍ତ ଲୁଟେରା ବାବଦରେ ସାମାନ୍ୟ ସୂଚନା ବି ପାଇନାହିଁ। ଉଭୟ ଘଟଣାରେ ଅପରାଧୀ ଦିନ ଦିପହରରେ ଲୋକଙ୍କ ଘରେ କଳାକନା ବୁଲାଛନ୍ତି।

Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍‌

ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ଗାଁର ସୁବଳ ପରିଡ଼ାଙ୍କ ଘରେ ପଶି ୨୦ଲକ୍ଷ ଟଙ୍କାର ଗହଣା ଚୋରି ଘଟଣାକୁ ପ୍ରାୟ ୪ମାସ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ସେ ଘଟଣାରେ ବି ପୁଲିସକୁ ସଫଳତା ମିଳିନାହିଁ। ସେହିଭଳି ଲକ୍ଷ୍ମୀସାଗର ଅଞ୍ଚଳର ବିଷ୍ଣୁପ୍ରିୟା ଜୁଏଲାରିରୁ ଚୋରି, ବରିଷ୍ଠ ବିଚାରପତି ଅରୂପ ନାୟକଙ୍କ ଘରୁ ଚୋରି, ବରଗଡ଼ ତାରିଣୀ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି, ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ମା’ ଜୁଏଲର୍ସ ଓ ଅନ୍ୟ ଏକ ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ଭଳି ବହୁ ମାମଲାରେ ପୁଲିସ ହାତ ଖାଲି ରହିଛି। କମିସନରେଟ୍‌ ପୁଲିସ ଏଭଳି ଚୋରିର ପର୍ଦ୍ଦାଫାସ୍‌ କରିବାକୁ ସ୍ପେସାଲ୍ ସ୍କ୍ବାଡ୍ ଓ ପିଓପିଡି ଟିମ୍ ଭଳି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରିଥିବା ସତ୍ତ୍ବେ ସିନ୍ଧିଚୋରଙ୍କୁ ଠାବ କରିବା ସମ୍ଭବ ହେଉନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।