Love, Sex and Betrayal Case Surfaces Again: ରାଜଧାନୀରେ ପୁଣି ଲଭ୍, ସେକ୍ସ ଧୋକା ! ପ୍ରେମିକ ଘରେ ନୋଟିସ ଲଗାଇଲା ମଞ୍ଚେଶ୍ବର ପୋଲିସ

Aug 17, 2026 - 15:31
Love, Sex and Betrayal Case Surfaces Again: ରାଜଧାନୀରେ ପୁଣି ଲଭ୍, ସେକ୍ସ ଧୋକା ! ପ୍ରେମିକ ଘରେ ନୋଟିସ ଲଗାଇଲା ମଞ୍ଚେଶ୍ବର ପୋଲିସ

ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କ ଘରେ ନୋଟିସ ଲଗାଇଲା ପୋଲିସ। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ଓ ପରେ ବିବାହ କରିବାକୁ ଯୁବକ ଜଣକ ରାଜି ନହେବାରୁ ଥାନାରେ ଯୁବତୀ କରିଥିଲେ ଅଭିଯୋଗ। ଗତ ଫେବୃଆରୀ ମାସରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ଯୁବତୀ। ଅଭିଯୋଗ ଅନୁସାରେ ଯୁବତୀ ଜଣକ ହଷ୍ଟେଲ ରହୁଥିବାବେଳେ ରସୁଲଗଡ଼ର ଅବିନାଶ ମହାପାତ୍ର ନାମକ ଯୁବକଙ୍କ ସହ ପରିଚୟ ହୋଇଥିଲା।ପରେ ଅବିନାଶ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।

ଅବିନାଶ ସହ ବିବାହ କରାଇବାକୁ ମୁଦି ପିନ୍ଧାଇଥିଲେ ବାପା । ତେବେ ଝିଅଘର ପରିବାର ଲୋକେ ବିବାହ ତାରିଖ ଠିକ୍ କରିବା ପରେ କୌଣସି କାରଣକୁ ନେଇ ବିବାହ କରିବାକୁ ମନା କରିଥିଲେ ପୁଅଘର ପରିବାର। ଏହାକୁ ନେଇ ମଞ୍ଚେଶ୍ୱର ଥାନାରେ ଏତଲା ହୋଇଥିଲା। ଏହାପରେ କୋର୍ଟରୁ ଜାମିନରେ ଅଛନ୍ତି ପ୍ରେମିକ ଅବିନାଶ ମହାପାତ୍ର।

ତଦନ୍ତ ଲାଗି କୋର୍ଟ ନିର୍ଦେଶ ଦେଇଥିଲେବି ଦୀର୍ଘ ୪ ମାସ ହେବ ପୋଲିସକୁ ଧରାଛୁଆଁ ଦେଉ ନାହାନ୍ତି ପୂରା ପରିବାର। ତଦନ୍ତ ଲାଗି ପ୍ରେମିକ ଘରୁ ବାରମ୍ବାର ଫେରିବା ପରେ ଶେଷରେ ନୋଟିସ ଲଗାଇଛି ମଞ୍ଚେଶ୍ୱର ପୋଲିସ। ଆସନ୍ତା ୨୦ ତାରିଖ ଦିନ ଥାନାରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି। ଏ ନେଇ ପୋଲିସ, ଯୁବତୀ ଓ ପ୍ରେମିକ ପରିବାର ପକ୍ଷରୁ ପତିକ୍ରିୟା ମିଳିପାରିନି । 

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ 

ତଦନ୍ତ ଲାଗି ହାଜର ହେଉନଥିବାରୁ ଲାଗିଲା ନୋଟିସ 
ଅବିନାଶ ମହାପାତ୍ରଙ୍କ ଯୁବକଙ୍କ ଘରେ ଲାଗିଲା ନୋଟିସ୍ 
ଆସନ୍ତା ୨୦ ତାରିଖରେ ହାଜର ହେବାକୁ ନୋଟିସ 
ଯୁବତୀଙ୍କୁ ବିବାହ କରିବାକୁ ଦେଇଥିଲେ ପ୍ରତିଶ୍ରୁତି 
ପରିବାର ପକ୍ଷରୁ ଯୁବକଙ୍କ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।