LPG Black Marketing: ପୁଣି ଭୁବନେଶ୍ୱରରେ ଗ୍ୟାସ୍ କଳାବଜାରି; ଡାଲା ଅଟୋରେ ବୁହା ଚାଲିଥିଲା, ୨୫ଟି ଗ୍ୟାସ ସିଲିଣ୍ଡର ଜବତ

Oct 24, 2026 - 20:16
LPG Black Marketing: ପୁଣି ଭୁବନେଶ୍ୱରରେ ଗ୍ୟାସ୍ କଳାବଜାରି; ଡାଲା ଅଟୋରେ ବୁହା ଚାଲିଥିଲା, ୨୫ଟି ଗ୍ୟାସ ସିଲିଣ୍ଡର ଜବତ

ପୁଣି ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର କଳାବଜାରି ଅଭିଯୋଗ।

ଡାଲା ଅଟୋରେ ବେଆଇନ ଭାବେ ବୁହା ହେଉଥିଲା ଗ୍ୟାସ୍ ସିଲିଣ୍ଡର।

ପିଛା କରି ଗାଡ଼ିକୁ ଅଟକାଇଲା ପୋଲିସ।

ଚଢ଼ାଉ କରି ୨୫ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।

ସୂଚନା ଅନୁସାରେ, ଏହି ସିଲିଣ୍ଡରଗୁଡ଼ିକ କାକଟପୁରରୁ ଭୁବନେଶ୍ୱରକୁ ଅଣାଯାଉଥିଲା।

Advertisment ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଏହି କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ଗ୍ୟାସ୍ ସିଲିଣ୍ଡର କେଉଁଠାରୁ ଅଣାଯାଉଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ତାହାର ଖୋଳତାଡ଼ କରୁଛି ପୋଲିସ।

ପୁଣି ଭୁବନେଶ୍ୱରରେ ଗ୍ୟାସ୍ କଳାବଜାରି ଡାଲା ଅଟୋରେ ବୁହା ଚାଲିଥିଲା ଗ୍ୟାସ ସିଲିଣ୍ଡର ୨୫ଟି ଗ୍ୟାସ ସିଲିଣ୍ଡର ଜବତ, ଜଣେ ଯୁବକ ଅଟକ କାକଟପୁରରୁ ଭୁବନେଶ୍ୱର ଆସିଥିଲା ଗ୍ୟାସ ସିଲିଣ୍ଡର ଅଧିକ ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।