Maa Bhattarika Idol Shifted: ବଢୁଛି ବନ୍ୟା ଭୟ; ମା’ ଭଟ୍ଟାରିକାଙ୍କ ଗର୍ଭଗୃହରେ ପଶିଲା ପାଣି

Sep 28, 2026 - 14:24
Maa Bhattarika Idol Shifted: ବଢୁଛି ବନ୍ୟା ଭୟ; ମା’ ଭଟ୍ଟାରିକାଙ୍କ ଗର୍ଭଗୃହରେ ପଶିଲା ପାଣି

ଉତ୍ତାଳ ହୋଇଛି ମହାନଦୀ। ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ କଟକ ଜିଲ୍ଲା ବଡ଼ମ୍ବାସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଟ୍ଟାରିକା ମନ୍ଦିର ଉପରେ ପଡ଼ିଛି।

ମନ୍ଦିର ପରିସରରେ ବନ୍ୟାଜଳ ପ୍ରବେଶ କରି ମା’ ଭଟ୍ଟାରିକାଙ୍କ ଗର୍ଭଗୃହ ପର୍ଯ୍ୟନ୍ତ ପହଞ୍ଚିଛି। ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।  ଏହାକୁ ଦୃଷ୍ଟିରେ ରଖି ଗତକାଲି ରାତି ପ୍ରାୟ ୩ଟା ସମୟରେ ମା’ ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମାକୁ ସୁରକ୍ଷିତ ଭାବେ ରୋଷଘରକୁ ସ୍ଥାନାନ୍ତର କରାଯାଇଛି। ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ମନ୍ଦିର ପରିସରର ସ୍ଥିତିକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି।

ବନ୍ୟା ପରିସ୍ଥିତିକୁ ନଜରରେ ରଖି ମନ୍ଦିର ପରିସରରେ BNS ଧାରା ୧୬୩ ଲାଗୁ କରାଯାଇଛି। ଫଳରେ ମନ୍ଦିର ପରିସରରେ ଅନାବଶ୍ୟକ ଭିଡ଼ ଓ ଲୋକଙ୍କ ଯାତାୟାତ ଉପରେ କଟକଣା ରହିବ।

ମହାନଦୀର ଜଳସ୍ତର ଆହୁରି ବଢ଼ିଲେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହେବାର ଆଶଙ୍କା ରହିଛି। ମହାନଦୀର ଜଳସ୍ତର ଓ ଆଗାମୀ ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।