Researcher Death: ଭଙ୍ଗା ଟେଷ୍ଟ ଟ୍ୟୁବ୍‌ରୁ ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍: ଗବେଷକଙ୍କ ମୃତ୍ୟୁ

Oct 05, 2026 - 11:48
Researcher Death: ଭଙ୍ଗା ଟେଷ୍ଟ ଟ୍ୟୁବ୍‌ରୁ ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍: ଗବେଷକଙ୍କ ମୃତ୍ୟୁ

"ମସ୍କୋ: ରୁଷିଆର ସାଇବେରିଆନ୍ ଅଞ୍ଚଳ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି।

ଏହି ମାମଲାଟି ଶେଲେଖଭରେ ଥିବା ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଘଟିଛି।

ମୃତକଙ୍କ ନାମ ଡାରିଆ ସିପିଲୋଭା।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶିପିଲୋଭା ହସ୍ପିଟାଲର ଡାକ୍ତରୀ କର୍ମଚାରୀଙ୍କୁ କହିଥିଲେ ଯେ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ସମୟରେ ସେ ଭୁଲ୍‌ବଶତଃ ଜୀବନ୍ତ ୟର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିଆ ଥିବା ଏକ ଟେଷ୍ଟ ଟ୍ୟୁବ୍ ଭାଙ୍ଗି ଦେଇଥିଲେ।

ଏହି ସମୟରେ ସେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।Advertisment ସାର୍ବଜନୀନ କାର୍ଯ୍ୟକ୍ରମ ବାତିଲ ଡାରିଆ ସିପିଲୋଭାଙ୍କଠାରେ ସେପ୍ଟେମ୍ବର ୨୯ ତାରିଖରେ ଗୁରୁତର ନ୍ୟୁମୋନିକ୍ ପ୍ଲେଗ୍‌ର ଲକ୍ଷଣ ଦେଖାଦେଇଥିଲା।

ତାଙ୍କୁ ଚିକିତ୍ସା ଲାଗି ଶେଲେଖଭରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଅବସ୍ଥା ଆହୁରି ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା।

କିନ୍ତୁ ଚିକିତ୍ସା ସମୟରେ ତାଙ୍କର ଅକ୍ଟୋବର ୧-୨ ତାରିଖ ରାତିରେ ମୃତ୍ୟୁ ହୋଇଥିଲା।

ଶିପିଲୋଭାଙ୍କ ସଂସ୍ପର୍ଶରେ ଆସିଥିବା ୨୦୦ ରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପର୍ଯ୍ୟବେକ୍ଷଣ ଏବଂ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଇରକୁଟସ୍କ ଅଞ୍ଚଳରେ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି।

Flydubai Incident: ତେଲ ଅଭିଭର ନଭଶ୍ଚୁମ୍ୱୀ କୋଠାରେ ବିମାନ ଧକ୍କା କରିବାକୁ ଚାହୁଁଥିଲେ ଓମାନୀ ସହ-ପାଇଲଟ ଇରକୁଟସ୍କ ଅଞ୍ଚଳର ରାଜ୍ୟପାଳ ଇଗୋର କୋବଜେଭ କହିଛନ୍ତି ଯେ, ଅଞ୍ଚଳରେ ଅତ୍ୟନ୍ତ ବିପଜ୍ଜନକ ସଂକ୍ରମଣର ଏକ ସନ୍ଦେହଜନକ ମାମଲା ଚିହ୍ନଟ ହୋଇଛି।

ସେ ଲୋକମାନଙ୍କୁ ଶାନ୍ତ ରହିବାକୁ ଅପିଲ୍ କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଜଣେ ଅଧିକାରୀ ଆକ୍ସିଓସକୁ କହିଛନ୍ତି, ହ୍ୱାଇଟ୍ ହାଉସ୍ ଏହି ମାମଲା ଉପରେ କଡ଼ା ନଜର ରଖିଛି।

ରୁଷିଆର ଜନସ୍ୱାସ୍ଥ୍ୟ ସଂସ୍ଥା କହିଛି ଅଞ୍ଚଳର ପରିସ୍ଥିତି ସ୍ଥିର ଅଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।