06 SEPTEMBER 2026

Welcome!

Unlock your personalized experience.
Sign Up

Congress's Panchayat Elections: କଂଗ୍ରେସର ପଞ୍ଚାୟତ ନିର୍ବାଚନ ସଜବାଜ: ରାଜନୈତିକ ବ୍ୟାପାର କମିଟି ଗଠିତ

Sep 05, 2026 - 02:28
Congress's Panchayat Elections: କଂଗ୍ରେସର ପଞ୍ଚାୟତ ନିର୍ବାଚନ ସଜବାଜ: ରାଜନୈତିକ ବ୍ୟାପାର କମିଟି ଗଠିତ

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି(ପିଏସି) ଘୋଷଣା ହୋଇଛି। କମିଟିରେ ୨୯ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ଏଆଇସିସି ପ୍ରଭାରୀ ଲାଲ୍‌ଜୀ ଦେଶାଇ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହାସହ ଛାତ୍ର, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ସଭାପତି, ସେବା ଦଳ ମୁଖ୍ୟ ଓ ଏଆଇସିସି ସଂପାଦକମାନେ ମଧ୍ୟ ଏହି କମିଟିର ସଦସ୍ୟ ଅଛନ୍ତି। ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଆଜି ଏହି ସୂଚନା ଦେଇଛନ୍ତି।

Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ

ପୂର୍ବରୁ ଗଠିତ ହୋଇଥିବା ପିଏସିରେ ୨୫ଜଣ ସଦସ୍ୟ ଥିବା ବେଳେ ନୂଆ କମିଟିରେ ଏହି ସଂଖ୍ୟାରେ ବୃଦ୍ଧି ହୋଇଛି। କମିଟିରେ ସଭାପତି ଭକ୍ତଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲ୍ଲାକା, ବରିଷ୍ଠ ନେତା ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ଅମରନାଥ ପ୍ରଧାନ, ସୁରେଶ ରାଉତରାୟ, ନଗେନ୍ଦ୍ର ପ୍ରଧାନ, ପଞ୍ଚାନନ କାନୁନ୍‌ଗୋ, ଶରତ ରାଉତ, ସରସ୍ବତୀ ହେମ୍ବ୍ରମ, ଅନନ୍ତ ପ୍ରସାଦ ସେଠୀ, ବିଧାୟକ ତାରାପ୍ରସାଦ ବାହିନୀପତି, ସି.ଏସ୍‌ ରାଜନ ଏକ୍କା, ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ବିଶ୍ବରଂଜନ ମହାନ୍ତି, ସସ୍ମିତା ବେହେରା ଓ ସିଦ୍ଧାର୍ଥ ସ୍ବରୂପ ଦାସ ରହିଛନ୍ତି। ଉଲ୍ଲେଖରେ ନିକଟରେ ପିସିସି ସଭାପତି ଶ୍ରୀ ଦାସ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ରାଜ୍ୟ କଂଗ୍ରେସର ପିଏସି ଓ ଅନ୍ୟ କମିଟି ଘୋଷଣା ନେଇ ଚର୍ଚ୍ଚା ହୋଇଥିଲା। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଏହାକୁ ନଜରରେ ରଖି କମିଟି ଗଠନ କରିବା ପାଇଁ ଦଳୀୟ ନେତାମାନେ ଜୋର ଦେଇଥିଲେ।

MoU: ଏମବିଆର୍ ଓ ଏମଏସସିବି ବିଶ୍ୱବିଦ୍ୟାଳୟ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।