Mahanga Tragedy ପାଣିଟାଙ୍କିରେ ଡୁବିଯାଉଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ଜୀବନ ହାରିଲେ ପ୍ରମୋଦ

Aug 06, 2026 - 20:39
Mahanga Tragedy ପାଣିଟାଙ୍କିରେ ଡୁବିଯାଉଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ଜୀବନ ହାରିଲେ ପ୍ରମୋଦ

"ମାହାଙ୍ଗା: କୋଠପଦା ସ୍ଥିତ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପରିସରରେ ଥିବା ଏକ ପାଣି ଟାଙ୍କି ସଫା କରିବାକୁ ଯାଇ ଅଣନିଃଶ୍ବାସୀ ହୋଇ ପାଣିରେ ବୁଡ଼ିଯାଇଥିଲେ।

ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟଜଣେ ଯୁବକ ପ୍ରାଣହରାଇଛନ୍ତି।

ଘଟଣାଟି କଟକ ଜିଲ୍ଲା ମାହାଙ୍ଗାରେ ଘଟିଛି।

Advertisment Dead: ପାଣିଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ମାଆ ଓ ଦୁଇ ପୁଅଙ୍କ ମୃତ୍ୟୁ ସୂଚନାନୁସାରେ, ଘନଶ୍ୟାମ ସାହୁ ପାଣିଟାଙ୍କି ସଫା କରିବାକୁ ପ୍ରବେଶ କରିଥିଲେ।

ଅଣନିଃଶ୍ବାସୀ ହୋଇ ସହାୟତା ପାଇଁ ଚିତ୍କାର କରିଥିଲେ।

ଘନଶ୍ୟାମଙ୍କ ଡାକଶୁଣି ନିକଟରେ ଥିବା ଏକ ସିମେଣ୍ଟ ନନ୍ଦ କାରଖାନାର କର୍ମଚାରୀ ତଥା ବନଗୁରିଆ ଗାଁର ପ୍ରମୋଦ ଜେନା (୪୫) ଦୌଡ଼ିଯାଇଥିଲେ।

ଟାଙ୍କି ଭିତରେ ମୁହଁପୂରାଇ ଘନଶ୍ୟାମଙ୍କ ହାତ ଧରି ଟାଣିବା ବେଳେ ଘନଶ୍ୟାମ ପ୍ରମୋଦଙ୍କ ବେକକୁ ଭିଡ଼ିଧରିଥିଲେ।

ଫଳରେ ଉଭୟେ ପୁଣି ଟାଙ୍କି ମଧ୍ୟକୁ ଗଳିପଡ଼ିଥିଲେ।

Water tank: ପାଣିଟାଙ୍କି ସଫେଇ ବେଳେ ଅଘଟଣ: ୪ ଘଣ୍ଟା ଫସିଲେ ଶ୍ରମିକ, ମହୁମାଛି ଦଂଶନରେ ୩ ଗୁରୁତର ଉଭୟେ ପ୍ରମୋଦ ଏବଂ ଘନଶ୍ୟାମ ସେହି ଟାଙ୍କି ଭିତରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ସେଠାରେ ପହଞ୍ଚି ଘନଶ୍ୟାମକୁ ଉଦ୍ଧାର କରିଥିଲେ ।

ହେଲେ ପ୍ରମୋଦକୁ ଟାଙ୍କି ଭିତରୁ ବାହାର କରିବାରେ ବହୁ ବିଳମ୍ବ ହେବାରୁ ଟାଙ୍କି ପାଣି ଭିତରେ ଶ୍ୱାସରୁଦ୍ଧ ହୋଇ ପ୍ରମୋଦ ସଂଜ୍ଞାହୀନ ହୋଇଯାଇଥିଲେ ।

ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ମାହାଙ୍ଗା ମେଡ଼ିକାଲକୁ ନିଆଯାଇଥିବା ବେକେ ଡାକ୍ତର ପ୍ରମୋଦକୁ ମୃତ ଘୋଷଣା କରିଥିଲେ ।

ତେବେ ଗୁରୁତର ଥିବା ଘନଶ୍ୟାମଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଯେଉଁ ପାଣିଟାଙ୍କିରୁ ପାଣି ପିଉଥିଲେ ରୋଗୀ, ଭାସୁଥିଲା ମୃତଦେହ ସୂଚନା ମୁତାବକ ମୃତ ପ୍ରମୋଦ ଅଳ୍ପଦିନ ତଳେ ବିବାହ କରିଥିବା ବେଳେ ତାଙ୍କ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

ସେ ପରିବାରରେ ଏକମାତ୍ର ରୋଜଗାରକ୍ଷମ ଯୁବକ ଥିଲେ ।

ମୃତ ପ୍ରମୋଦଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଅପରପକ୍ଷରେ, କଟକରେ ଚିକିତ୍ସିତ ହେଉଥିବା ପ୍ରଭାକର ସାହୁଙ୍କ ପୁତ୍ର ଘନଶ୍ୟାମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି l  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।