Maharashtra FDA Launches Major Crackdown: ପତଞ୍ଜଳି ଘିଅ ଜବତ କଲା ଖାଦ୍ୟ ସୁରକ୍ଷା ବିଭାଗ, ଜାଣନ୍ତୁ ଆଉ କେଉଁ ସାମଗ୍ରୀ ରହିଛି ?

Nov 03, 2026 - 16:17
Maharashtra FDA Launches Major Crackdown: ପତଞ୍ଜଳି ଘିଅ ଜବତ କଲା ଖାଦ୍ୟ ସୁରକ୍ଷା ବିଭାଗ, ଜାଣନ୍ତୁ ଆଉ କେଉଁ ସାମଗ୍ରୀ ରହିଛି ?

ମହାରାଷ୍ଟ୍ରରେ ଖାଦ୍ୟ ସୁରକ୍ଷା ବିଭାଗର ବଡ଼ ଚଢ଼ାଉ। ଜବତ ହେଲା ୯ କୋଟିରୁ ଅଧିକ ଟଙ୍କାର ଖାଦ୍ୟ ସାମଗ୍ରୀ। ଏହି ଜବତ ସାମଗ୍ରୀ ମଧ୍ୟରେ ରହିଛି ପତଞ୍ଜଳି କମ୍ପନୀର ଘିଅ। ଅଭିଯାନରେ ୧୯ଟି ଖାଦ୍ୟ ବ୍ୟବସାୟିକ ସଂସ୍ଥାର ଲାଇସେନ୍ସ ମଧ୍ୟ ନିଲମ୍ବନ କରାଯାଇଛି।

ମହାରାଷ୍ଟ୍ରର ୭ଟି ଡିଭିଜନ୍‌ର ୧୧୪ଟି ସ୍ଥାନରେ ଚଢ଼ାଉ କରି ପ୍ରାୟ ୩ ଲକ୍ଷ ୫୩ ହଜାର କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ଜବତ କରିଛି FDA। ଏହାର ମୂଲ୍ୟ ପ୍ରାୟ ୯ କୋଟି ୧ ଲକ୍ଷ ଟଙ୍କା। ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତି, ଠିକ୍‌ ଭାବେ ସଂରକ୍ଷଣ ନକରିବା ଏବଂ ପୋକ ନିୟନ୍ତ୍ରଣ ଓ ସଫେଇ ରେକର୍ଡ ନରଖିବା ଭଳି ଗୁରୁତର ଅନିୟମିତତା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ଏହି ଅଭିଯାନରେ ଥାଣେ ଜିଲ୍ଲାର ଭିୱାଣ୍ଡିରେ ଆଭେନ୍ୟୁ ସୁପରମାର୍ଟସ୍‌ରୁ ୧ ଲକ୍ଷ ୪୪ ହଜାର କିଲୋରୁ ଅଧିକ ଖାଇବା ତେଲ ଜବତ ହୋଇଛି। ଅକ୍ଟୋବର ୨୮ରୁ ୩୧ ମଧ୍ୟରେ ୭୯ ଲକ୍ଷ ୪୦ ହଜାର ଟଙ୍କାର ନିଷିଦ୍ଧ ଖାଦ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏହି ମାମଲାରେ ୧୩ଟି ଏଫ୍‌ଆଇଆର୍‌, ୧୬ ଜଣ ଗିରଫ ଏବଂ ୭ଟି ସଂସ୍ଥା ସିଲ୍‌ କରାଯାଇଛି।

ସେପଟେ, ଟାଟା ୧ଏମ୍‌ଜିର ମେରାଇନ୍ କୋଲାଜେନ୍ ପାଉଡରର ଲେବଲ୍‌ ଓ ବିଜ୍ଞାପନରେ କଥିତ ନିୟମ ଉଲ୍ଲଂଘନ ନେଇ ଟାଟା ୧ଏମ୍‌ଜି ସମେତ ଚାରିଟି କମ୍ପାନୀକୁ FSSAI ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ୩୦ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।