Mahatma Gandhi: ନିଲାମ ହେଲେ ବାପୁ

Nov 01, 2026 - 16:53
Mahatma Gandhi: ନିଲାମ ହେଲେ ବାପୁ

ନିଲାମ ହେଲେ ବାପୁ ଆମ କଥା ଶୁଣି ଆପଣ ଭାବୁଥିବେ ଜାତିର ପିତା ମହାତ୍ମା ଗାନ୍ଧୀ ତ କାହିଁ କେତେ ଦିନରୁ ଆର ପାରିକୁ ଚାଲିଗଲେଣି।

ପୁଣି ସେ ନିଲାମ ହେଲେ କିପରି?

ତେବେ ମହାତ୍ମା ଗାନ୍ଧୀଙ୍କ ସହ ଜଡ଼ିତ ବିରଳ ଚିଠି, ହାତଲେଖା ବାର୍ତ୍ତା, ଐତିହାସିକ ଦଲିଲ, ଫଟୋଗ୍ରାଫ ଏବଂ ଚରଖାକୁ ନିଲାମ କରାଯାଇଛି।

ମୁମ୍ବାଇର ସାଫ୍ରନ୍ ଆର୍ଟ ପକ୍ଷରୁ ଆୟୋଜିତ ଏହି ନିଲାମରେ ଗାନ୍ଧୀଙ୍କ ସହ ଜଡ଼ିତ ୮୬ଟି ସାମଗ୍ରୀ ସାମିଲ ହୋଇଥିଲା।

ଏହି ସମସ୍ତ ଜିନିଷକୁ ୧୬.୨ କୋଟି ଟଙ୍କାରେ ବିକ୍ରି କରାଯାଇଛି।

ଏହି ସଂଗ୍ରହରେ ଗାନ୍ଧୀଙ୍କ ନିକଟତମ ସହଯୋଗୀ ତଥା ସ୍ୱାଧୀନତା ସଂଗ୍ରାମୀ ଆନନ୍ଦ ଟି.

ହିଙ୍ଗୋରାନିଙ୍କୁ ଲେଖିଥିବା ଚିଠି, ଟେଲିଗ୍ରାମ, ହାତଲେଖା ବାର୍ତ୍ତା, ବିରଳ ଫଟୋଗ୍ରାଫ ଏବଂ ଚରଖା ରହିଥିଲା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।