କିମାଶ୍ଚର୍ଯ୍ୟମ୍: ୬୩ଂ ସେଲ୍ସିଅସ୍ରେ ପ୍ରଜନନକ୍ଷମ ‘ଫାୟାର୍ ଏମିବା’
"ବୈଜ୍ଞାନିକମାନେ ଏଭଳି ଏକ ଏମିବା ଆବିଷ୍କାର କରିଛନ୍ତି ଯାହା ୬୩ ଡିଗ୍ରି ସେଲ୍ସିୟସ୍ ଭଳି ଉତ୍ତପ୍ତ ପରିବେଶରେ କେବଳ ବଞ୍ଚି ରହୁ ନାହିଁ, ପ୍ରଜନନ ମଧ୍ୟ କରିପାରୁଛି।
ଏହି ଏକକୋଷୀ ଏମିବାର ନଁା "ଫାୟାର୍ ଏମିବା"।
ୟୁକାରିୟଟ୍ ବର୍ଗର କୌଣସି ଜୀବ ଏତେ ଅଧିକ ତାପମାତ୍ରାରେ ତିଷ୍ଠି ରହିବା ଏକ ରେକର୍ଡ।ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ଲାସେନ୍ ଭଲ୍କାନିକ୍ ନ୍ୟାସ୍ନାଲ୍ ପାର୍କରେ ୬୩ ଡିଗ୍ରି ସେଲ୍ସିୟସ୍ ଗରମ ପାଣିରେ ଏହି ଏମିବା କୋଷ ବିଭାଜନ କରି ବଂଶ ବିସ୍ତାର କରୁଥିବାର ପ୍ରମାଣ ମିଳିଛି।
ଏହି ଏମିବା ୬୩ ଡିଗ୍ରି ସେଲ୍ସିୟସ୍ ପର୍ଯ୍ୟନ୍ତ ଗରମ ପରିବେଶରେ ଚଳଚଞ୍ଚଳ ରହି ଆହାର ଖୋଜିପାରେ।
କିନ୍ତୁ, ୬୩ ଡିଗ୍ରିରୁ ଅଧିକ ଗରମ ହେଲେ ଏହା ବଂଶ ବିସ୍ତାର କରିପାରେ ନାହିଁ।Advertisment Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା "ସେଲ୍" ପତ୍ରିକାରେ ଏହି ଗବେଷଣାର ପ୍ରାପ୍ତ ଫଳାଫଳ ପ୍ରକାଶ ପାଇଛି।
ଏହା ଆଗରୁ ୬୦ ଡିଗ୍ରି ସେଲ୍ସିୟସ୍ ଗରମରେ କେତେକ କବକ ଓ ଲୋହିତ ଶିଉଳି ବଞ୍ଚି ରହି ରେକର୍ଡ କରିଥିଲେ।
ଫାୟାର୍ ଏମିବା ସେମାନଙ୍କ ରେକର୍ଡ ଭାଙ୍ଗିଦେଇଛି।
ଗବେଷଣାରୁ ଜଣାପଡ଼ିଛି ଯେ "ଫାୟାର୍ ଏମିବା"ର ଜିନ୍ ତା"ର ଡିଏନ୍ଏକୁ ଦୃଢ଼ କରି ରଖିବାରେ ସାହାଯ୍ୟ କରୁଛି।
ତା"ଛଡ଼ା ଏହି ଜିନ୍ ତା" ଦେହରେ ଥିବା ପ୍ରୋଟିନ୍କୁ ସୁରକ୍ଷା ଦେଉଛି ଓ ପରିବେଶ ବଦଳିବା କଥା ଚେତାଇ ଦେଉଛି।
ଏହି ଏମିବା ଦେହରେ ଥିବା କେତେକ ପଜିଟିଭ୍ ଚାର୍ଜଯୁକ୍ତ ପ୍ରୋଟିନ୍ ମଧ୍ୟ ତାହାକୁ ଗରମ ସହିବାରେ ସାହାଯ୍ୟ କରୁଛି।
UPI ଶୁଳ୍କ ସରକାରଙ୍କ ଖାତାକୁ ଆସିବନି: ନିର୍ମଳା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।