Mahua Moitra : ବୈଠକ ସମୟରେ ମହୁଆଙ୍କ କାର୍‌କୁ ଅଣ୍ଡାମାଡ଼ ଅଭିଯୋଗ

Sep 16, 2026 - 23:26
Mahua Moitra : ବୈଠକ ସମୟରେ ମହୁଆଙ୍କ କାର୍‌କୁ ଅଣ୍ଡାମାଡ଼ ଅଭିଯୋଗ

"କୋଲକାତା, : ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଦଳର ଏକ ବୈଠକ କରୁଥିବାବେଳେ ତାଙ୍କୁ ପ୍ରବଳ ବିରୋଧ କରାଯାଇଥିଲା ଏବଂ ଅଣ୍ଡା ମାଡ଼ ହୋଇଥିଲା।

ମହୁଆ କାର୍ଯ୍ୟସ୍ଥଳରେ ପହଞ୍ଚିବାପରେ ବିଜେପି କର୍ମୀ ଏବଂ ସମର୍ଥକମାନେ "ଗୋ ବ୍ୟାକ୍‌" ସ୍ଲୋଗାନ୍‌ ଦେଇଥିଲେ ଏବଂ କଳା ପତାକା ଦେଖାଇଥିଲେ।

କ୍ରୀଷ୍ଣାନଗର ନିର୍ବାଚନମଣ୍ଡଳୀରେ ମହୁଆ ଏକ ରାଜନୈତିକ ବୈଠକରେ ଯୋଗ ଦେବାପାଇଁ ଯିବା ସମୟରେ ଏହି ଘଟଣା ଘଟିଛି।

ମହୁଆଙ୍କୁ ବିରୋଧ କରାଯିବା ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ବି ସଂଘର୍ଷ ଉପୁଜିଥିଲା।

ଏହି ବିବାଦ ମଧ୍ୟରେ ମହୁଆ ମୈତ୍ରଙ୍କ କାର୍‌କୁ ଅଣ୍ଡାମାଡ଼ ହୋଇଥିଲା।

ଘଟଣା ପରେ ମୈତ୍ର ଏକ୍ସରେ ଏକ ପୋଷ୍ଟ୍‌ କରି ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସମ୍ବୋଧିତ କରିଥିଲେ।Advertisment ମହୁଆ ପୂର୍ବରୁ ଏହି ସମ୍ଭାବ୍ୟ ଆକ୍ରମଣ ନେଇ ଚିନ୍ତା ପ୍ରକଟ କରି ଏକ ଆବେଦନ କରିଥିଲେ।

କିନ୍ତୁ ତାଙ୍କ ଆବେଦନ ଉପରେ ବିଚାରପତି ଯେଉଁ ଟିପ୍ପଣୀ ଦେଇଥିଲେ ତାକୁ ଆଧାର କରି ମହୁଆ ଆଜି ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କୁ କଟାକ୍ଷ କରିଛନ୍ତି।

ମହୁଆ ତାଙ୍କ ପୋଷ୍ଟ୍‌ରେ କହିଛନ୍ତି, "ସମ୍ମାନନୀୟ ଜଷ୍ଟିସ ଦୀପଙ୍କର ଦତ୍ତ।

ମିଲର୍ଡ- ମୁଁ ମୋ ନିର୍ବାଚନମଣ୍ଡଳୀକୁ ଏକ ବୈଠକ ପାଇଁ ଆସିଥିଲି।

ବିଜେପି କର୍ମୀ ଏବଂ ସମର୍ଥକମାନେ ମୋ ଉପରକୁ ଅଣ୍ଡାମାଡ଼ କରିଛନ୍ତି।

ତେବେ ଆପଣଙ୍କ ଉପଦେଶ ମୁତାବକ ମୁଁ ସେମାନଙ୍କୁ ସ୍ବାଧୀନତା ସଂଗ୍ରାମୀ ଭଳି ସାମ୍ନା କରିଛି।

ସେ ମଧ୍ୟ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଯେଉଁଥିରେ ସେ ବିଚାରପତିଙ୍କ ପାଇଁ ଦେଇଥିବା ଟିପ୍ପଣୀକୁ ଦୋହରାଇଛନ୍ତି।

ମହୁଆ ଅଭିଯୋଗ କରିଛନ୍ତି ଯେ ବୈଠକକୁ ଯିବା ପୂର୍ବରୁ ସେ ପୁଲିସକୁ ଜଣାଇଥିଲେ ଏବଂ ପୁଲିସ ସହଯୋଗ‌ରେ ହିଁ ତାଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି।

ଉ‌ଲ୍ଲେଖଯୋଗ୍ୟ ଯେ ମହୁଆ ମୈତ୍ରଙ୍କ ଉପରେ ପୂର୍ବରୁ ମଧ୍ୟ କ୍ରୀଷ୍ଣାନଗର ନିର୍ବାଚନମଣ୍ଡଳୀରେ ଅଣ୍ଡାମାଡ଼ ହୋଇଛି।

ତେଣୁ ସେ ସୁରକ୍ଷା ପାଇଁ ପ୍ରଥମେ କାଲକାଟା ହାଇକୋର୍ଟ ଯାଇଥିଲେ।

କିନ୍ତୁ ସେଠାରୁ ସେ କୌଣସି ଆଶ୍ବସ୍ତି ପାଇନଥିଲେ।

ପରେ ସେ ସୁପ୍ରିମକୋର୍ଟ ଯାଇଥିଲେ ଏବଂ ସମ୍ଭାବ୍ୟ ଆକ୍ରମଣରୁ ସୁରକ୍ଷା ଚାହିଥିଲେ।

ଶୁଣାଣି ସମୟରେ ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ଶିଲ ନଗୁରଙ୍କ ଖଣ୍ଡପୀଠ ମୈତ୍ରଙ୍କ ପକ୍ଷରୁ ଉଠାଯାଇଥିବା ସୁରକ୍ଷା ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ଖଣ୍ଡପୀଠ କହିଥିଲେ ଦେଶର ସ୍ବାଧୀନତା ସଂଗ୍ରାମୀମାନେ ଗୁଳିକୁ ସାମ୍ନା କରିଛନ୍ତି ଏବଂ ସେ ସାମାନ୍ୟ ଆକ୍ରମଣକୁ ଭୟ କରି ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିବା ଅନୁଚିତ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।