Horoscope 2026 September 17: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ।
ପରିଶ୍ରମର ଅଧିକ ଫଳ ପାଇବେ।
କୌଣସି ଅସହାୟଙ୍କୁ ସହାୟତା କରିବେ।
ଜୀବନ ଓ ବ୍ୟବସାୟରେ ବାପାଙ୍କର ସହଯୋଗ ପାଇବେ।Advertisment ବୃଷ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ବିଚାର କରିପାରନ୍ତି।
ଉନ୍ନତି କୌଣସି ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ।
ଛୋଟିଆ ସୁଯୋଗ ଆପଣଙ୍କୁ ଧନବାନ୍ ବନାଇପାରେ।
ମିଥୁନ: ଭାବିଥିବା କାମ ସଂପୂର୍ଣ୍ଣ କରିବା ଏବଂ ଆପଣଙ୍କ ଯୋଜନା ପୂରା କରିବା ଲାଗି ଦିନଟି ଭଲ।
ଘରେ ଓ ଅଫିସରେ ଶାନ୍ତି ଅନୁଭବ କରିବେ।
ଆପଣଙ୍କ ଗୁଣ ଏବଂ କାମର କାରଣ ହେତୁ ପ୍ରଶଂସା ପାଇପାରନ୍ତି।
କର୍କଟ: ବ୍ୟବସାୟୀଙ୍କ ଲାଗି ଦିନଟି ଆରାମଦାୟକ ହେବ।
ଅଧୁରା ଥିବା କାମ ସଂପୂର୍ଣ୍ଣ ହୋଇଯିବ।
ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି।
ସିଂହ: ପଦୋନ୍ନତି ଏବଂ ବଦଳି ପାଇଁ କାହାରି ସହିତ କଥା ହେବେ।
କ୍ୟାରିୟରରେ ସଫଳତା ପାଇଁ ଯୋଜନା କରିବେ।
ବୟୋଜ୍ୟେଷ୍ଠ ବ୍ୟକ୍ତି ଆପଣଙ୍କୁ ଠିକ୍ ପରାମର୍ଶ ଦେବେ।
ନୂଆ ଚାକିରିର ସୁଯୋଗ ମିଳିପାରେ।
କନ୍ୟା: ଆପଣଙ୍କ ଠାରୁ ବଡ଼ ବା କୌଣସି ଅନ୍ୟ ବ୍ୟକ୍ତିଙ୍କଠାରୁ ପରାମର୍ଶ ନେଇ ଆଗକୁ ବଢ଼ିବାର ଚେଷ୍ଟା କରିବେ।
ପରିଶ୍ରମ, ଧୈର୍ଯ୍ୟ, ବିବେକ ଦ୍ବାରା ଅଧୁରା ଥିବା କାମ ପୂରା କରିନେବେ।
ଆହୁରି ପଢ଼ନ୍ତୁ- Bomb Clash Between Two Brothers ଦୁଇଭାଇ ଝଗଡ଼ା ଲାଗି ପରସ୍ପରକୁ ବୋମା ଫିଙ୍ଗିଲେ, ଜଣଙ୍କ ମୃତ୍ୟୁ, ଅନ୍ୟଜଣଙ୍କ ହାତ ଛିଣ୍ଡିଲା ତୁଳା: ଆପଣଙ୍କ ଉପରେ ସଂଶୟକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ଦିଅନ୍ତୁ ନାର୍ହି।
ଅନ୍ୟମାନଙ୍କ କଥା ଶୁଣିବାକୁ ମନ ସ୍ଥିର କରି ଚାଲନ୍ତୁ ଶାନ୍ତି ଅନୁଭବ ହେବ।
କମ୍ ଚେଷ୍ଟା କରନ୍ତୁ ଯଥେଷ୍ଟ ଲାଭ ହେବ।
ବିଛା: ବ୍ୟବସାୟ କ୍ଷେତ୍ରରେ ବଡ଼ ଧନଲାଭ ହେବ।
ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ।
କାଷ୍ଠ ବ୍ୟବସାୟୀ ବଡ଼ ପ୍ରୋଜେକ୍ଟ ପାଇବେ।
ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ଧନୁ: ଅଫିସରେ ଫୋନ କମ୍ କରି କାମରେ ପୂରା ଧ୍ୟାନ ଦେବେ।
ମାତାପିତାଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାମ ପୂରା ହୋଇଯିବ।
ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ମକର: କାରବାରରେ କିଛି ନୂଆ ଓ ଭଲ କରିବା ପାଇଁ ମନ କହିବ।
ଖେଳ କ୍ଷେତ୍ରରେ ତାଲିମ ନେଉଥିବା ଖେଳାଳୀ ସଂପୂର୍ଣ୍ଣରୂପେ ପରିଶ୍ରମ କରିବେ।
ରାଜନୀତିକ ନେତାଙ୍କର ସମାଜରେ ଦବଦବା ରହିବ।
କୁମ୍ଭ: ଆପଣଙ୍କ ଜୀବନ ଭକ୍ତିମୟ ରହିବ।
ବଡ଼ ଓ ଅଲଗା କାମ କରିବା ପାଇଁ ଭାବିପାରନ୍ତି।
ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବା ଯୋଗୁଁ ଗୁରୁତ୍ବପୂର୍ଣ୍ଣ କାମ ହୋଇଯିବ।
ମୀନ: ଆପଣଙ୍କ ଭଲ ବ୍ୟବହାରରେ ସମାଜରେ ଭଲ ଜଣାଶୁଣା ହେବ।
ଘରର ସୌନ୍ଦର୍ଯ୍ୟୀକରଣ କାମ କରାଇପାରନ୍ତି।
ଧୈର୍ଯ୍ୟଶୀଳ ବ୍ୟବହାର ପରିବାରରେ ଏକତା ବନାଇବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।