sexual assault ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ, ନାବାଳକ ସମେତ ୫ ଅଟକ

Sep 16, 2026 - 23:04
sexual assault ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ, ନାବାଳକ ସମେତ ୫ ଅଟକ

"ରାଉରକେଲା: ଘରକୁ ଫେରୁଥିବାବେଳେ ଜଙ୍ଗଲରାସ୍ତାରେ ଦୁଇ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା କୁଖୁଣ୍ଡବାହାଲ ରାସ୍ତାର ଖଡ଼ିଆପଡ଼ା ନିକଟରେ ଏହି ଘଟଣା ଗତ ସୋମବାର ରାତିରେ ଘଟିଥିଲା।

ହତ୍ୟା ଧମକ ଯୋଗୁ ଚୁପ୍‌ ରହିଥିବା ନାବାଳିକାଜଣକ ପରିବାର ଆଗରେ ସମସ୍ତ କଥା କହିବା ପରେ ଘଟଣା ସାମ୍ନାକୁ ଆସିଛି।

Advertisment 3 Minor Girls: ଗାଧୋଉଥିବା ବେଳେ ଶଙ୍ଖନଦୀ ପାଣିରେ ବୁଡ଼ି ତିନି ନାବାଳିକା ମୃତ ବୀରମିତ୍ରପୁର ପୁଲିସ ଏହି ଘଟଣାରେ ଜଣେ ନାବାଳକ ଓ ଚାରି ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସେମାନେ ବ୍ୟବହାର କରିଥିବା ଦୁଇଟି ବାଇକ୍‌ ପୁଲିସ ଜବତ କରିଛି।

ଥାନାଧିକାରୀ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି।

୫ ଜଣଙ୍କୁ ଅଟକ ରଖାଯାଇଛି।

ତଦନ୍ତ ପରେ ଦୁଷ୍କର୍ମ ଘଟଣାରେ ଅଟକ ୫ ଜଣଙ୍କ ସମେତ ଅନ୍ୟ କେଉଁମାନେ ଅଛନ୍ତି ତା"ର ଖୋଳତାଡ଼ ଚାଲିଛି।

Rairangpur Minor Gang Rape Case ରାଇରଙ୍ଗପୁର ନାବାଳିକା ଦୁଷ୍କର୍ମ ମାମଲା: ପୋକ୍‌ସୋ କୋର୍ଟ ହାଜର ହେଲେ ୪ ଅଭିଯୁକ୍ତ ମିଳିଥିବା ସୂଚନା ମୁତାବକ,  ଗଣେଶ ପୂଜା ରାତିରେ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଟିଆଟୋଲାରେ ଆଦିବାସୀ ସମ୍ପ୍ରଦାୟର ଜାୱା ସମାରୋହ ପାଳିତ ହେଉଥିଲା।

ସ୍ଥାନୀୟ ଅଞ୍ଚଳର ଦୁଇ ନାବାଳିକା ଜାୱା ସମାରୋହ ଦେଖିବାକୁ ସଂଧ୍ୟାରେ ଚୁଟିଆଟୋଲିରେ ପହଞ୍ଚିଥିଲେ।

ସେଇଠୁ ରାତି ପ୍ରାୟ ସାଢ଼େ ୯ଟାରେ ଦୁହେଁ କୁଖୁଣ୍ଡବାହାଲ ଜଙ୍ଗଲରାସ୍ତା ଦେଇ ଘରକୁ ଫେରୁଥିଲେ।

ଅନ୍ଧାରରାତିରେ ଦୁଇ ନାବାଳିକା ଯାଉଥିବା‌ ଦେଖି ଚାରିଜଣ ଯୁବକ ଓ ଜଣେ ନାବାଳକ ଦୁଇଟି ବାଇକ୍‌ରେ ସେମାନଙ୍କୁ ପିଛା କରିଥିଲେ।

ଜଙ୍ଗଲ ରାସ୍ତାରେ ଖଡ଼ିଆପଡ଼ା ନିକଟରେ ଦୁଇ ନାବାଳିକାଙ୍କୁ ସେମାନେ ଅଟକାଇଥିଲେ।

ଜୋରଜବରଦସ୍ତ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ଏ କଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

POCSO Case ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଓ ଜରିମାନା ଜୀବନ ବଞ୍ଚାଇବାକୁ ଘଟଣାସ୍ଥଳରେ ଦୁଇ ନାବାଳିକା ପାଟି କରିଥିଲେ।

ସେମାନଙ୍କ ପାଟି ଶୁଣି ଖଡ଼ିଆପଡ଼ାର କିଛି ଲୋକ ଦୌଡି ଆସିବାରୁ ଅଭିଯୁକ୍ତମାନେ ସେଠାରୁ ବାଇକ୍‌ ଯୋଗେ ଚମ୍ପଟ ମାରିଥିଲେ।

ପରେ ଦୁଇ ନାବାଳିକା ଘରେ ପହଞ୍ଚି କାହାକୁ କିଛି ନକହି ଚୁପ୍‌ ରହିଥିଲେ।

ଆଜି ସକାଳେ ଜଣେ ନାବାଳିକାଙ୍କ ପେଟ ବିନ୍ଧିବାରୁ ବାପା-ମା"ଙ୍କୁ ସବୁ କଥା କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।