Major Twist in Jaleswar Minor Murder Case: ଜଳେଶ୍ୱର ନାବାଳିକା ହତ୍ୟା ମାମଲାରେ ବଡ଼ ଅପଡେଟ୍, ଜଣେ ମହିଳାଙ୍କ ସମେତ ୩ ଅଟକ
ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ଅପଡେଟ୍ ।
ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ ।
ଅଟକ ଥିବା ମହିଳାଙ୍କ ବିରୋଧରେ ମୃତ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିବା ସୂଚନା ମିଳିଛି।
ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହା ଜାଣିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି।
Advertisment ଏହି ସମ୍ବେଦନଶୀଳ ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନାକୁ ଗିରଫ କରିଥିଲା ପୋଲିସ।
ଗତକାଲି ଏସପି ଦେଇଥିବା ସୂଚନା ଅନୁସାରେ, ଗିରଫ ଚନ୍ଦ୍ରକାନ୍ତ ଜେନା ହିଁ ମୁଖ୍ୟ ଅଭିଯୁକ୍ତ।
ନାବାଳିକାଙ୍କୁ ଜଙ୍ଗଲକୁ ନେଇ ଅଭିଯୁକ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା।
ନାବାଳିକା ଏଥିରେ ରାଜି ନହେବା ଏବଂ ତାକୁ ଭଲ ପାଉନଥିବା କହିବାରୁ ଅଭିଯୁକ୍ତ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି।
ଗତ ୧୬ ତାରିଖରୁ ନାବାଳିକା ନିଖୋଜ ଥିଲେ।
ନାବାଳିକା ଡ୍ୟାନ୍ସ କ୍ଲାସକୁ ଯାଇ ଫେରିନଥିବା ବେଳେ ପରେ ବର୍ତ୍ତନା ପଞ୍ଚାୟତ ଅନ୍ତର୍ଗତ ଘେରାପଦା ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
...
Advertisment ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ତିନି ଜଣଙ୍କୁ ଅଟକ ରଖିଲା ପୋଲିସ ଜଣେ ମହିଳାଙ୍କ ସମେତ ତିନି ଅଟକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।