Uttar Pradesh Rabies Scare: ଚରଣାମୃତ ପିଇବା ପରେ ଗାଁରେ ଆତଙ୍କ ! ୪୫୦ ଲୋକଙ୍କୁ ଆଣ୍ଟି ରେବିଜ୍ ଟିକା, କାରଣ ଜାଣିଲେ ହେବେ ତାଜୁବ୍
ଗାଁ ଲୋକଙ୍କ ପାଇଁ କାଳ ହେଲା ଚରଣାମୃତ !
ଡାକ୍ତରଖାନା ଦୌଡିଲେ ଶହ ଶହ ଲୋକ।
ପିଲାଠୁ ବୁଢା ସମସ୍ତଙ୍କ ଭିତରେ କୋକୁଆ ଭୟ ।
ଦୁର୍ଗାପୂଜାରେ ଚରଣାମୃତ ପିଇବା ପରେ କୁକୁର କାମୁଡା ଇଞ୍ଜେକ୍ସନ ନେବାକୁ ମେଡିକାଲରେ ଲାଗିଛି ଠେଲାପେଲା ।
ଦୌଡି ଦୌଡି ଡାକ୍ତରଖାନା ଯାଉଛନ୍ତି ଗାଁ ଲୋକେ ।
ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲା ଗୋଲା ଅଂଚଳରୁ ସାମ୍ନାକୁ ଆସିଛି ଏମିତି ଘଟଣା ।
Advertisment ଗାଁରେ ଦୁର୍ଗାପୂଜା ହେଉଥିଲା ।
ଯେଉଁ ଗାଇର କ୍ଷୀରରୁ ମା' ଦୁର୍ଗାଙ୍କ ଚରଣାମୃତ ପ୍ରସ୍ତୁତ ହୋଇଥିଲା, ସେ ଗାଈକୁ ପାଗଳ କୁକୁର କାମୁଡି ଦେଇଥିଲା ।
ଗାଈର ମାଲିକ ବି ଏ ବିଷୟରେ ଜାଣିନଥିଲେ ।
ହେଲେ ଗାଈଟି ହଠାତ୍ ଅସ୍ବାଭାବିକ ବ୍ୟବହାର କରିବା ସହ କୁକୁର ଭଳି ଭୋକିବାକୁ ଲାଗିଲା ।
କିଛି ସମୟ ପରେ ତାର ମୃତ୍ୟୁ ଘଟିଥିଲା ।
ଆଉ ତା' ପରେ ପୂରା ଗାଁରେ ପଡିଲା ଭାଳେଣି ।
କାରଣ ସେଇ ଗାଈ କ୍ଷୀରରୁ ହିଁ ତିଆରି ହୋଇଥିଲା ଚରଣାମୃତ ।
ଆଉ ଏହି ଚରଣାମୃତକୁ ଦୁଇ ଖଣ୍ଡ ଗାଁ ଲୋକେ ପିଇଥିଲେ ।
କୁକୁର କାମୁଡାରେ ଗାଈର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଜଳାତଙ୍କ ରୋଗ ବା ରେବିଜ୍ ଭୟ ଖେଳି ଯାଇଥିଲା ।
ଆଣ୍ଟି ରାବିଜ୍ ଟିକା ନେବାକୁ ଶହ ଶହ ଗ୍ରାମବାସୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୌଡିଥିଲେ ।
ସଙ୍ଗେ ସଙ୍ଗେ ଗାଁରେ ସ୍ବାସ୍ଥ୍ୟ କ୍ୟାମ୍ପ ଲାଗିଲା ।
ସେଠାରେ ମୋଟ ୪୫୦ ଜଣଙ୍କୁ ଆଣ୍ଟି ରାବିଜ୍ ଟିକା ଦିଆଯାଇଛି ।
ଆଗକୁ ମଧ୍ୟ ସେମାନଙ୍କୁ ବୁଷ୍ଟର ଡୋଜ୍ ନେବାକୁ ପଡିବ ବୋଲି ଡାକ୍ତର କହିଛନ୍ତି ।
ତେବେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ, କ୍ଷୀର ଫୁଟିବା ପରେ ଭୂତାଣୁ ନଷ୍ଟ ହୋଇସାରିଛି, ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ।
କେବଳ ସାବଧାନତା ପାଇଁ ଦିଆଯାଇଛି ଭାକ୍ସିନ୍ ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।