Major Wildlife Trafficking Crackdown: ଜୟପୁରରେ ଗୁଜରାଟ DRI ଟିମ୍ ର ବଡ଼ ଧରଣର ଚଢ଼ାଉ, ଜବତ କଲା ବାଘ ଛାଲ

Sep 08, 2026 - 19:05
Major Wildlife Trafficking Crackdown: ଜୟପୁରରେ ଗୁଜରାଟ DRI ଟିମ୍ ର ବଡ଼ ଧରଣର ଚଢ଼ାଉ, ଜବତ କଲା ବାଘ ଛାଲ

କୋରାପୁଟ ଜିଲ୍ଲା ଜୟପୁରରେ ଗୁଜରାଟ DRI ଟିମର ଅତର୍କିତ ଚଢ଼ାଉ। ବାଘ ଛାଲ କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ଜୟପୁର ଇରିଗେସନ କଲୋନୀ ବାସିନ୍ଦା ତ୍ରିଲୋଚନ ପାତ୍ରଙ୍କ ପୁଅ ବିଭୂତି ଭୂଷଣ ପାତ୍ର। ଚଢ଼ାଉ ସମୟରେ ତାଙ୍କ ନିକଟରୁ ଏକ ପୂର୍ଣ୍ଣାଙ୍ଗ କଲରାପତରିଆ ବାଘ ଛାଲ ଜବତ ହୋଇଛି।

ଛାଲର ଶରୀର ଲମ୍ବ ୧୪୧ ସେମି ଓ ଲାଞ୍ଜର ଲମ୍ବ ୯୮ ସେମି ଥିବା ଜଣାପଡ଼ିଛି। ଏହା ସହ ଏକ ନୀଳ ବ୍ୟାଗ୍, ଚୋରା ଚାଲାଣରେ ବ୍ୟବହୃତ କାର୍ ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଅଧିକ ତଦନ୍ତ ପାଇଁ ଗିରଫ ଅଭିଯୁକ୍ତଙ୍କ ସମେତ ସମସ୍ତ ଜବତ ସାମଗ୍ରୀକୁ ଜୟପୁର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

 ଜୟପୁରରେ ବାଘ ଛାଲ ଜବତ କଲା ଗୁଜରାଟ ଟିମ୍ 
ଜୟପୁରରେ ଗୁଜରାଟ DRI ଟିମ୍ ର ବଡ଼ ଧରଣର ଚଢ଼ାଉ
ଡିଲ୍ ବେଳେ କଲରାପତରିଆ ବାଘ ଛାଲ ସହ ଜବତ କଲା କାର୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।