Male Fertility Under Threat: ପୁରୁଷତ୍ବ ପ୍ରତି ବିପଦ କୋଇଲା ଖଣିର ପ୍ରଦୂଷଣ, ହ୍ରାସ କରୁଛି ଶ୍ରମିକଙ୍କ ପ୍ରଜନନ କ୍ଷମତା !

Aug 19, 2026 - 21:30
Male Fertility Under Threat: ପୁରୁଷତ୍ବ ପ୍ରତି ବିପଦ କୋଇଲା ଖଣିର ପ୍ରଦୂଷଣ, ହ୍ରାସ କରୁଛି ଶ୍ରମିକଙ୍କ ପ୍ରଜନନ କ୍ଷମତା !

କୋଇଲା ଖଣିର କଳା ଧୂଆଁ କେତେ ମାରାତ୍ମକ ? କେବଳ ଫୁସଫୁସକୁ ଜାଳୁନି, ତାଠୁ ବି ବଡ଼ କ୍ଷତି କରୁଛି ? ଯେଉଁ ହାତ କୋଇଲା ଖଣିର ଅନ୍ଧାରକୁ ଆଲୋକ ଦିଏ, ସେଇ ଶ୍ରମିକଙ୍କ ଜୀବନରେ କଳା ଧୂଆଁ ବଡ଼ କ୍ଷତି କରୁଛି। କୋଇଲା ଖଣିରେ କାମ କରିବାର ପ୍ରଭାବ କେବଳ ଶ୍ୱାସକ୍ରିୟା ଉପରେ ନୁହେଁ, ପୁରୁଷଙ୍କର ପ୍ରଜନନ କ୍ଷମତା ଉପରେ ବି ପଡ଼ିପାରେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗବେଷଣାରୁ ସାମ୍ନାକୁ ଆସିଛି ଏମିତି ଚିନ୍ତାଜନକ ଓ ଆଶ୍ଚର୍ଯ୍ୟଜନକ ସତ। ଝାରସୁଗୁଡ଼ାର କୋଇଲା ଖଣିରେ କାମ କରୁଥିବା ଶ୍ରମିକଙ୍କ ଉପରେ ୩ ବର୍ଷ ଧରି ଚାଲିଥିଲା ଏହି ଅଧ୍ୟୟନ।

୨୧୫ ଜଣ ଖଣି ଶ୍ରମିକଙ୍କ ସ୍ପର୍ମ ଆନାଲିସିସ୍, ହରମୋନ୍ ପ୍ରୋଫାଇଲ୍, ଅକ୍ସିଡେଟିଭ୍ ଷ୍ଟ୍ରେସ୍ ଟେଷ୍ଟ ଓ ରକ୍ତରେ ହେଭି ମେଟାଲ୍ ପରୀକ୍ଷା ହୋଇଥିଲା। ଯେଉଁଥିରୁ ଜଣାପଡ଼ିଛି, କୋଇଲା ଧୂଳିରେ ଥିବା ଲେଡ୍, କ୍ୟାଡମିୟମ୍, ଆର୍ସେନିକ୍ ଓ ମର୍କୁରୀ ଭଳି ବିଷାକ୍ତ ଧାତୁ ଶରୀରରେ ପ୍ରବେଶ କରୁଛି। ଯାହାଦ୍ବାରା ସିମେନ୍ ପରିମାଣ କମିବା ସହ ଶୁକ୍ରାଣୁ ସଂଖ୍ୟାରେ ବି ହ୍ରାସ ହେଉଛି। କେତେକ କ୍ଷେତ୍ରରେ ସ୍ପର୍ମ ଗଠନରେ ବି ଅସ୍ୱାଭାବିକତା, ଯେମିତିକି ଦୁଇଟି ମୁଣ୍ଡ ହେବା, ମଧ୍ୟଭାଗ ଫୁଲିବା କିମ୍ବା ପଛ ଭାଗରେ ସମସ୍ୟା ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି। ... 

ଗବେଷଣାରେ ୧୮ରୁ ୪୫ ବର୍ଷ ବୟସ ବର୍ଗର ୨୧୫ ଜଣ ଖଣି କର୍ମଚାରୀ ଓ ୯୫ ଜଣ ସାଧାରଣ ପୁରୁଷଙ୍କୁ ସାମିଲ କରାଯାଇଥିଲା। କର୍ମଚାରୀଙ୍କୁ ତିନିଟି ବର୍ଗରେ ଭାଗ କରାଯାଇଥିଲା। ୨୦୧୨ରେ ରିସର୍ଚ୍ଚ ଶେଷ ହୋଇଥିବା ବେଳେ ଏହି ଫାଇଲରେ ବନ୍ଦ ଅଛି ୩୧୦ ଜଣଙ୍କର ଗୋପନୀୟ ତଥ୍ୟ। କାରଣ ଏହା ଥିଲା ଶହ ଶହ ପରିବାରର ଭବିଷ୍ୟତ ସହ ଜଡ଼ିତ ସମ୍ବେଦନଶୀଳ ପ୍ରଶ୍ନ। ରିପୋର୍ଟ ଆଧାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରାଯାଇଛି। ...

ଅନ୍ୟପଟେ ଡାକ୍ତରମାନେ ବି ଏକଥାକୁ ସ୍ୱୀକାର କରିଛନ୍ତି। ସେମାନଙ୍କ ମତରେ, କୋଇଲା ଖଣି ପ୍ରଦୂଷଣରେ ଥିବା ଲେଡ୍, କ୍ୟାଡମିୟମ୍, ମର୍କ୍ୟୁରୀ ଓ ଆର୍ସେନିକ୍ ଭଳି ହେଭି ମେଟାଲ୍ ରକ୍ତରେ ମିଶି ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତି ବି କରିପାରନ୍ତି। ପ୍ରଦୂଷଣରୁ ବଞ୍ଚିବା ପାଇଁ ସୁରକ୍ଷା ନିୟମ ପାଳନ ସହ ନିଶା ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ... 

କୋଇଲା ଖଣିର ପ୍ରଦୂଷଣ କର୍ମଚାରୀମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ସମ୍ବଲପୁର ୟୁନିଭର୍ସିଟିର ଏହି ରିପୋର୍ଟ କେବଳ ଏକ ଗବେଷଣା ନୁହେଁ, ଏହା ହେଉଛି ଏକ ସତର୍କ ଘଣ୍ଟି। ଏହା କେବଳ ଜଣେ ଶ୍ରମିକଙ୍କ ସମସ୍ୟା ନୁହେଁ, ଆଗାମୀ ପିଢ଼ିର ପ୍ରଶ୍ନ। ... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।