Mallikarjun Kharge: ‘ଭୋଟ୍ ଚୋରି’ ଅଭିଯୋଗରେ ବିଜେପି ଓ ଆର୍ଏସ୍ଏସ୍ ଉପରେ ବର୍ଷିଲେ ଖଡ଼ଗେ
ପାଟନା: ଦେଶର ନିର୍ବାଚନୀ ବ୍ୟବସ୍ଥାକୁ ନେଇ ପୁଣି ରାଜନୀତି ତୀବ୍ର ହୋଇଛି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ବିଧାନସଭା ନିର୍ବାଚନ ବାତିଲ୍ କରିବା ସହ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି।
ରବିବାର ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ କୃଷ୍ଣ ସିଂହଙ୍କ ୧୩୯ତମ ଜୟନ୍ତୀ ଅବସରରେ ପାଟନାରେ ଆୟୋଜିତ ସଭାରେ ସେ ଏହି ଦାବି ଉଠାଇଛନ୍ତି।
Advertisment ଖଡ଼ଗେ ଏସ୍ଆଇଆର୍ ବିରୋଧୀ ଆନ୍ଦୋଳନକୁ 'ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ'ର ଆଖ୍ୟା ଦେଇ ଆଗାମୀ ନିର୍ବାଚନଗୁଡ଼ିକ ବାଲଟ୍ ପେପର୍ରେ କରିବାକୁ ଦାବି କରିଛନ୍ତି।
ଭୋଟର ତାଲିକାରେ ହେରଫେର୍ ଓ ବିରୋଧୀ ସମର୍ଥକଙ୍କ ନାମ ବାଦ୍ ପଡ଼ିବା ନେଇ ସେ ଅଭିଯୋଗ ଆଣିଛନ୍ତି।
ପଶ୍ଚିମବଙ୍ଗ, ହରିୟାଣା, ବିହାର ଓ ମହାରାଷ୍ଟ୍ରରେ 'ଭୋଟ୍ ଚୋରି' ମାଧ୍ୟମରେ ସରକାର ଗଠନ ହୋଇଥିବା ସେ ଅଭିଯୋଗ କରିବା ସହିତ ଲୋକମାନଙ୍କୁ ରାସ୍ତାକୁ ଓହ୍ଲାଇବାକୁ, ସେମାନଙ୍କ ଅଧିକାର ପାଇଁ ଲଢ଼ିବାକୁ ଓ ସମ୍ବିଧାନକୁ ସୁରକ୍ଷା ଦେବାକୁ ଆହ୍ୱାନ କରିଥିଲେ।
ଖଡ଼ଗେ ନିର୍ବାଚନ କମିସନଙ୍କଠାରୁ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପାଇବାକୁ ଲୋକମାନେ ଯୋଗ୍ୟ ବୋଲି ଦାବି କରି ଏସ୍ଆଇଆର୍କୁ ତୁରନ୍ତ ବନ୍ଦ କରିବା ଓ ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ବିଧାନସଭା ନିର୍ବାଚନକୁ ବାତିଲ କରିବାକୁ ଦାବି କରିଛନ୍ତି।
Cuttack Congress: କଟକ କଂଗ୍ରେସକୁ ରାଜ୍ୟ ନେତୃତ୍ବଙ୍କ ଅଣଦେଖା!
ନେତା ଓ କର୍ମୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ବିଜେପି ଓ ଆର୍ଏସ୍ଏସ୍କୁ ଟାର୍ଗେଟ୍ କରି ଖଡ଼ଗେ କହିଛନ୍ତି, ବିଭାଜନମୂଳକ ରାଜନୀତି ଦେଶର ସାମାଜିକ ସଦ୍ଭାବ ଓ ସାମ୍ବିଧାନିକ ମୂଲ୍ୟବୋଧ ପାଇଁ ବିପଦ।
ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଜେପି ସହ ମେଣ୍ଟକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।
କୃଷ୍ଣ ସିଂହଙ୍କ ଅବଦାନକୁ ସ୍ମରଣ କରି ଖଡ଼ଗେ ଗଣତନ୍ତ୍ର, ସାମାଜିକ ସମାନତା ଓ ସମ୍ବିଧାନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି।
ତାଙ୍କର ଏହି ଦାବି ଦେଶର ନିର୍ବାଚନୀ ସ୍ୱଚ୍ଛତାକୁ ନେଇ ରାଜନୈତିକ ବିତର୍କକୁ ଆହୁରି ତୀବ୍ର କରିଛି।
ତେବେ ଖଡ଼ଗେଙ୍କ ସଭାରେ ଏକ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି।
ଖଡ଼ଗେ ଭାଷଣ ଦେଉଥିବାବେଳେ ମୋଦୀଙ୍କ ଉପରେ ତୀବ୍ର ବର୍ଷିଥିଲେ।
ସଭାରେ ଉପସ୍ଥିତ ଜଣେ ମୋଦୀ ସମର୍ଥକ ଚିତ୍କାର କରି କହିଥିଲେ ମୋଦୀ କୁଆଡ଼େ ଯିବେ ନାହିଁ।
ଖଡ଼ଗେ ଉତ୍କ୍ଷୀପ୍ତ ହୋଇ ତାଙ୍କୁ ଭର୍ତ୍ସନା କରିବା ସହିତ 'ମୋଦୀଙ୍କ ବାପା ମଧ୍ୟ ଯିବେ' ବୋଲି କହିଥିଲେ।
ମୋଦୀ ମିଛ କହୁଥିବା ଖଡ଼ଗେ ଅଭିଯୋଗ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।