Man Attacks Wife With Shaving Blade: ପରକୀୟା ସନ୍ଦେହରେ ଭୟଙ୍କର କାଣ୍ଡ, ସ୍ତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ କଲେ ସ୍ୱାମୀ

Sep 15, 2026 - 18:28
Man Attacks Wife With Shaving Blade: ପରକୀୟା ସନ୍ଦେହରେ ଭୟଙ୍କର କାଣ୍ଡ, ସ୍ତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ କଲେ ସ୍ୱାମୀ

ଦିଲ୍ଲୀର ସୁନ୍ଦର ନଗରୀ ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ପରକୀୟା ସମ୍ପର୍କକୁ ନେଇ ସ୍ୱାମୀଙ୍କୁ ପ୍ରଶ୍ନ କରିବାରୁ ସ୍ତ୍ରୀଙ୍କୁ ସେଭିଂ ବ୍ଲେଡ୍‌ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ୩୫ ବର୍ଷୀୟ ମାଜିଦ ହୁସେନଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ ଗିରଫ କରିଛି। 

ପୁଲିସ ଅନୁସାରେ, ସେପ୍ଟେମ୍ବର ୧୩ ରାତି ପ୍ରାୟ ୧୧ଟାରେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସ୍ୱାମୀଙ୍କ ପରକୀୟା ସମ୍ପର୍କକୁ ନେଇ ବାରମ୍ବାର ବିବାଦ ହେଉଥିବା ଅଭିଯୋଗ କରିଛନ୍ତି ମହିଳା। ଏପରିକି ପ୍ରାୟ ୧୫ ଦିନ ପୂର୍ବରୁ ସେ ତିନି ପିଲାଙ୍କୁ ନେଇ ବାପଘରକୁ ଚାଲିଯାଇଥିଲେ। 

ଦୁଇ ଦିନ ପୂର୍ବରୁ ସ୍ୱାମୀ ଓ ତାଙ୍କ ବାପା ବୁଝାଇ ଘରକୁ ଫେରାଇ ଆଣିଥିଲେ। ହେଲେ ଘରକୁ ଫେରିବା ପରେ ପୁଣି ଝଗଡ଼ା ହେବାରୁ ସ୍ୱାମୀ ବ୍ଲେଡ୍‌ରେ ତାଙ୍କ ମୁହଁ ଓ ଗଳାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ମହିଳାଙ୍କୁ ରାଜୀବ ଗାନ୍ଧୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୁଲିସ ଘଟଣାସ୍ଥଳରୁ ବ୍ଲେଡ୍ ଜବତ କରିଥିବା ବେଳେ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।