Man Dumps Brother-in-Law’s Body on Railway Tracks: ପରକୀୟା ପ୍ରୀତି ସନ୍ଦେହରୁ ହତ୍ୟା, ଶଳାକୁ ପଥରରେ ଛେଚି ମାରିଲା ଭିଣୋଇ
ପରକୀୟା ପ୍ରୀତିରୁ ଭୁବନେଶ୍ବରରେ ଆଉ ଏକ ହତ୍ୟାକାଣ୍ଡ।
ସହିଦନଗର ଥାନା VSS ନଗର ତାରିଣୀ ବସ୍ତିରେ ଶଳାକୁ ପଥରରେ ଛେଚି ହତ୍ୟା କରିଛି ଭିଣୋଇ।
ହତ୍ୟା ପରେ ଦୁର୍ଘଟଣାର ରୂପ ଦେବା ପାଇଁ ଟ୍ରେନ ଲାଇନରେ ମୃତଦେହ ଫୋପାଡି ଦେଇଥିଲା ଭିଣୋଇ।
ସୂଚନା ଅନୁସାରେ ନେପାଳର ସୁରେଶ ସିଂ ଗଞ୍ଜାମର ଜଣଙ୍କୁ ବିବାହ କରି VSS ନଗରରେ ରହୁଥିଲା।
କିଛି ଦିନ ହେବ ପରକୀୟା ପ୍ରୀତି ସନ୍ଦେହ କରି ସୁରେଶ ସିଂ ସ୍ତ୍ରୀକୁ ମାଡ ମାରୁଥିବା ଅଭିଯୋଗ ହୋଇଛି।
Advertisment ସ୍ତ୍ରୀ ବାପ ଘରକୁ ଚାଲି ଯାଇଥିବା ବେଳେ ତାଙ୍କ ଭାଇ ପଠାଣୀ ସାହୁ VSS ନଗରରେ ରହୁଥିଲେ।
ପଠାଣୀ ସାହୁ ଭିଣୋଇ ସୁରେଶ ସିଂକୁ ବୁଝାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ସୁରେଶ ସିଂ ପଠାଣୀଙ୍କ ଉପରେ ସନ୍ଦେହ କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୋଲିସ ଭିଣୋଇ ସୁରେଶ ସିଂକୁ ଗିରଫ କରି ତଦନ୍ତ ଜାରି ରଖିଛି।
ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ VSS ନଗର ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ଶଳାକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ ହତ୍ୟା ପରେ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା ମୃତଦେହ ଟ୍ରେନ ଲାଇନରେ ଫୋପାଡି ଥିଲା ଭିଣୋଇ ଭିଣୋଇ ସୁରେଶ ସିଂକୁ ଗିରଫ କରି ପୋଲିସର ତଦନ୍ତ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।