Man Missing Since Thursday Found Murdered: ଦଶପଲ୍ଲା ଜଙ୍ଗଲରେ ଜଘନ୍ୟ ହତ୍ୟା ସନ୍ଦେହ, ମୁଣ୍ଡ ଓ ଗଣ୍ଡି ଅଲଗା କରି ଫିଙ୍ଗିଦେଲେ
ନୟାଗଡ଼ ଜିଲ୍ଲା ଦଶପଲ୍ଲାର କୁଟିବାରି ଜଙ୍ଗଲରୁ ଉଦ୍ଧାର ହୋଇଛି ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଓ ଗଣ୍ଡି ।
ମୃତକ ହେଉଛନ୍ତି ଆଶ୍ୱିନ ବେରେଣା ।
ସେ ଗତ ଗୁରୁବାରଠାରୁ ନିଖୋଜ ଥିଲେ ।
ସୂଚନା ଅନୁସାରେ, ତୁମାଣ୍ଡି ଗାଁ ନିକଟ ଜଙ୍ଗଲରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ସେ ବଳଦ ବିକ୍ରି କରିଥିଲେ ।
Advertisment ବଳଦ ବିକ୍ରି ଟଙ୍କା ନେବାକୁ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ ।
ନାଳରେ ପୋତା ହୋଇଥିବା ଅବସ୍ଥାରେ ମୁଣ୍ଡ ଏବଂ ପ୍ରାୟ ୨୦୦ ମିଟର ଦୂରରୁ ଗଣ୍ଡି ଉଦ୍ଧାର ହୋଇଛି ।
ଜଙ୍ଗଲରେ ରହୁଥିବା ସଂପୃକ୍ତ ବ୍ୟକ୍ତିଙ୍କର ମଧ୍ୟ ପତ୍ତା ମିଳୁନାହିଁ ।
ହତ୍ୟା ସନ୍ଦେହରେ ଦଶପଲ୍ଲା ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।