Man Pushes Girlfriend into Gorge: ବ୍ରେକ୍‌ଅପ୍‌କୁ ନେଇ ବିବାଦ, ପ୍ରେମିକାଙ୍କୁ ଗଭୀର ଖାଇକୁ ଠେଲିଦେଲା ପ୍ରେମିକ

Oct 11, 2026 - 18:15
Man Pushes Girlfriend into Gorge: ବ୍ରେକ୍‌ଅପ୍‌କୁ ନେଇ ବିବାଦ, ପ୍ରେମିକାଙ୍କୁ ଗଭୀର ଖାଇକୁ ଠେଲିଦେଲା ପ୍ରେମିକ

ସହିପାରିଲାନି ପ୍ରେମିକାର ବିଚ୍ଛେଦ। ଯାହାକୁ ପ୍ରେମ କହି ବିବାହ କରିବାକୁ ସ୍ଥିର କରିଥିଲା, ଶେଷରେ ତାକୁ ହିଁ ଖାଇକୁ ଠେଲିଦେଲା। ପ୍ରେମିକର ଏଭଳି ଜଘନ୍ୟ କାଣ୍ଡ ସାମନାକୁ ଆସିବା ପରେ ସତ ସ୍ୱୀକାର କରିଛି ଅଭିଯୁକ୍ତ ପ୍ରେମିକ। ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଘଟିଛି ଏଭଳି ଅଘଟଣ ଘଟିଛି। ମୃତ ଯୁବତୀଙ୍କ ନାମ ତରନ୍ନୁମ୍ ବଶୀର ନାଏକ (୨୩) ଏବଂ ଅଭିଯୁକ୍ତ ଯୁବକଙ୍କ ନାମ ଶ୍ରୀପଦ ଦିଙ୍କର ୱାଡୁ (୨୫)। ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଯିବା ପରେ ସେ ଆଉ ସମ୍ପର୍କ ଜାରି ରଖିବାକୁ ଚାହୁଁନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିବା ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନା ଅନୁସାରେ, ଶ୍ରୀପଦ ଓ ତରନ୍ନୁମ୍‌ଙ୍କ ଘର ଗର୍ଗୋଟିର ଅବଧୂତ କଲୋନୀରେ ପରସ୍ପର ସାମ୍ନାସାମ୍ନି ଥିଲା। ଉଭୟ ପ୍ରେମ ସମ୍ପର୍କରେ ଥିଲେ। ତରନ୍ନୁମ୍ ମହାଗାଓଁର ଏକ କଲେଜରେ ଇଞ୍ଜିନିୟରିଂ ପଢ଼ୁଥିଲେ। ତାଙ୍କ ବିବାହ ଅନ୍ୟତ୍ର ସ୍ଥିର ହେବା ପରେ ସେ ଶ୍ରୀପଦଙ୍କ ସହ ସମ୍ପର୍କ ଆଗକୁ ବଢ଼ାଇବାକୁ ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ବିବାଦ ହେଉଥିଲା।

ଗତ ଶୁକ୍ରବାର ସକାଳ ପ୍ରାୟ ୧୧ଟାରେ ଶ୍ରୀପଦ ତରନ୍ନୁମ୍‌ଙ୍କୁ ଫୋନ୍ କରି ନାଇକୱାଡ଼ି ଅଞ୍ଚଳର ଏକ ଗଭୀର ଖାଇ ନିକଟକୁ ଡାକି ନେଇଥିଲେ। ସେଠାରେ କଥାବାର୍ତ୍ତା ସମୟରେ ତରନ୍ନୁମ୍ ତାଙ୍କ ବିବାହ ସ୍ଥିର ହୋଇଥିବାରୁ ଆଉ ସମ୍ପର୍କ ରଖିବା ସମ୍ଭବ ନୁହେଁ ବୋଲି କହିଥିଲେ। ଏଥିରେ ରାଗିଯାଇ ଶ୍ରୀପଦ ତାଙ୍କୁ ଖାଇ ଭିତରକୁ ଠେଲିଦେଇଥିବା ଅଭିଯୋଗ ହୋଇଛି। ଏଥିରେ ତରନ୍ନୁମ୍‌ଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି।

ଘଟଣା ପରେ ଶ୍ରୀପଦ ପ୍ରଥମେ ତରନ୍ନୁମ୍ ନିଖୋଜ ଥିବା କହିଥିଲେ। ପରେ ସେ ଭୁଦରଗଡ଼ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ପୁଲିସ ପଚରାଉଚରା ସମୟରେ ସେ ଯୁବତୀଙ୍କୁ ଖାଇକୁ ଠେଲିଦେଇଥିବା ସ୍ୱୀକାର କରିଥିବା ସୂଚନା ମିଳିଛି।

ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇ ତରନ୍ନୁମ୍‌ଙ୍କ ପରିବାର ଲୋକେ ଗର୍ଗୋଟି ଜିଲ୍ଲା ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ପରିବାର ସଦସ୍ୟଙ୍କ ଉପସ୍ଥିତି ଯୋଗୁଁ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ଭୁଦରଗଡ଼ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।