03 SEPTEMBER 2026

Welcome!

Unlock your personalized experience.
Sign Up

Mao leader azad: ମାଓନେତା ଆଜାଦ ମୁକୁଳିବା ପରେ... ଏବେ ସବ୍ୟସାଚୀଙ୍କ ଉପରେ ନଜର

Aug 23, 2026 - 04:12
Mao leader azad: ମାଓନେତା ଆଜାଦ ମୁକୁଳିବା ପରେ... ଏବେ ସବ୍ୟସାଚୀଙ୍କ ଉପରେ ନଜର

ବ୍ରହ୍ମପୁର: ପ୍ରମାଣ ଅଭାବରୁ ମାଓନେତା ଆଜାଦ ଜେଲ୍‌ରୁ ମୁକୁଳି ସାରିଛି। ଏବେ ସମସ୍ତଙ୍କ ନଜର ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଉପରେ। ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ, ଇଟାଲୀୟ ପର୍ଯ୍ୟଟକ ଅପହରଣ ଓ ନୟାଗଡ଼ ଅସ୍ତ୍ରାଗାର ଲୁଟ୍‌ ଭଳି ୧୩୨ଟି ସଙ୍ଗିନ ମାମଲା ସବ୍ୟସାଚୀଙ୍କ ନାଁରେ ଥିବାବେଳେ ଯେଉଁଥିରୁ ୧୧୯ରୁ ଅଧିକ ମାମଲାର ବିଚାରଣା ଶେଷ ହେଲାଣି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅନ୍ୟ ମାମଲାର ତ୍ବରିତ ଶୁଣାଣି ହେଉଥିବାରୁ ସବ୍ୟସାଚୀଙ୍କ ମୁକୁଳିବା ନେଇ ଚର୍ଚ୍ଚା ଜୋର ଧରିଛି। ଲାଲ କରିଡରରେ ରାଜୁତି କରୁଥିଲେ ସବ୍ୟସାଚୀ। ଜଙ୍ଗଲରୁ ଜନପଦ ତାଙ୍କ ନାଁ ଶୁଣିଲେ କୋକୁଆ ଭୟ ସୃଷ୍ଟି ହେଉଥିଲା। ୨୦୧୪ ଜୁଲାଇ ୧୮ରେ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଏକ ଭଡ଼ା ଘରୁ ସବ୍ୟସାଚୀଙ୍କୁ ପୁଲିସ ଗିରଫ କରିଥିଲା। 

Education: ‘ଏନ୍‌ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତ୍ବରିତ ଶୁଣାଣି
ଅଗଷ୍ଟ ୨୫ରେ ପ୍ରଦୀପ ହତ୍ୟା ମାମଲାର ରାୟ
୧୩୨ ସଙ୍ଗିନ ମାମଲାରୁ ୧୧୯ଟିର ବିଚାର ଶେଷ

ଗିରଫ ସମୟରେ ତାଙ୍କ ନିକଟରୁ ଅସ୍ତ୍ର, ସୁନା ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ପୁଲିସ କହିଥିଲା। ଏହାର ପ୍ରାୟ ୫ ବର୍ଷ ପରେ, ୨୦୧୯ ମେ’ ୧୮ରେ ରାଜଦ୍ରୋହ ଅଭିଯୋଗରେ ବ୍ରହ୍ମପୁର ଏଡିଜେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ସେ ଏବେ ବ୍ରହ୍ମପୁର ସର୍କଲ୍‌ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି। ଯଦିଓ ଏହି ମାମଲାରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି; ତାହା ଏବେ ବି ବିଚାରାଧୀନ ରହିଛି। ଅନ୍ୟପଟେ ଶହେରୁ ଅଧିକ ମାମଲାରୁ ସେ ପର୍ଯ୍ୟାୟକ୍ରମେ ଖଲାସ ହେଲେଣି। ୨୦୧୯ରେ ଗଜପତିର ୯ଟି ମାଓ ହିଂସା ମାମଲାରେ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ତାଙ୍କୁ ଖଲାସ କରାଯାଇଥିଲା। ୨୦୨୩ରେ ନୟାଗଡ଼ ଆକ୍ରମଣ ମାମଲାରୁ ମୁକୁଳିଥିଲେ ସବ୍ୟସାଚୀ। ତେବେ ୨୦୨୫ରେ ବହୁ ସମୟ ଧରି ମାମଲାର ବିଚାର ଶେଷ ନହେବା ଏବଂ ଦ୍ରୁତ ବିଚାର ପାଇବା ଅଧିକାରକୁ ଦୃଷ୍ଟିରେ ରଖି ହାଇକୋର୍ଟ ୨୦୦୮ର ଏକ ମାମଲାରେ ତାଙ୍କୁ ଜାମିନ ଦେଇଥିଲେ। ଏଥିସହ ତ୍ବରିତ ଶୁଣାଣି ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ

ଓଡ଼ିଶା ମାଓ ସଂଗଠନର ଏହି ପ୍ରଭାବଶାଳୀ ଚେହେରାଙ୍କ ବିରୋଧରେ ଆଉ ମାତ୍ର ୧୩ଟି ମାମଲା ବିଚାରାଧୀନ ରହିଛି। ୨୦୧୩ରେ ମୋହନା ଅଞ୍ଚଳର ପ୍ରଦୀପ ମାଝୀଙ୍କ ଗୁଳିମାଡ଼ରେ ମୃତ୍ୟୁ ମାମଲାର ରାୟ ଆସନ୍ତା ୨୫ ତାରିଖରେ ରାୟ ପ୍ରକାଶ ପାଇବ। ପାରଳାଖେମୁଣ୍ଡି କୋର୍ଟରେ ଏହି ମାମଲାକୁ ଛାଡ଼ି ଆଉ ୫ଟି ମାମଲା ସବ୍ୟସାଚୀଙ୍କ ନାଁରେ ରହିଛି। ଅନ୍ୟ ସମସ୍ତ ମାମଲା ଫୁଲବାଣୀ କୋର୍ଟରେ ବିଚାରାଧୀନ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।