Marco Rubio: ଆମେରିକାରେ ପ୍ରତିଦିନ ଏହିପରି ପ୍ରତିବାଦ ଘଟିଥାଏ: ସିଜେପି ପ୍ରଦର୍ଶନକୁ ମାର୍କୋ ରୁବିଓଙ୍କ ଭର୍ତ୍ସନା

Oct 21, 2026 - 13:52
Marco Rubio: ଆମେରିକାରେ ପ୍ରତିଦିନ ଏହିପରି ପ୍ରତିବାଦ ଘଟିଥାଏ: ସିଜେପି ପ୍ରଦର୍ଶନକୁ ମାର୍କୋ ରୁବିଓଙ୍କ ଭର୍ତ୍ସନା

"ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି(ସିଜେପି) ପ୍ରତିବାଦ ଉପରେ ଭାରତ ସରକାରଙ୍କ ସମାଲୋଚନାକୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଆମେରିକା ପ୍ରତିଦିନ ଏପରି ପ୍ରଦର୍ଶନର ସମ୍ମୁଖୀନ ହୋଇଥାଏ।

ଏହି ବିବୃତି ଗୁରୁତ୍ୱପୂର୍ଣ୍ଣ କାରଣ କିଛି ଆମେରିକୀୟ ସାଂସଦ ଏବଂ ଜାତିସଂଘ ସହିତ ଜଡିତ ବ୍ୟକ୍ତି ତଥା ସଂଗଠନ ଏହି ପ୍ରସଙ୍ଗରେ ଭାରତକୁ କୋଣଠେସା କରିବାକୁ ଚେଷ୍ଟା କରୁଛନ୍ତି।

ତେବେ ରୁବିଓଙ୍କ ସିଜେପି ପ୍ରଦର୍ଶନକୁ ଭର୍ତ୍ସନା କରି ଜାତିସଂଘ ବିଶେଷଜ୍ଞଙ୍କୁ ଆଇନା ଦେଖାଇଥିବା କୁହାଯାଉଛି।Advertisment ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଭାରତରେ ହେଉଥିବା ପ୍ରତିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ଘେରିବାର ପ୍ରୟାସକୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ନିନ୍ଦା କରିଛନ୍ତି।

ଏହି ପଦକ୍ଷେପ ଉପରେ ଜାତିସଂଘ ବିଶେଷଜ୍ଞଙ୍କ ସମାଲୋଚନା ବିଷୟରେ ପଚରାଯିବାରୁ ସେ କହିଛନ୍ତି, ନା, ଏହା ଏକ ଘରୋଇ ରାଜନୈତିକ ପ୍ରସଙ୍ଗ।

ଆମେ ଏଥିରେ ସାମିଲ ହେବୁ ନାହିଁ।

ଭାରତରେ ଗଣତନ୍ତ୍ର ଅଛି, ନିର୍ବାଚନ ହେଉଛି।

ଆମେ ମଧ୍ୟ ପ୍ରତିଦିନ ଆମେରିକାରେ ପ୍ରତିବାଦ କରିଥାଉ।

ଦେଶକୁ ଟାର୍ଗେଟ କରିବା ଉଚିତ୍ ନୁହେଁ ଭାରତରେ ପ୍ରତିବାଦ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଏବଂ ମାନବାଧିକାର ସମ୍ପର୍କରେ କିଛି ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧି ଚିନ୍ତା ପ୍ରକାଶ କରିଛନ୍ତି।

ଭାରତ ଗସ୍ତ ସମୟରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ଛଅ ଜଣ ଆମେରିକୀୟ ସାଂସଦ ମାର୍କୋ ରୁବିଓଙ୍କୁ ଅନୁରୋଧ କରିଥିଲେ।ପୂର୍ବରୁ ଜାତିସଂଘରେ ଭାରତ ଏହାର କଡ଼ା ଜବାବ ଦେଇ କହିଥିଲା ଯେ, ମାନବାଧିକାର ପ୍ରସଙ୍ଗଗୁଡ଼ିକ ରାଜନୈତିକ ଚାପ ପ୍ରୟୋଗ କରିବା କିମ୍ବା କିଛି ମନୋନୀତ ଦେଶକୁ ଟାର୍ଗେଟ କରିବା ଉଚିତ୍ ନୁହେଁ।

ଭାରତରେ ସିଜେପି ପ୍ରତିବାଦ ସମୟରେ କିଛି ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ପୁଲିସ କାର୍ଯ୍ୟାନୁଷ୍ଠାନ ଏବଂ ମାନବାଧିକାର ଉପରେ ପ୍ରଶ୍ନ ଉଠାଇଥିଲେ।

ବିଶେଷଜ୍ଞମାନେ ପ୍ରତିବାଦକାରୀଙ୍କ ବିରୋଧରେ ବଳ ପ୍ରୟୋଗ, ଅଟକ ଏବଂ ପ୍ରଦର୍ଶନ ଉପରେ ଲାଗୁ ହୋଇଥିବା କଟକଣା ବିଷୟରେ ଚିନ୍ତା ପ୍ରକାଶ କରିଥିଲେ।

Bus Accident: ଉଧମପୁରରେ ଗଭୀର ଖାଇକୁ ଖସିଲା ବସ୍: ୨ ମୃତ, ୧୬ ଆହତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।