Masked Gunmen Fire Multiple Shots: ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି ହତ୍ୟା, ଡ୍ୟାସକ୍ୟାମରେ କଏଦ ହେଲା ପୂରା ଘଟଣା
ପଞ୍ଜାବର ଲୁଧିଆନାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ମାନ୍ନେୱାଲ ଗାଁର ପୂର୍ବତନ ସରପଞ୍ଚ ନବଜିତ ସିଂହ ନୀତୁଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଶନିବାର ସନ୍ଧ୍ୟାରେ ଲାଧୋୱାଲ ବାଇପାସ ନିକଟରେ ଏହି ଘଟଣା ଘଟିଛି।
୫୭ ବର୍ଷୀୟ ନବଜିତ ନିଜ ଟୟୋଟା ଇନୋଭା ଗାଡ଼ିରେ ଏକୁଟିଆ ଘରକୁ ଫେରୁଥିବା ବେଳେ ବାଇକ୍ରେ ଆସିଥିବା ମୁଖାପିନ୍ଧା ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ନବଜିତଙ୍କ ଦେହରେ ପ୍ରାୟ ୧୦ଟି ଗୁଳି ବାଜିଥିବା ସୂଚନା ମିଳିଛି। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ତାଙ୍କ ଗାଡ଼ିର ଡ୍ୟାସକ୍ୟାମ ଜବତ କରିଛି। ଏଥିରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଥିବା କୁହାଯାଉଛି। ପୋଲିସର ପ୍ରାଥମିକ ତଦନ୍ତରେ ଜମି ବିବାଦ ହତ୍ୟାକାଣ୍ଡର ସମ୍ଭାବ୍ୟ କାରଣ ବୋଲି ସନ୍ଦେହ କରାଯାଉଛି। ପରିବାର ସଦସ୍ୟଙ୍କ ବୟାନ ରେକର୍ଡ ପରେ ଏତଲା ରୁଜୁ କରାଯିବ ବୋଲି ପୋଲିସ କହିଛି। ଘଟଣାର ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।