Massive Rocks Blasted In Gidipabali: ମାଟି ତଳେ ୭ ଘର, କିଏ ଅଛନ୍ତି ଜୀବିତ? ଖୋଜୁଛି ଉଦ୍ଧାରକାରୀ ଟିମ୍
୪ ଦିନର ଅପରେସନ୍ ପରେ ହେଲା ବ୍ଲାଷ୍ଟିଂ।
ମଣିଷ ଖୋଜିବାକୁ ଫଟାଗଲା ପଥର।
ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବଲି ଗାଁରେ ଗଲା ୪ ଦିନ ଧରି ରେସ୍କ୍ୟୁ ଅପରେସନ୍ ଭିତରେ ଆଜି ବଡ଼ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।
ମାଟି ତଳେ ଜୀବନ ଥିବା ନେଇ ସନ୍ଦେହ।
ପରେ ରେଲୱେର ସ୍ବତନ୍ତ୍ର ବ୍ଲାଷ୍ଟିଂ ଏକ୍ସପର୍ଟଙ୍କ ଦ୍ବାରା ପଥର ଫଟା ଯାଇଛି।
ଡଗ୍ ସ୍କ୍ବାଡ୍ ପହଞ୍ଚିଛି, ସନ୍ଧାନୀ କୁକୁର ଜରିଆରେ ଆଖପାଖରେ ଖୋଜାଖୋଜି ହେଉଛି।
ହେଲେ ଗଲା ୪ ଦିନ ଧରି ଓଡ଼ିଶାର ଏମିତି ଅଞ୍ଚଳ ଯେଉଁଠି ଭୂସ୍ଖଳନ ପରେ ବି ରେସ୍କ୍ୟୁ ଅପରେସନ୍ ସରିପାରୁନି।
ମାଟି ତଳେ ଥିବା ୭ ଘରେ କିଏ କିଏ ରହିଲେ ଜଣାପଡ଼ୁନି।
Advertisment ଅପହଞ୍ଚ ଅଞ୍ଚଳ।
ଗଞ୍ଜାମ ପଟୁ ଏଇ ଗାଁକୁ ଯିବା ବନ୍ଦ।
କନ୍ଧମାଳ ପଟୁ ଗଲେ ୨ରୁ ୩ କିଲୋମିଟର ପାଦରେ ଚାଲିକି ଯିବାକୁ ପଡ଼ିବ।
ତା ପୁଣି ବିପଦସଙ୍କୁଳ ଅବସ୍ଥାରେ।
ଦୁଇ ପଟୁ ଧସିଛି, ନାଳ ଏପଟୁ ବି ସେପଟୁ ବି।
ଦୁଇ ପଟ ପାହାଡ଼ ଧସିବାରୁ ନାଳ ଗତିପଥ ବଦଳାଇଛି, ତେଣୁ କେଉଁ ଘର କେଉଁଠି ଅଛି ତାହା ଜଣାପଡ଼ୁନି।
ଗୋଟିଏ ପଥରର ଉଚ୍ଚତା ୧୦ ଫୁଟରୁ ଅଧିକ।
ଉପରେ ସିନା ମାଟି, ତଳେ ଜମା ହୋଇଛି ବଡ଼ ବଡ଼ ପଥର।
ଏସବୁ ଗୋଟିଏ ଘରଠୁ ବି ବଡ଼ ଆକାରରେ।
ବଡ଼ ଯନ୍ତ୍ରାଂଶ ପହଞ୍ଚି ପାରୁନି।
ଏଠି ରେସ୍କ୍ୟୁ ଅପରେସନ୍ କେବଳ ହ୍ୟାଣ୍ଡ ଟୁଲ୍ସ ଭରସାରେ।
ହାତୁଡ଼ି, କୋଡ଼ି, ଛୋଟ କଟର ଓ ଡ୍ରିଲର୍।
ତେଣୁ ଏତେ ସମୟ ଲାଗୁଛି।
ଏହି ଅଂଚଳରେ ଆଗରୁ ଥିଲା ହସ ଖୁସିର ପରିବାର, ଆଖିରେ ମେଞ୍ଚାଏ ସ୍ବପ୍ନ।
ହେଲେ ଏବେ ଧ୍ବଂସ ସ୍ତୁପ ପାଲଟିଛି ପୁରା ଗାଁ।
ଆଉ ନା ଗାଁ ଅଛି ନା ପରିଚୟ।
ଆଉ ଏଠି ଜୀବନ ବଞ୍ଚାଇ ଆସିଥିବା ଲୋକେ ବି ଆଉ ଏଠି ଫେରିବେନି ବୋଲି କହିଛନ୍ତି।
Advertisment ବନ୍ୟାର ବିତ୍ପାତରେ ଗିଡ଼ିପାବଲିର ରେସ୍କ୍ୟୁ ଏକ ବଡ଼ ଚ୍ୟାଲେଞ୍ଜ ସରକାରଙ୍କ ପାଇଁ।
ତେଣୁ ଘଟଣା ପରଠୁ ଓଡ୍ରାଫ୍, ଅଗ୍ନିଶମ, ଏନଡିଆରଏଫ୍, ରେଲୱେର ବ୍ଲାଷ୍ଟିଂ ଏକ୍ସପର୍ଟ ମାନେ ଦିନ ରାତି ଏକ କରି ଉଦ୍ଧାର କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।