Mayabati: ଶୂନ ବିଧାୟକ, ୧ ସାଂସଦ: ତଥାପି ବର୍ଷକୁ କୋଟି କୋଟି ଟଙ୍କା ଆୟ କରୁଛି ମାୟାବତୀଙ୍କ ବିଏସପି!
"ନୂଆଦିଲ୍ଲୀ: ସଂସଦ ଓ ବିଧାନସଭାରେ ନେତାଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିଲେ ବି ବହୁଜନ ସମାଜ ପାର୍ଟି (BSP)ର ଆର୍ଥିକ ସ୍ଥିତି ଆଜି ବି ବେଶ୍ ମଜବୁତ ରହିଛି।
ଉତ୍ତର ପ୍ରଦେଶ ବିଧାନସଭାରେ ପାର୍ଟିର ଏକମାତ୍ର ବିଧାୟକଙ୍କ ପରଲୋକ ପରେ ଦଳର ଖାତା ସମ୍ପୂର୍ଣ୍ଣ ଖାଲି ହୋଇଯାଇଛି।
ସେହିପରି ରାଜ୍ୟସଭାରେ ମଧ୍ୟ ଦଳର କୌଣସି ପ୍ରତିନିଧି ନାହାନ୍ତି।
୧୯୮୯ ମସିହା ପରଠାରୁ ଏହା ପ୍ରଥମ ଘଟଣା, ଯେତେବେଳେ ଉଭୟ ଗୃହରେ ବିଏସପିର ଉପସ୍ଥିତି ପ୍ରାୟ ଶୂନ୍ୟ।
ଏଭଳି ରାଜନୈତିକ ସଙ୍କଟ ସତ୍ତ୍ୱେ କୌଣସି ବିଧାୟକ କିମ୍ବା ବଡ଼ ସାଂସଦ ବଳ ନଥାଇ ମାୟାବତୀଙ୍କ ଦଳ କିପରି ନିଜର ବିଶାଳ ପାଣ୍ଠି ପରିଚାଳନା କରୁଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।Advertisment ୧ ବର୍ଷରେ ୫୮.୫୮ କୋଟିର ଆୟନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ ବିଏସପି ପ୍ରାୟ ୫୮.୫୮ କୋଟି ଟଙ୍କା ଆୟ କରିଛି, ଯାହା ଅନେକ ଆଞ୍ଚଳିକ ଦଳଙ୍କ ତୁଳନାରେ ଯଥେଷ୍ଟ ଅଧିକ।
ବିଏସପିର ଆୟର ସବୁଠାରୁ ବଡ଼ ଉତ୍ସ ହେଉଛି ବ୍ୟାଙ୍କରେ ଗଚ୍ଛିତ ଥିବା ନଗଦ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ (FD)ରୁ ମିଳୁଥିବା ସୁଧ।କୋଟି କୋଟି ଟଙ୍କାର ଆୟ ମଧ୍ୟରୁ କେବଳ ବ୍ୟାଙ୍କ ସୁଧ ବାବଦକୁ ଦଳକୁ ୪୬.୨୮ କୋଟି ଟଙ୍କା ମିଳିଛି।
ଦଳୀୟ ସଭ୍ୟମାନଙ୍କ ଚାନ୍ଦାରୁ ୧୨.୩୦ କୋଟି ଟଙ୍କା ସଂଗୃହୀତ ହୋଇଛି।
ସେହିପରି ପୁରୁଣା ସମ୍ପତ୍ତି ବିକ୍ରିରୁ ପ୍ରାୟ ୧.୪୧ କୋଟି ଟଙ୍କା ଆସିଛି।
ଆହୁରି ପଢନ୍ତୁ: BSNL's ₹1,499 plan: ବିଏସ୍ଏନ୍ଏଲର ୧୪୯୯ ଟଙ୍କିଆ ପ୍ଲାନରେ ପାଆନ୍ତୁ ଏସବୁ ଲାଭ ୨୦ ହଜାରରୁ ଅଧିକ ଚାନ୍ଦା ପରିମାଣ "ଶୂନ୍ୟ"ଗୋଟିଏ ପଟେ ଦେଶର ବଡ଼ ବଡ଼ ଜାତୀୟ ଦଳଗୁଡ଼ିକ କର୍ପୋରେଟ୍ ସଂସ୍ଥା ଓ ନିର୍ବାଚନୀ ବଣ୍ଡ ଜରିଆରେ କୋଟି କୋଟି ଟଙ୍କାର ବଡ଼ ବଡ଼ ଚାନ୍ଦା ଗ୍ରହଣ କରୁଥିବା ବେଳେ, ବିଏସପି ଦାବି କରିଛି ଯେ ସେମାନଙ୍କୁ ୨୦,୦୦୦ ଟଙ୍କାରୁ ଅଧିକ ପରିମାଣର ଗୋଟିଏ ହେଲେ ବି ବଡ଼ ଚାନ୍ଦା ମିଳିନାହିଁ।
ମାୟାବତୀଙ୍କ ନୀତି ଅନୁଯାୟୀ, ଦଳ କୌଣସି ବଡ଼ କର୍ପୋରେଟ୍ ସଂସ୍ଥା ଉପରେ ନିର୍ଭର ନକରି ନିଜର କର୍ମୀ ଓ ସମର୍ଥକଙ୍କଠାରୁ ଛୋଟ ଛୋଟ ଅନୁଦାନ (୫ ରୁ ୧୦ ଟଙ୍କା) ଏବଂ ସଭ୍ୟ ପଦ ଫି' ସଂଗ୍ରହ କରି ଦଳ ପରିଚାଳନା କରେ।
ଆହୁରି ପଢନ୍ତୁ: Divorce: ଭାରତର ଏହି ରାଜ୍ୟରେ ହୁଏ ସବୁଠାରୁ କମ୍ ବିବାହ ବିଚ୍ଛେଦ: ତଥ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ ୭୩୯ କୋଟିରୁ ୬୬୬ କୋଟିକୁ ଖସିଲା ଫଣ୍ଡମାର୍ଚ୍ଚ ୨୦୨୪ ସୁଦ୍ଧା ବିଏସପିର ମୋଟ କର୍ପସ୍ ଫଣ୍ଡ (Corpus Fund) ୭୩୯ କୋଟି ଟଙ୍କା ଥିବା ବେଳେ ମାର୍ଚ୍ଚ ୨୦୨୫ ସୁଦ୍ଧା ଏହା କମି ୬୬୬ କୋଟି ଟଙ୍କାରେ ପହଞ୍ଚିଛି।
ଦଳ ନିକଟରେ ପ୍ରାୟ ୬୧.୫୨ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।
ଏଥିମଧ୍ୟରେ ଦଳୀୟ କାର୍ଯ୍ୟାଳୟ/କୋଠା (୨୩.୪୦ କୋଟି), ଆବାସିକ ଫ୍ଲାଟ୍ (୯.୯୯ କୋଟି), ଜମି (୧.୭୬ କୋଟି), ଆସବାବପତ୍ର (୫.୬୫ କୋଟି) ଏବଂ ଗାଡ଼ି (୧୩.୩୦ କୋଟି) ଅନ୍ତର୍ଭୁକ୍ତ।
ଆୟ ୫୮.୫୮ କୋଟି ଟଙ୍କା ହୋଇଥିବା ବେଳେ ବିଭିନ୍ନ ନିର୍ବାଚନୀ ପ୍ରଚାର, ଦଳୀୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ମୋଟ ୧୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ଆୟଠାରୁ ଅଧିକ ହୋଇଥିବାରୁ ମୋଟ ପାଣ୍ଠି କିଛି ମାତ୍ରାରେ ହ୍ରାସ ପାଇଛି।
ରାଜନୈତିକ ପତିଆରା କ୍ରମଶଃ ଖସୁଥିଲେ ମଧ୍ୟ ନିଜର ପୁରୁଣା ଆର୍ଥିକ ରଣନୀତି, ବ୍ୟାଙ୍କ ବାଲାନ୍ସ ଓ ସମର୍ପିତ ସମର୍ଥକଙ୍କ ବଳରେ ବିଏସପି ଆଜି ବି ଦେଶର ଅନ୍ୟତମ ଧନୀ ରାଜନୈତିକ ଦଳ ଭାବେ ଛିଡ଼ା ହୋଇପାରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।