Mayurbhanj: ମୟୂରଭଞ୍ଜରେ ବାଲିର କଳାସାମ୍ରାଜ୍ୟ: ଗଚ୍ଛିତ ବାଲିର ମୂଲ୍ୟ ୨୦ କୋଟିରୁ ଅଧିକ

Sep 27, 2026 - 05:49
Mayurbhanj: ମୟୂରଭଞ୍ଜରେ ବାଲିର କଳାସାମ୍ରାଜ୍ୟ: ଗଚ୍ଛିତ ବାଲିର ମୂଲ୍ୟ ୨୦ କୋଟିରୁ ଅଧିକ

"ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ବିପୁଳ ପରିମାଣର ବାଲି ଗଚ୍ଛିତ ହୋଇ ରହିଛି।

ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି।

ମୋରଡ଼ା, ରାସଗୋବିନ୍ଦପୁର, ସାରସକଣା, ବାଙ୍ଗିରିପୋଷି, ଉଦଳା, ବଡ଼ସାହି ଓ ବେତନଟୀ ତହସିଲ ଅଞ୍ଚଳରେ ଏଭଳି ବାଲିଗଦା ଦେଖିବାକୁ ମିଳିଛି।

ବାଲି ଉତ୍ତୋଳନ ଓ ପରିବହନ ସମ୍ପର୍କରେ ସ୍ପଷ୍ଟ ନିୟମ ରହିଥିବା ସତ୍ତ୍ବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏତେ ପରିମାଣର ବାଲି କିପରି ଗଚ୍ଛିତ ହେଲା, ତାହା ପ୍ରଶାସନର ନିରୀକ୍ଷଣ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି।ଖଣି ଓ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ଆଇନ, ୧୯୫୭ର ଧାରା ୪ ଅନୁଯାୟୀ ବୈଧ ଅନୁମତି ବିନା ଖଣିଜ ଉତ୍ତୋଳନ ଦଣ୍ଡନୀୟ।Advertisment Narendra Moid: ପ୍ରଧାନମନ୍ତ୍ରୀଙ୍କ "ଭଜନ କ୍ଲବିଂ"କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ ଏହି ଆଇନର ଧାରା ୨୧ରେ ଏଭଳି ଉଲ୍ଲଂଘନ ପାଇଁ ୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ପ୍ରତି ହେକ୍ଟର ପିଛା ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।

କେବଳ ଅବୈଧ ଖନନ ନୁହେଁ, ଖଣିଜର ଅବୈଧ ମହଜୁଦ, ବାଣିଜ୍ୟ ଓ ପରିବହନ ରୋକିବା ପାଇଁ "ଓଡ଼ିଶା ଖଣିଜ ଅବୈଧ ଖନନ ପ୍ରତିରୋଧ ଓ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ ନିୟମ-୨୦୨୫"ରେ ଖଣିଜର ମାଲିକାନା, ସଂରକ୍ଷଣ, ପରିବହନ ଓ ବ୍ୟବସାୟ ଉପରେ ବିଭିନ୍ନ ନିୟମ କରାଯାଇଛି।

ଏଭଳି ସ୍ଥିତିରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଚ୍ଛିତ ହୋଇଥିବା ବାଲିର ବୈଧତା ଯାଞ୍ଚ କରିବା ଜରୁରି ହୋଇପଡ଼ିଛି।

କେଉଁ ଘାଟରୁ ବାଲି ଉଠାଯାଇଛି, ସଂପୃକ୍ତ ଘାଟ ପାଇଁ ଲିଜ୍‌ ରହିଛି କି ନାହିଁ, , ସରକାରଙ୍କୁ ରୟାଲ୍‌ଟି ପ୍ରଦାନ କରାଯାଇଛି କି ନାହିଁ ଏବଂ ପରିବହନ ସମୟରେ ଆବଶ୍ୟକ ଇ-ଟ୍ରାନ୍‌ଜିଟ୍‌ ପାସ୍‌ ବ୍ୟବହାର ହୋଇଛି କି ନାହିଁ, ତାହାର ଯାଞ୍ଚ ଆବଶ୍ୟକ।

ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ବାଲି ଗଚ୍ଛିତ ରଖି ଚଢ଼ା ଦରରେ ବିକ୍ରି କରାଯାଉଥିବାରୁ ଏଥିରୁ ବାଲି ବ୍ୟବସାୟୀ ଓ ମାଫିଆମାନେ ବିପୁଳ ମୁନାଫା କରୁଥିବା ଅଭିଯୋଗ ହେଉଛି।

ଏତେ ପରିମାଣର ବାଲି ଦିନ ଦିନ ଧରି ଗଚ୍ଛିତ ହୋଇ ରହିଥିଲେ ମଧ୍ୟ ଖଣି ବିଭାଗ ଓ ପୁଲିସ ଏ ସମ୍ପର୍କରେ କିପରି ଜାଣିପାରୁନାହାନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି।

Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ ଉଲ୍ଲେଖଯୋଗ୍ୟ, ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ପୂର୍ବରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

୩ ବର୍ଷ ତଳେ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବଡ଼ସାହି ତହସିଲଦାରଙ୍କୁ ରାଜ୍ୟ ସରକାର ନିଲମ୍ବନ ମଧ୍ୟ କରିଥିଲେ।

ଏହା ସତ୍ତ୍ବେ ଜିଲ୍ଲାରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ରୋକିବାରେ ପ୍ରଶାସନ ଓ ପୁଲିସ କେତେଦୂର ସଫଳ ହୋଇଛନ୍ତି, ଏହି ବାଲିପାହାଡ଼ଗୁଡ଼ିକ ତାହା ଉପରେ ଅନେକ ପ୍ରଶ୍ନ ଉଠାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।