12 OCTOBER 2026

Welcome!

Unlock your personalized experience.
Sign Up

Mayurbhanj: ମୟୂରଭଞ୍ଜର ୨୦୧ ଗାଁକୁ ରାସ୍ତା ନାହିଁ: ଦୁର୍ଗମ ଅଞ୍ଚଳବାସୀଙ୍କ ସାହାରା ‘ବାଇକ୍‌ ଆମ୍ବୁଲାନ୍ସ’

Oct 12, 2026 - 08:33
Mayurbhanj: ମୟୂରଭଞ୍ଜର ୨୦୧ ଗାଁକୁ ରାସ୍ତା ନାହିଁ: ଦୁର୍ଗମ ଅଞ୍ଚଳବାସୀଙ୍କ ସାହାରା ‘ବାଇକ୍‌ ଆମ୍ବୁଲାନ୍ସ’

ବାରିପଦା (ବଟକୃଷ୍ଣ ବିହାରୀ): ଗାଁକୁ ରାସ୍ତା ନାହିଁ, ପହଞ୍ଚିପାରୁନି ଆମ୍ବୁଲାନ୍ସ। ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଭରସା ସାଜିଛି ବାଇକ୍‌ ଆମ୍ବୁଲାନ୍ସ। ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ୨୦୧ଟି ଗାଁକୁ ଏବେ ବି ରାସ୍ତା ନଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏହି ସେବା ସଞ୍ଜୀବନୀ ପାଲଟିଛି। ୨୦୨୧ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୬ ହଜାରରୁ ଅଧିକ ରୋଗୀ ଏହି ସେବା ଦ୍ୱାରା ଉପକୃତ ହୋଇଥିବା ବେଳେ ଏବେ ବି ଅନେକ ଗାଁକୁ ସାଧାରଣ ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟକର ହେଉଛି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗୀକରଣ ସହ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ ଜରୁରି ହୋଇପଡ଼ିଛି। ସରକାରୀ ତଥ୍ୟ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ୨୦୧ଟି ଗାଁକୁ ଏଯାଏଁ ରାସ୍ତା ନିର୍ମାଣ ହୋଇପାରିନାହିଁ। ଫଳରେ ରୋଗୀଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବାରେ ବାଇକ୍‌ ଆମ୍ବୁଲାନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ପରିଚାଳିତ ଏହି ସେବା ମାଧ୍ୟମରେ ୨୦୨୧ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୬ ହଜାରରୁ ଅଧିକ ରୋଗୀ ଜରୁରିକାଳୀନ ସ୍ୱାସ୍ଥ୍ୟସେବା ପାଇଛନ୍ତି। ବରିଷ୍ଠ ନାଗରିକ, ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସହ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେଉଛନ୍ତି। ଆଶାକର୍ମୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କଠାରୁ ଫୋନ୍‌ କଲ୍‌ ପାଇବା ପରେ ବାଇକ୍‌ ଆମ୍ବୁଲାନ୍ସ ରୋଗୀଙ୍କ ଘରେ ପହଞ୍ଚିଥାଏ।

Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ

୫ ବର୍ଷରେ ଉପକୃତ ହେଲେଣି ୬ ହଜାରରୁ ଅଧିକ ରୋଗୀ

ରୋଗୀଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା ପରେ ପୁଣି ଘରେ ଛାଡ଼ିଥାଏ। ପ୍ରତ୍ୟେକ ବାଇକ୍‌ ଆମ୍ବୁଲାନ୍‌ସକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଯୋଡ଼ାଯାଇଛି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି)ର ଆର୍ଥିକ ସହାୟତାରେ ୨୦୨୧ରୁ ଜିଲ୍ଲାର ରାଇରଙ୍ଗପୁର, ଯଶିପୁର, କୁସୁମୀ ଓ ବିଜାତଳା ବ୍ଲକ୍‌ରେ ଗୋଟିଏ ଲେଖାଏଁ ବାଇକ୍‌ ଆମ୍ବୁଲାନ୍ସ ଚାଲୁଛି। ବିଜାତଳା ବ୍ଲକ୍‌ ରଣଗାଁର ସାର୍ଗରୁ ମାରାଣ୍ଡି ଓ ଆଶାକର୍ମୀ ମୀନା ମହାନ୍ତଙ୍କ ମତରେ, ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ସାଧାରଣ ଆମ୍ବୁଲାନ୍ସ ଯାତାୟାତ କରିବା କଷ୍ଟକର ହୋଇଥିବାରୁ ଏହି ସେବା ସ୍ଥାନୀୟ ଲୋକଙ୍କ ପାଇଁ ବିଶେଷ ସହାୟକ ହୋଇଛି। ବୁଦ୍ଧିଜୀବୀଙ୍କ କହିବାନୁଯାୟୀ, ଜିଲ୍ଲାରେ ଜରୁରିକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ସାଧାରଣ ଓ ଉନ୍ନତମାନର ଆମ୍ବୁଲାନ୍ସ ସହ ବାଇକ୍‌ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି। ତଥାପି ରାସ୍ତା ନଥିବା ଅନେକ ଗାଁ ରହିଛି, ଯେଉଁଠାରେ ବାଇକ୍‌ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିପାରୁନାହିଁ। ତେଣୁ ଦୁର୍ଗମ ଗାଁଗୁଡ଼ିକୁ ରାସ୍ତା ନିର୍ମାଣ ଏବଂ ସମସ୍ତଙ୍କ ପାଖରେ ଜରୁରୀ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ।

DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ  ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।