Medical Officer: ମେଡିକାଲ ଅଫିସର ପଦରୁ ହଟିଲେ କର୍ଣ୍ଣାଟକ ବିଧାୟକଙ୍କ ଭାଣିଜୀ
"ନୂଆଦିଲ୍ଲୀ: କର୍ଣ୍ଣାଟକର ବାଗଲକୋଟରେ ଏକ ସରକାରୀ ନମ୍ମା କ୍ଲିନିକ୍ (ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର)ରେ ମେଡିକାଲ ଅଫିସର ଭାବେ କାମ କରୁଥିବା ଡ ଅଙ୍କିତା ୟାରାଗାଲଙ୍କୁ ପଦରୁ ହଟାଇ ଦିଆଯାଇଛି।
ସେ ବାଗଲକୋଟର କଂଗ୍ରେସବିଧାୟକ ଉମେଶ ମେତିଙ୍କ ଭାଣିଜୀ।
ଏକା ସମୟରେ ନମ୍ମା କ୍ଲିନିକ୍ରେ ଚାକିରି କରିବା ସହ ଏକ ଘରୋଇ ମେଡିକାଲ କଲେଜରେ ସ୍ନାତକୋତ୍ତର ଡାକ୍ତରୀ ପଢ଼ୁଥିବା ଅଭିଯୋଗକୁ ନେଇ ତାଙ୍କ ବିରୋଧରେ ତଦନ୍ତ ଚାଲିଛି।Advertisment ଡ୍ୟୁଟି ନ କରି ନେଉଥିଲେ ୭୦ ହଜାର ଦରମା ଡ ଅଙ୍କିତାଙ୍କୁ ବାଗଲକୋଟର ୱାମ୍ବେ କଲୋନିସ୍ଥିତ ନମ୍ମା କ୍ଲିନିକ୍ରେ ମେଡିକାଲ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା।
ତାଙ୍କୁ ମାସିକ ୭୦ ହଜାରରୁ ଅଧିକ ଟଙ୍କା ଦରମା ମିଳୁଥିଲା।
ଅଭିଯୋଗ ଅନୁସାରେ, ସେ ମାର୍ଚ୍ଚ ୩ ତାରିଖରୁ କ୍ଲିନିକ୍ରେ ନିୟମିତ ଅନୁପସ୍ଥିତ ରହୁଥିଲେ।
ଫଳରେ ମେଡିକାଲ ଅଫିସର ନ ଥିବାରୁ ରୋଗୀମାନେ ଅସୁବିଧାରେ ପଡ଼ୁଥିଲେ।
ଏହି ଅଭିଯୋଗ ପରେ ବାଗଲକୋଟ ଜିଲ୍ଲା ପଞ୍ଚାୟତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ ବାଲେ ତାଙ୍କୁ ନୋଟିସ୍ ଜାରି କରିଥିଲେ।
ତଦନ୍ତ ପାଇଁ ଡକାଯାଇଥିଲେ ମଧ୍ୟ ସେ ପ୍ରଥମ ଶୁଣାଣିରେ ହାଜର ହୋଇନଥିଲେ।
ଏବେ ତାଙ୍କୁ ସେପ୍ଟେମ୍ବର ୧୮ ତାରିଖ ସକାଳ ୧୦ଟାରେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ରୁମ୍ ନମ୍ବର ୧୧ରେ ହାଜର ହେବାକୁ କୁହାଯାଇଛି।
ତାଙ୍କୁ ସମ୍ପୃକ୍ତ ଦସ୍ତାବିଜ ସହ ଲିଖିତ ବ୍ୟାଖ୍ୟା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ, ଡ ଅଙ୍କିତାଙ୍କ ବାପା ତଥା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ ରାଜକୁମାର ୟାରାଗାଲ ତାଙ୍କୁ ନମ୍ମା କ୍ଲିନିକ୍ର ପଦରୁ ହଟାଇଛନ୍ତି।
ଅଙ୍କିତା ଏବେ ଏସ୍ ନିଜାଲିଙ୍ଗାପ୍ପା ମେଡିକାଲ କଲେଜରେ ସ୍ନାତକୋତ୍ତର ପଢ଼ୁଥିବା ଜଣାପଡ଼ିଛି।
ତଦନ୍ତରେ ଦୋଷ ପ୍ରମାଣିତ ହେଲେ ପାଇଥିବା ଦରମା ଫେରାଇ ନିଆଯାଇପାରେ।
ଏହା ସହ ପେସାଗତ ଆଚରଣ ସମ୍ପର୍କିତ ନିୟମ ଅନୁଯାୟୀ ମଧ୍ୟ ପଦକ୍ଷେପ ନିଆଯାଇପାରେ। air pollution: ବାୟୁ ପ୍ରଦୂଷଣ ସହ ଆତ୍ମହତ୍ୟା ପ୍ରବଣତାର ରହିଛି ସମ୍ପର୍କ: ଅଧ୍ୟୟନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।