Odisha Cabinet Approves ରାଜ୍ୟ କ୍ୟାବିନେଟ୍‌ ବୈଠକ: ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ମୋହର

Oct 13, 2026 - 21:56
Odisha Cabinet Approves  ରାଜ୍ୟ କ୍ୟାବିନେଟ୍‌ ବୈଠକ: ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ମୋହର

"ଭୁବନେଶ୍ୱର:     ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୮ତମ  ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ   ହୋଇଯାଇଛି  l  ବୈଠକରେ  ୧୧ ଟି ବିଭାଗର ୧୬ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି lAdvertisment Cabinet meeting: ରାଜ୍ୟ କ୍ୟାବିନେଟ୍‌ରେ ୩୪୦୦ କୋଟିର ଅଟଳ ବସ୍‌ଷ୍ଟାଣ୍ଡ ଯୋଜନା ପାରିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ମାଝୀ ଗଣମାଧ୍ୟମକୁ ‌କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ।

ନିଜର ଅଭିଭାଷଣର ପ୍ରାରମ୍ଭରେ ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୨୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବା ଅବସରରେ ଅଭିନନ୍ଦନ ଜଣାଇଥିଲେ।

ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ  ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ବିଷଦ ତଥ୍ୟ ରଖିଥିଲେ।

State cabinet: ରାଜ୍ୟ କ୍ୟାବିନେଟ୍‌ରେ ୬ଟି ବିଭାଗର ୧୦ଟି ପ୍ରସ୍ତାବ ଗୃହୀତସୂଚନାନୁସାରେ, ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗ ର ୨ଟି, ଶିଳ୍ପ ବିଭାଗର ୧ଟି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୧ଟି, ଅର୍ଥ ବିଭାଗର ୧ଟି, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ୧ଟି, ଜଳ ସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩ ଟି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧ଟି ଏବଂ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନର ସତ୍ରାବସାନ(ସଂସଦୀୟ ବ୍ୟାପାର )ସମ୍ପର୍କିତ  ଏହିପରି ମୋଟ ୧୧ଟି ବିଭାଗର ୧୬  ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି  l Cabinet Approves: ରାଜ୍ୟ କ୍ୟାବିନେଟ୍‌ରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନଅନୁମୋଦିତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ମଧ୍ୟରେ, ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ୩୩.୮୧ କୋଟି ଟଙ୍କା ବ୍ୟୟରେ ମତ୍ସ୍ୟବନ୍ଦର ନିର୍ମାଣ ହେବ, ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ଓ ଉନ୍ନୟନ କାର୍ଯ୍ୟକ୍ରମରେ ୫୦୦କୋଟି ଟଙ୍କା ୨୦୨୬-୨୬ ଆର୍ଥିକ ବର୍ଷରୁ ୨୦୩୦-୩୧ ମଧ୍ୟରେ ଖର୍ଚ୍ଚ କରାଯିବ, ୪ଲକ୍ଷ ୨୦ ହଜାର ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ଯୋଜନାରେ ସାମିଲ କରିବାକୁ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ, ପ୍ରାଥମିକ ଶିକ୍ଷା ନିଯୁକ୍ତି ପଦ୍ଧତି ଓ ଶିକ୍ଷକ ଓ ଅଧିକାରୀ ସେବା ନିୟମାବଳୀ ୧୯୯୭ର ସଂଶୋଧନ କରାଯିବ।

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ।

ପୂର୍ବରୁ କେବଳ ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ମିଳୁଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।