Mercury: ଅଧିକ ବେଗରେ ସଙ୍କୁଚିତ ହେଉଛି ବୁଧ

Sep 23, 2026 - 11:04
Mercury: ଅଧିକ ବେଗରେ ସଙ୍କୁଚିତ ହେଉଛି ବୁଧ

"ଆଗରୁ ଯାହା ହିସାବ କରାଯାଇଥିଲା ବୁଧ ଗ୍ରହ ତା"ଠାରୁ ୧୦ରୁ ୩୦ ପ୍ରତିଶତ ଅଧିକ ବେଗରେ ସଙ୍କୁଚିତ ହେବାରେ ଲାଗିଛି ବୋଲି ନୂଆ ଗବେଷଣାରୁ ଜଣାପଡ଼ିଛି।

ଆରମ୍ଭରୁ ବୁଧ ଗ୍ରହର ଗୋଲେଇ ଯେତିକି ଥିଲା ଏବେ ତା"ଠାରୁ ପ୍ରାୟ ୧୯ କିଲୋମିଟର୍‌ ଛୋଟ ହୋଇଗଲାଣି।

ବୁଧ ଗ୍ରହ ଏତେ ଶୀଘ୍ର ସଙ୍କୁଚିତ ହୋଇଯାଉଛି ବୋଲି ଆଗରୁ କାହାର ନଜର ପଡ଼ି ନ ଥିଲା।

ଏହାର କାରଣ ହେଉଛି ମହାକାଶରୁ ଖସୁଥିବା ଅସଂଖ୍ୟ ପଥର ମାଡ଼ ଯୋଗୁଁ ବୁଧ ଗ୍ରହରେ ବଡ଼ ବଡ଼ ଗାତ ହୋଇଯାଏ।

ବୁଧ ଗ୍ରହ ଏତେ ଶୀଘ୍ର ଛୋଟ ହୋଇଯାଉଛି ବୋଲି ଏହି ଗାତଗୁଡ଼ିକ ଯୋଗୁଁ ଜଣାପଡୁ ନ ଥିଲା।Advertisment Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ ଏହାର ଠିକ୍‌ କାରଣ ଜାଣିବାକୁ ହେଲେ ବୁଧ ଗ୍ରହ ଅଭ୍ୟନ୍ତର କି କି ଜିନିଷରେ ଗଢ଼ା ତାହା ପରୀକ୍ଷା କରିବାକୁ ପଡ଼ିବ।

୪୫୦ କୋଟି ବର୍ଷ ତଳେ ବହୁତ ବଡ଼ ବଡ଼ ପଥର ଓ ଗ୍ରହାଣୁ ପରସ୍ପର ସହିତ ଧକ୍କା ଖାଇ ଯୋଡ଼ି ହୋଇଯିବାରୁ ବୁଧ ଗ୍ରହ ତିଆରି ହୋଇଥିଲା।

ଧକ୍କା ପ୍ରକୋପରୁ ବୁଧ ଗ୍ରହ ଖୁବ୍‌ ଗରମ ହୋଇଯାଇଥିଲା।

ଧୀରେ ଧୀରେ ବୁଧ ଗ୍ରହର ଭିତର ଥଣ୍ଡା ହେବାରୁ ସଙ୍କୁଚିତ ହୋଇ ଏହାର ଆକାର ଛୋଟ ହୋଇଆସିଲା।

ଏହି କାରଣରୁ ବୁଧ ଗ୍ରହର ପଥୁରିଆ ଉପରିଭାଗରେ ହିଡ଼ ଭଳି ଭାଙ୍ଗ ପଡ଼ିଲା।

ଏ ବିଷୟରେ ଜର୍ମାନ୍‌ ଏରୋସ୍ପେସ୍‌ ସେଣ୍ଟର୍‌ଠାରେ ଥିବା "ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପେସ୍‌ ରିସର୍ଚ"ର ଟିମ୍‌ ଲିଡର୍‌ ଗାକୁ ନିସିୟାମା କହନ୍ତି- ଅଧିକ ସଂକୁଚିତ ହୋଇଯିବା ଅର୍ଥ ବୁଧ ଗ୍ରହର ଭିତରେ ଅଧିକ ଧାତୁ ରହିଛି।

ସେ ଧାତୁ ସହିତ ମିଶିଛି ସିଲିକନ୍‌ ଭଳି ହାଲୁକା ଉପାଦାନ।

ନଚେତ ଗଠନ ବେଳେ ବୁଧ ଗ୍ରହର ଭିତର ଖୁବ୍‌ ଗରମ ଥିବାରୁ ଏପରି ହେଉଛି।

Mobile: ନିମ୍ନମାନର ମୋବାଇଲ୍‌ ସ୍କ୍ରିନ ଗାର୍ଡ ଉପରେ ରୋକ ଲାଗିବ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।