Messi: ମେସିଙ୍କୁ ରୋନାଲ୍ଡୋଙ୍କ ଶୁଭେଚ୍ଛା
"ବୁଏନସ୍ ଏୟାରିସ: ଅନ୍ତର୍ଜାତୀୟ ଫୁଟବଲ୍ରୁ ଆର୍ଜେଣ୍ଟିନା କିଂବଦନ୍ତି ଲିଓନେଲ ମେସିଙ୍କ ବିଦାୟ ପରେ ତାଙ୍କୁ ଭାବପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି ବହୁଦିନର ପ୍ରତିଦ୍ୱନ୍ଦ୍ୱୀ ତଥା ପର୍ତ୍ତୁଗାଲ୍ର ମହାନ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ।
ସ୍ଥାନୀୟ ଏଷ୍ଟାଡିଓ ମୋନୁମେଣ୍ଟାଲ୍ ଏରିନାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପକ୍ଷରୁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ମେସି।
୮୫ ହଜାରରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ତାଙ୍କୁ ଭାବପୂର୍ଣ୍ଣ ବିଦାୟ ଦିଆଯାଇଥିଲା।
ଏହି ବିଦାୟୀ ମ୍ୟାଚ୍ରେ ମେସି ଗୋଟିଏ ଗୋଲ୍ କରିଥିଲା ବେଳେ ୨ଟିରେ ସହଯୋଗ କରିଥିଲେ।
Advertisment ଭାବପୂର୍ଣ୍ଣ ବିଦାୟ ମ୍ୟାଚ୍ ପରେ ମେସି ନିଜ ଇନ୍ଷ୍ଟାଗ୍ରାମ୍ରେ ବିଦାୟ ବିଷୟରେ ଏକ ପୋଷ୍ଟ କରିଥିଲେ।
ଏଥିରେ ସେ ଲେଖିଥିଲେ, ""ଗତକାଲି ମୋର ଶେଷ ମ୍ୟାଚ୍ ଥିଲା।
ଏବେଠାରୁ ମୁଁ ନୀଳ-ଧଳା ଜର୍ସିକୁ ମନେ ପକାଇବି।
ମୁଁ ଜାଣେ, ଠିକ୍ ନିଷ୍ପତ୍ତି ନେଉଛି।
ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା।
ଏଥିରେ ଖୁସି ସହ ଦୁଃଖ ମଧ୍ୟ ଥିଲା।
କିନ୍ତୁ ମୋର ପ୍ରତ୍ୟେକ ପଦକ୍ଷେପ ସାର୍ଥକ ଥିଲା ବୋଲି ମୁଁ ନିଶ୍ଚିତ।” ଏହି ପୋଷ୍ଟରେ ମନ୍ତବ୍ୟ ଉପରେ ଦେଇ ରୋନାଲ୍ଡୋ ଲେଖିଛନ୍ତି, “ଲିଓ, ଏତେ ବର୍ଷ ଧରି ନିଜ ଦେଶ ପାଇଁ ଖେଳି ତୁମେ ଏମିତି ଇତିହାସ ରଚିଛ, ଯାହା ସବୁଦିନ ପାଇଁ ମନେ ରହିବ।
ଆର୍ଜେଣ୍ଟିନା ପାଇଁ ତୁମ ସଫଳତାକୁ ମୁଁ ସମ୍ମାନ କରେ।” ମେସି ୨୦୨୨ରେ ଆର୍ଜେଣ୍ଟିନାକୁ ଫିଫା ବିଶ୍ୱକପ୍ ଜିତାଇଥିଲେ।
Nana Patekar: ନାନା ପାଟେକରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ୨୦୨୬ ବିଶ୍ବକପ୍ରେ ଦଳକୁ ଫାଇନାଲ୍ରେ ପହଞ୍ଚାଇଥିଲେ ମଧ୍ୟ ଟ୍ରଫି ଦେବାରେ ବିଫଳ ହୋଇଥିଲେ।
୨୦୨୧ ଓ ୨୦୨୪ କୋପା ଆମେରିକା ମୁକୁଟ ବିଜୟରେ ମଧ୍ୟ ମେସିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।