Migrant Odia: ବାଙ୍ଗାଲୁରୁରେ ବନ୍ଧାପଡ଼ିଛି ଓଡିଆ ଶ୍ରମିକଙ୍କ ମୃତଦେହ
"ଧଣ୍ଡାମୁଣ୍ଡା (ସରୋଜ ମିଶ୍ର): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ପାଚେର ଗାଁର ଜଗତ ନାଗ (୨୬)ଙ୍କ ଚିକିତ୍ସାଧୀନ ଅବସ୍ଥାରେ କର୍ଣାଟକର ରାଜଧାନୀ ବେଙ୍ଗାଲୁରୁସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଛି।
ମୃତ ଯୁବକ ବେଙ୍ଗାଲୁରୁରେ ଏକ ହୋଟେଲ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ।Advertisment କୌଣସି କାରଣରୁ ଗୁରୁତର ହେବାରୁ କମ୍ପାନି କର୍ତ୍ତୃପକ୍ଷ ଓ ସହକର୍ମୀ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ହେଲେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ପରେ ଚିକିତ୍ସା ଖର୍ଚ୍ଚ ବାବଦ ବାକିଆ ୧ ଲକ୍ଷ ୨୪ ଟଙ୍କା ଦେଇନଥିବାରୁ ମୃତ ଦେହ କୁ ଡାକ୍ତରଖାନା କତୃପକ୍ଷ ନ ଛାଡ଼ି ବନ୍ଧକ ରଖିଥିବା ପରିବାର ସୂତ୍ରରୁ ଜଣାଯାଇଛି।
ମୃତଦେହ ଘରକୁ ଫେରେଇ ଆଣିବାକୁ ପରିବାର ଲୋକ ପ୍ରସାଶନ କୁ ନିବେଦନ କରିଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ସୋସିଆଲ ମିଡିଆ ରେ ଦାବୀ କରିଛନ୍ତି।
ମୃତ ଯୁବକ ଜଣକ ବିବାହିତ ହୋଇଥିବା ବେଳେ ଗାଁରେ ତାଙ୍କ ସ୍ତ୍ରୀ ଓ ଗୋଟାଏ ଛୋଟ ପିଲା ଥିବା ଜଣାଯାଇଛି।
ପରିବାରର ଆୟକାରୀ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର କାନ୍ଦ ବୋବାଳି ଫାଟିପଡୁଛି।
ଗାଁରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।
Migrant Workers: ଗଞ୍ଜାମରେ ଦାଦନ କଷଣ: ଦିନକରେ ଆନ୍ଧ୍ରରେ ୨ ମୃତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।